Sunday, 9 October 2016

( bharatiya adarsha shikhya baa gayatri mahavidya ) Hindi author “sri sadashiv” ODIA Translated by- Sri Chitta Ranjan Nanda (Chakhendi)

ଓଁ ଶିବମସ୍ତୁ ସଦା ସର୍ବେଷାଂ ସର୍ବତ୍ର ଚ ଓଁ
 ଭାରତୀୟ ଆଦର୍ଶ ଶିକ୍ଷା
ବା
ଗାୟତ୍ରୀ ମହାବିଦ୍ୟା

                                                                (ମୂଳ ହିନ୍ଦୀ ଲେଖା - ଶ୍ରୀ ସଦାଶିବ)
ଦୃଢ ଆତ୍ମବିଶ୍ୱାସ ଓ ଅଦମ୍ୟ ଇଛାଶକ୍ତି ବଳରେ ମଣିଷ ଅସମ୍ଭବକୁ ସମ୍ଭବ କରିପାରେ।
- କଥା ପଦେ -
                                ବ୍ୟାକରଣଦର୍ଶନେଽପି ଶବ୍ଦବ୍ରହ୍ମବିବର୍ତଭୂତଂ ଜଗତ୍ଇତି ସିଦ୍ଧାନ୍ତଃ ଏଥିରେ ଶବ୍ଦକୁ ବ୍ରହ୍ମ ବୋଲି କୁହାଯାଇ ଠିକ୍ ଭାବେ ଶବ୍ଦକୁ ଉଚ୍ଚାରଣ ଓ ପ୍ରୟୋଗ ପାଇଁ ଉପଦେଶ ଦିଆଯାଇଛି ଯେପରି ଅପଶବ୍ଦ ବ୍ୟବହାରରେ ପାରିପାଶ୍ୱିର୍କରେ ତାହାର କୁପରିଣାମରୁ ପରିସ୍ଥିତି ବିଗିଡିଯାଏ ସେପରି ମନ୍ତ୍ରାଦି ଶୁଦ୍ଧପାଠ ନକରିବାରେ ଯାଜକ ଓ ଯଜମାନର ଅବସ୍ଥା ସଂକଟାପନ୍ନ ହୋଇଥାଏ  
                   ବୈଜ୍ଞାନିକ ରୀତିରେ ବର୍ଣ୍ଣ, ସ୍ୱର, ତାଳ, ଲୟ, ମାତ୍ରା, ବଳମ୍ ଦ୍ରୁତ,ମଧ୍ୟମ, ବିଳମ୍ବିତ ସବିରାମ ଗତି, ଚ୍ଛନ୍ଦଜ୍ଞାନ ସମ୍ବନ୍ଧରେ ଭଲଭାବେ ଜ୍ଞାତ ହୋଇ ମନ୍ତ୍ରର ଅର୍ଥ ରହସ୍ୟ ବିଧାନ ଜାଣି ଜପ ବା ପାଠ କରିବାରେ ପ୍ରାଣର ଗତି ବ୍ୟବସ୍ଥିତ ହୋଇ ଈଷ୍ଟ ସିଦ୍ଧି ପ୍ରାପ୍ତ କରାଇ ଥାଏ
                   ଗାୟତ୍ରୀ ମନ୍ତ୍ରର ଜପ ଏବଂ ବୈଦିକ ମନ୍ତ୍ରୋଚ୍ଚାରଣ ପଦ୍ଧତିର ବିହିତ ନିୟମ ସମ୍ବନ୍ଧରେ ଅଧିକ ଜାଣିବାର ଇଛାରୁ ଭାରତୀୟ ବେଦ ବିଜ୍ଞାନରେ ପ୍ରବେଶଦ୍ୱାର ସ୍ୱରୂପ ଶ୍ରୀ ଗାୟତ୍ରୀ ମହାବିଦ୍ୟାର ଅନୁଭୂତିଜନ୍ୟ ବୈଜ୍ଞାନିକ ମନ୍ତ୍ରଯୋଗ ସାଧନାର ଉପଲକ୍ଷରେ ମନ୍ତ୍ରସାଧନା ଏବଂ ବୈଜ୍ଞାନିକ ବୈଦିକ ପ୍ରୟୋଗରେ ଜୀବନ ସମର୍ପିତ, ବିଶ୍ୱହିତୈଷୀ ବିଶ୍ୱାତ୍ମା ସ୍ୱାମୀ ଶ୍ରୀ ସଦାଶିବ ମହାଭାଗଙ୍କ ଦ୍ୱାରା ହିନ୍ଦୀ ଭାଷାରେ ଲିଖିତ ଏହି ଉପଯୋଗୀ ମାର୍ଗଦର୍ଶିକାଟି ହସ୍ତଗତ ହେବାରେ ଶ୍ରୀ ଗାୟତ୍ରୀ ମନ୍ତ୍ରର ସାଧନା କରୁଥିବା ସାଧକ/ସାଧିକା ମାନଙ୍କର ତଥା ସନ୍ଧ୍ୟାଦି ବୈଦିକ ନିତ୍ୟକର୍ମ କରୁଥିବା ଶ୍ରଦ୍ଧାଳୁ,   ବୈଦିକ ପରମ୍ପରାକୁ ବଜାୟ ରଖି ବ୍ରହ୍ମକର୍ମ କରୁଥିବା ବ୍ରାହ୍ମଣ/ପୁରୋହିତ ବର୍ଗଙ୍କର ବୈଦିକ ମନ୍ତ୍ର ଜପ(ପାଠ) ବିଜ୍ଞାନ ସମ୍ବନ୍ଧରେ ଅଧିକ ଜାଣିବା ପାଇଁ ମାସାରଳା କୃପାରୁ ମାତୃଭାଷାରେ ଅନୁବାଦିତ କରାଗଲା ଗାୟତ୍ରୀ ମହାମନ୍ତ୍ରର ସାଧନା ଉଚ୍ଚ ରୂପରେ କରି ଜୀବନକୁ ସତ୍ୟଂ ଶିବଂ ସୁନ୍ଦରଂରେ କିପରି ପରିଣମିତ କରିହେବ ତାହାର ସଚ୍ଚୋଟ ମାର୍ଗଦର୍ଶନ  ସାଧକଙ୍କୁ ଏବଂ ଜିଜ୍ଞାସୁମାନଙ୍କୁ ଏହାଦ୍ୱାରା ଦିଆଯାଇଛି ଅଶା ସକଳେ ଉପକୃତ ହେବେ ଓ ଶ୍ରମ ସାର୍ଥକ ହେବ  
                                                - - - :  ଶ୍ରୀକୃଷ୍ଣାର୍ପଣମସ୍ତୁ  : - - -                                                                                                                           - ସେବକ ଚାଖେଣ୍ଡି-

          “ଯାହା ସର୍ବଶ୍ରେଷ୍ଠ ତତ୍ତ୍ୱ ଅଛି ତାହାହିଁ ଗୁରୁ କୌଣସିବି ବ୍ୟଷ୍ଟି ଦେହାଭିମାନୀ ବ୍ୟକ୍ତି ମହାନ ଗୁରୁ ପଦର ଯୋଗ୍ୟ କଦାପି ହୋଇ ନପାରନ୍ତି ସଦ୍ ଘନ , ଚିଦ୍ ଘନ, ଆନନ୍ଦଘନ ଏପରି ଅନ୍ତରତମ ହୃଦୟସ୍ଥିତ ପବିତ୍ର ଆତ୍ମାର ସାକ୍ଷାତକାର କରି ଏବଂ ସେହି ଅଣୋରଣୀୟାନ - ମହତୋମହୀୟାନ ଆତ୍ମାସହ ଅଭିନ୍ନ ଭାବର ଦର୍ଶନ କରିବାନନ୍ତର ହିଁ ସଦା-ସର୍ବତ୍ର-ସର୍ବରେ ଆତ୍ମଦ୍ରଷ୍ଟା ଏବଂ ମାତୃ-ପିତୃ ବାତ୍ସଲ୍ୟଭାବାପନ୍ନ ବ୍ୟକ୍ତି ହିଁ ପରମ କଲ୍ୟାଣ ସ୍ୱରୂପ ଗୁରୁପଦର ଅଧିକାରୀ ହୋଇପାରନ୍ତି
                                                                                                            -ଲେଖକ ଶ୍ରୀ ସଦାଶିବ-
 “ମହାପରାକ୍ରମୀ ଋଷି ଶ୍ରୀ ବିଶ୍ୱାମିତ୍ରାତ୍ମନେ ନମଃ
-: ଭାରତୀୟ ଆଦର୍ଶ ଶିକ୍ଷା :-
                   ଶିକ୍ଷାର ଅର୍ଥ ଶାସିତୁଂ ଇଚ୍ଛା ଇତି ଶିକ୍ଷାଅର୍ଥାତ- ଶାସନ କରିବାର ଇଚ୍ଛା ହିଁ ଶିକ୍ଷା। କୌଣସି ଏକ ବିଧି ନିଷେଧାତ୍ମକ ପରିପାଟୀର ଅନୁରୂପ ଚଳିବା ବା ସେହି ବିଧାନପ୍ରତି ମାନ୍ୟତା ରଖିବାକୁ ହିଁ ଶାସନ ଅଥବା ଅନୁଶାସନ କୁହାଯାଏ କୌଣସି ବି ଦେଶ, ଜାତି, ସମାଜ, ଧର୍ମ, ସଂପ୍ରଦୟରେ ଯେଉଁଠି (ଦଶ କୋଡିଏ ଜଣ ବା ତତୋଧିକ ବ୍ୟକ୍ତି) ସଂଘବଦ୍ଧରୂପେ ରହିବାକୁ ଚାହୁଁଥିବେ ସେଠାରେ ଅନୁଶାସନର ଅନିବାର୍ଯ୍ୟତା ଅଛି ପ୍ରତ୍ୟେକ ମନୁଷ୍ୟର ପ୍ରକୃତି ଅନ୍ୟଠାରୁ ପୃଥକ ଏବଂ ବିଭିନ୍ନ ପ୍ରକାରର ହୋଇଥାଏ ଯଦି ସବୁ ମଣିଷ ନିଜ ପ୍ରକୃତିର ଅନୁରୂପ ସ୍ୱଚ୍ଛନ୍ଦତାପୂର୍ଣ୍ଣ ବ୍ୟବହାର କରିବାରେ ଲାଗିପଡନ୍ତି ତେବେ ପରସ୍ପର ସଂଘର୍ଷ ଲାଗିଯିବାର ସଂଭାବନା ଥାଏ ଅତଃ ଯେଉଁ ସର୍ବୋପଯୋଗୀ ବିଧି-ନିଷେଧ ଅଛି ତାହାକୁ ମାନ୍ୟତାରେ ରଖି ଆମେ ନିଜର ଜୀବନକୁ ସଂଘବଦ୍ଧ ରୂପେ ସୁଗଠିତ କରିପାରିବା
                        ଭାରତୀୟ ଜୀବନ ଭାରତୀୟ ସଂସ୍କାର ବୈଦିକ ଅନୁଶାସନର ଅଧୀନ ବୈଦିକ ଶିକ୍ଷା ଆମକୁ ଜୀବନକୁ ସମଗ୍ର ରୂପେ ଜାଣିବା ଏବଂ ଅନୁଭବ କରିବାପାଇଁ ଆଗ୍ରହ ରଖେ  ଅର୍ଥାତ ଆମେ ଯେବେ ଜୀବନ ବିଷୟରେ ବିଚାର କରୁ ତେବେ ଆଧିଭୌତିକ, ଆଧିଦୈବିକ ଏବଂ ଆଧ୍ୟାତ୍ମିକ ଏହି ତ୍ରିବିଧ କ୍ଷେତ୍ରକୁ ଲକ୍ଷରେ ରଖି ଚିନ୍ତନ-ବିଚାର କରିବା ଉଚିତ; କାରଣ ଆମ ଜୀବନରେ ପୂର୍ଣ୍ଣତାର ପ୍ରାପ୍ତି ଅଥବା ସିଦ୍ଧି ପାଇଁ ଏହି ତ୍ରିବିଧରୂପରେ ସାଧନା ବା ପୁରୁଷାର୍ଥର ଆବଶ୍ୟକତା ଅଛି। ଆଧୁନିକ ଯୁଗରେ ପ୍ରାୟତଃ ଯେଉଁଠି କେହି ଉପାସକ ଅଥବା ଜ୍ଞାନୀ ବୋଲାଉଥିବା ବ୍ୟକ୍ତି ନଜରରେ ଆସନ୍ତି ସେମାନଙ୍କ ମଧ୍ୟରୁ ଅଧିକାଂଶ ନିଜ ନିଜ କ୍ଷେତ୍ରକୁ ମହତ୍ତ୍ୱ ଦେଇ ଅନ୍ୟର ଉପଯୋଗିତାକୁ ଅସ୍ୱୀକାର କରନ୍ତି ଅବା ଅନାଦର କରନ୍ତି। ଅତଃ ସେହି କର୍ମୀ, ଉପାସକ ଏବଂ ଜ୍ଞାନୀ ଅଥକ୍ ପରିଶ୍ରମ କରି ମଧ୍ୟ ଅପୂର୍ଣ୍ଣ ରୁହନ୍ତି ଏବଂ ଜୀବନର ମଧୁର ଆସ୍ୱାଦନରୁ ବଂଚିତ ରହିଯାଆନ୍ତି ।  ଅଧ୍ୟାତ୍ମ, ଅଧିଦୈବ ଏବଂ ଅଧିଭୂତ-ଜୀବନରେ ଏହି ତିନିଗୋଟିର ଅନ୍ୟୋନ୍ୟାଶ୍ରୟ ସମ୍ବନ୍ଧ ଥିବା କାରଣରୁ ଏହି ତିନି ଜୀବନର ସୁମେଳ ସମନ୍ୱୟ ସାଧନା ହିଁ ବାସ୍ତବିକ ଜୀବନ ସାଧନା ଏବଂ ତାହାହିଁ ବୈଦିକ ପରିପାଟୀ
                        ବ୍ୟକ୍ତିର ଯେଉଁ ଶୈକ୍ଷଣିକ ଜୀବନ ଅଛି ତାହା ତାର ଜୀବନର ମୂଳଦୁଆ। ଆଜିର ଯେଉଁ ଶିକ୍ଷାପ୍ରଣାଳୀ ଅଛି- ପ୍ରଥା ଚାଲିଛି ତାହା ଦୂଷିତ ହେବା କାରଣରୁ ଆପଣ ହଜାର ପ୍ରୟାସ କଲେ ବି ଏହି ଆଧୁନିକ ପାଶ୍ଚାତ୍ୟ ଶିକ୍ଷା ବ୍ୟବସ୍ଥାର ଆଧାର ଦ୍ୱାରା ପ୍ରଜା-ଜୀବନ କେବେବି ଆଦର୍ଶଯୁକ୍ତ ଓ ଉନ୍ନତ, ଉନ୍ନତତ୍ତର ହୋଇପାରିବ ନାହିଁ ପ୍ରାଥମିକ ସୁଶିକ୍ଷା ଆରମ୍ଭ କରାଇବା ସମୟରେ ଯେବେ ବାଳକ-ବଳିକା ମାନଙ୍କ ଜୀବନରେ ବୈଦିକ ସଂସ୍କାରର ବୀଜାରୋପଣ କରାଯାଏ ତେବେ ସେମାନଙ୍କ ଜୀବନ ବିକଶିତ ହେବାସହ ଆରମ୍ଭରୁ ସେହି ଯେଉଁ ସଂସ୍କାରର ବୀଜ ତାହା କ୍ରମଶଃ ପରିବର୍ତିତ ହେଉଥିବା ଜୀବନକୁ ପୂର୍ଣ୍ଣତାରେ ପରିଣତ କରିପାରେ। ସେହି ସଂସ୍କାର ବୀଜଟି କଅଣ ? ତାହା ଚାରି ବେଦର ଅଜସ୍ର ମନ୍ତ୍ର ଭଣ୍ଡାରରେ ଥିବା ଯେଉଁ ଆଦିମନ୍ତ୍ର ସ୍ୱରୂପ -ବୀଜମନ୍ତ୍ର ସ୍ୱରୂପ ଅଛି ତାହା ହେଲା ସର୍ବମାନ୍ୟ ଗାୟତ୍ରୀ ମନ୍ତ୍ରସାଧାରଣତଃ ଯେଉଁମାନେ ଗାୟତ୍ରୀମନ୍ତ୍ର ଜପ କରୁଛନ୍ତି ସେମାନଙ୍କ ମଧ୍ୟରୁ ପ୍ରାୟତଃ ମନ୍ତ୍ରଯୋଗରୂପୀ ମନ୍ତ୍ରବିଜ୍ଞାନ ସହିତ ପରିଚିତ ନହେବା କାରଣରୁ କେବଳ ପରମ୍ପରାଗତ ରୂଢ(ସାଧାରଣତଃ ଜ୍ଞାତ) ପ୍ରଣାଳୀକାଗତ ମାନସିକ ଜପ କରିଚାଲିବାରେ ସେହି ମନ୍ତ୍ର ଶକ୍ତିରୁ ବଂଚିତ ରହିଯାଆନ୍ତି। ମନ୍ତ୍ରଶକ୍ତି ଆଧ୍ୟାତ୍ମିକ, ଆଧିଦୈବିକ ଏବଂ ଆଧିଭୌତିକ ଏହି ତ୍ରିବିଧ ଉପାୟରେ ଜୀବନକୁ ବିକଶିତ କରି ସମଗ୍ର ଜୀବନଟିକୁ ସତ୍ୟମ୍-ଶିବମ୍-ସୁନ୍ଦରମ୍ ରେ ପରିଣତ କରାଇ ପାରେ।
           
                        ଏବେ ପ୍ରଥମତଃ ଯୋଗ ବିଷୟରେ ଚର୍ଚ୍ଚା କରି ଗାୟତ୍ରୀ ମନ୍ତ୍ରର ସର୍ବୋପଯୋଗିତା ଏବଂ ଜପ ବିଧି ବିଷୟରେ ବିସ୍ତାରରେ ଲେଖିବା ହଠଯୋଗ, ଲୟଯୋଗ, ମନ୍ତ୍ରଯୋଗ ଏବଂ ରାଜଯୋଗ ଏହି ଚାରିଗୋଟି ଯୋଗର ମୁଖ୍ୟ ବିଭାଗ ହେଲା- ଯମ, ନିୟମ, ଆସନ, ପ୍ରାଣାୟାମ, ପ୍ରତ୍ୟାହାର, ଧାରଣା, ଧ୍ୟାନ ଓ ସାମାଧି ଏବଂ ଏହି ଆଠ ଅଂଗରେ ଉପରୋକ୍ତ ହଠ, ମନ୍ତ୍ର , ଲୟ, ରାଜ ଆଦି ଯୋଗର ସାଧନ ଅନ୍ତର୍ଭୁକ୍ତ ହୋଇଯାଏ ଯୋଗର ଏହି ଆଠଟି ଅଙ୍ଗର ମଧ୍ୟରୁ ବି ଯେଉଁ ଯମ-ନିୟମ ରହିଛି ତାହା ହିଁ ମୁଖ୍ୟ ବୁନିଆଦି ସାଧନ। ଯେବେ ମୂଳଦୁଆ ଠିକ ନରହିବ ଯେବେ ପକ୍କା ନହେବ ତେବେ ଦୁର୍ବଳ ମୂଳଦୁଆ ଉପରେ ଦୁଇ-ଚାରି ମହଲା ଘର ତୋଳୁଥିବା ବ୍ୟକ୍ତି ମାନଙ୍କର ଅବସ୍ଥା ଯାହାହୁଏ ତାହାହିଁ ଯମ-ନିୟମ ରହିତ ହଠଯୋଗୀ ଅଥବା ରାଜଯୋଗୀର ହୋଇଥାଏ ଅହିଂସା, ସତ୍ୟ, ଆସ୍ତେୟ, ବ୍ରହ୍ମଚର୍ଯ୍ୟ ଏବଂ  ଅପରିଗ୍ରହ ଏ ପାଂଚଅଙ୍ଗ ହେଲା ଯମର ଏବଂ ଶୌଚ, ସନ୍ତୋଷ, ତପଃ, ସ୍ୱାଧ୍ୟାୟ ଏବଂ ଈଶ୍ୱରପ୍ରଣିଧାନ ଏହି ପାଂଚଟିଅଙ୍ଗ ହେଉଛି ନିୟମର। ପ୍ରାୟଃ ସମସ୍ତେ ପଞ୍ଚଯମର ଆରମ୍ଭ ଅହିଂସାରୁ ଆରମ୍ଭ କରିଥାଆନ୍ତି ମାତ୍ର ଏହା ଉଚିତ ନୁହେଁ କାରଣ ଯେଉଁ ଅହିଂସାଟି ଅଛି ତାହା ପରମଧର୍ମ- ଶ୍ରେଷ୍ଠଧର୍ମ, ଶିଖରସ୍ଥାନୀୟ ଧର୍ମ ଏବଂ ଯେଉଁ ଅପରିଗ୍ରହ ଅଛି ତାହା ହେଉଛି ପ୍ରଥମ ଧର୍ମ ଏବଂ ଅପରିଗ୍ରହରୁ ହିଁ ଯୋଗ ସାଧନା ଆରମ୍ଭ କରିବା ଉଚିତ ଅପରିଗ୍ରହ ହିଁ ଧର୍ମମନ୍ଦିରରେ ପ୍ରବେଶର ପ୍ରଥମ ପାହାଂଚ। ଯେଉଁମାନେ ଜୀବନର ଆବଶ୍ୟକତାକୁ ଅତ୍ୟଧିକ ରୂପେ ବିନା ବିଚାରରେ ବଢାଇ ଚାଲନ୍ତି ଏବଂ ନିରର୍ଥକ ସ୍ପୃହାସବୁର ଅଧୀନ ହୋଇପଡନ୍ତି ଅବା ବିଳାସୀ ହୋଇଯାଆନ୍ତି ସେ ବ୍ରହ୍ମଚର୍ଯ୍ୟ, ଅସ୍ତେୟ, ସତ୍ୟ ଏବଂ ଅହିଂସା ଏହି ଚାରିଧର୍ମରୁ ସ୍ୱଭାବତଃ ଅଚିରେ ଭ୍ରଷ୍ଟ ହୋଇଯିବେ। ଯେଉଁ ଲୋକ ସାଧନାମନ୍ଦିରର ପ୍ରଥମ ପାହାଁଚରେ ହିଁ ବସିପଡନ୍ତି ଏବଂ ସେ ଯଦି ସତ୍ୟ ଅହିଂସାରୂପୀ ଶିଖର ଧର୍ମକୁ ନେଇ ବଡ ବଡ କଥା କୁହନ୍ତି, ଲୋକଙ୍କୁ ଉପଦେଶ ଦେବାରେ ଲାଗନ୍ତି ତେବେ ନାକାହାରି ତାଙ୍କଠାରେ ଶ୍ରଦ୍ଧାଜାଗ୍ରତ ହେବ ନାକେହି ତାଙ୍କର ଅନୁସରଣ-ଅନୁଗମନ କରିବାକୁ ପ୍ରସ୍ତୁତ ହେବେ ଆଜିର ଦୁନିଆରେ ଅନେକ ଅହିଂସା ଶିରୋମଣି ଅଛନ୍ତି ଯାହାଙ୍କ ପାଖରେ ଏତେ ସମ୍ପତି ଅଛିକି ଆଠପିଢି ଧରି ବସି ଖାଇଲେବି ସେ ସମ୍ପତି ସରିବନି ଏବଂ ଏପରି ଅନେକ ସତ୍ୟଶିରୋମଣି ଧର୍ମାଚାର୍ଯ୍ୟ-ଧର୍ମୋପଦେଶକ ନେତା ଅଛନ୍ତି ଯେଉଁମାନେ ସେହି ଛଳନାକାରୀ କପଟୀ ପ୍ରପଂଚୀ ଧନବାନ ମାନଙ୍କଠାରୁ ଯେନକେନ ପ୍ରକାରେଣ ଧନର ପରିଗ୍ରହ କରି କୋଟି କୋଟି ମୂଲ୍ୟ ଅର୍ଥର ସମ୍ପତି ଠୂଳ କରିଚାଲିଛନ୍ତି। ଆଜିକାଲି ପ୍ରାୟତଃ ଅହିଂସାଧର୍ମର ସଂରକ୍ଷକ ଏବଂ ସଂବର୍ଦ୍ଧକ ମାନଙ୍କ ମଧ୍ୟରୁ ଉପରୋକ୍ତ ଅପର୍ଯ୍ୟାପ୍ତ ଧନସଂପତିଶାଳୀ ହିଁ ମିଳିବେ। ପ୍ରାୟଶଃ ସତ୍ୟଧର୍ମର ପ୍ରଚାରକ ଓ ଉପଦେଶକମାନଙ୍କ ମଧ୍ୟରେ ଉପରୋକ୍ତ ପରିଗ୍ରହୀ, ବିହିତ ଅବିହିତ ପ୍ରତିଗ୍ରହୀର ଧର୍ମାଚାର୍ଯ୍ୟ ବର୍ଗ ବିଶେଷଭାବେ ମିଳିଯିବେ ।  
                        ଦେଶ କିମ୍ବା ସମାଜରେ ଏପରି ଆଶ୍ରମ ବ୍ୟବସ୍ଥା ହେବା ଦରକାର ଯେଉଁଠି କି ଆଶ୍ରମବ୍ୟବସ୍ଥାପକ ନିର୍ଭୀକ. ନିସ୍ପୃହ, ନିରପେକ୍ଷ ହୋଇଥିବେ, ସ୍ୱୟଂ ସଦାଚାରୀ ସଦ୍ଗୁଣସଂପନ୍ନ ହୋଇ ଅନ୍ୟାନ୍ୟ ସଦାଚାରୀ ସଦ୍ଗୁଣୀମାନଙ୍କୁ ଆଦରମାନର ସହିତ ସଂଲଗ୍ନ କରାଇ ବିଭିନ୍ନ ପ୍ରକାର ସଦ୍ଗୁଣ ଏବଂ ସଦାଚାର ସବୁର ପୋଷଣ ପ୍ରୋତ୍ସାହନ ଦେଉଥିବେତେବେ ସେହି ଆଶ୍ରମରେ ରହି ଯୋଗାଭ୍ୟାସ କରିପାରିବାର ସମ୍ଭାବନା ଅଛି ଦୂଷିତ ବାତାବରଣରେ ରହି, ଦୁଷ୍ଟଅନ୍ନ ଖାଇ, ଦୁଷ୍ଟମାନଙ୍କର ସଙ୍ଗ କରି ତଥା ଧନ, ମାନ, ବିଦ୍ୟା, ବୁଦ୍ଧିର ଯେଉଁ ମିଥ୍ୟାଭିମାନୀ ଅଛନ୍ତି ତାଙ୍କଦ୍ୱାରା ସଂଚାଳନରେ ରହି ଚିତ୍ତବୃତି ନିରୋଧରୂପୀ ଯୋଗ ପ୍ରାପ୍ତ ହେବା ସର୍ବଥା ଅସଂଭବ। ଅତଃ ଯେ ସମାଜରେ ରହି ସାମୂହିକ  ରୂପରେ ଯୋଗ୍ୟ ଅଧିକାରୀଙ୍କୁ ଯୋଗ ଶିକ୍ଷା ଦେବା ଚାହାନ୍ତି ତେବେ ସେ ପ୍ରଥମେ ସର୍ବତଃ ଦୋଷମୁକ୍ତ ଆଶ୍ରମ ପ୍ରତିଷ୍ଠା କରନ୍ତୁ ଯେ ଆଶ୍ରମର ସଂଚାଳକ, ସଂରକ୍ଷକ ଏବଂ ବ୍ୟବସ୍ଥାପକ ଅନ୍ତି ସେ ଜୀବନ ଦାୟିତ୍ୱକୁ ଖୁବ ଗମ୍ଭୀର ରୂପେ ବିଚାର କରି ଜବାବଦେହି ସ୍ୱୀକାର କରନ୍ତୁ। କେବଳ ଲୋକୈଷଣାବଶ ହୋଇ କଦାପି ଏ ପ୍ରକାରର କଲ୍ୟାଣମୟୀ ପ୍ରବୃତିରେ ହାତ ଦିଅନ୍ତୁ ନାହିଁ  କାରଣ ଶେଷାନ୍ତରେ ସେ ସେହି ପ୍ରବୃତ୍ତିରେ ନିଷ୍ଫଳ ହୋଇଯିବେ ଏବଂ ଶେଷରେ ହତାସ ହୋଇ ସବୁକିଛିକୁ ଛାଡିଛୁଡି ଆଦର୍ଶ ଅନୁରୂପ ସ୍ୱଜୀବନର ତିଆରି ପାଇଁ କେଉଁ ଏକ ଏକାନ୍ତ ଜଂଗଲ ବା ନିର୍ଜନ ସ୍ଥାନକୁ ପଳାନ୍ତି ଅଥବା ହୁଏତ ଆଦର୍ଶକୁ ବଳିଦାନ ଦେଇ ସେହି ଛଳୀ, କପଟୀ ମାନଙ୍କ ସାଥିରେ ରହି ତାହାଙ୍କର ପୋଷଣ କରୁକରୁ ନିଜେ ବି ଧନ, ମାନ, ପ୍ରତିଷ୍ଠା ଆଦି ଭୌତିକ ବୈଭେବରେ ପଡିଯାଆନ୍ତି। ହଁ, ସମ୍ଭବକି ଯେକେହି ଏହି ଯୋଗ-ମାର୍ଗର ଯୋଗ୍ୟ ଅଧିକାରୀ ଅଟନ୍ତି, ଯାହାଙ୍କଠାରେ ଯୋଗସାଧନାର ତୀବ୍ର ଲାଳସା ଅଛି ତେବେ ସେ କେଉଁଠି ନା କେଉଁଠି ଅବଶ୍ୟ ଯୋଗ୍ୟଗୁରୁଙ୍କର ଅନୁସନ୍ଧାନ କରି ସେହି ଗୁରୁଙ୍କ କଠୋର ଅନୁଶାସନର ପାଳନ କରି ପୁରୁଷାର୍ଥ ଅନୁରୂପ, ଯୋଗ୍ୟତା ଅନୁରୂପ ଯୋଗମାର୍ଗରେ ଅଗ୍ରସର ହୋଇପାରନ୍ତି; ପରନ୍ତୁ ଏହା ବ୍ୟକ୍ତିଗତ ଜୀବନର ବୈୟକ୍ତିକ ବିଷୟ ମାତ୍ର ଯେଉଁଠି ସମୂହ ଜୀବନ ଗଠନର ପ୍ରଶ୍ନ ସେଠି ବିଭିନ୍ନ ପ୍ରକାରର ବାଧା-ବିଘ୍ନର ସମ୍ଭାବନା ହେବା କାରଣରୁ କଠୋର ଅନୁଶାସନ ଏବଂ ସୁଦୃଢ ବ୍ୟବସ୍ଥାର ଅନିବାର୍ଯ୍ୟରୂପେ ଆବଶ୍ୟକତା ଅଛି କେବଳ ପ୍ରସିଦ୍ଧି ଏବଂ ପ୍ରଚାରର ସାଧନ ସ୍ୱରୂପ ପ୍ରଚୁର ଧନ, ଜନ, ଅଥବା ସୁଖ ସାଧନରେ ହିଁ ସବୁ ପ୍ରକାର ସଫଳତା ମିଳିଯାଏନିଏହା ନିର୍ବିବାଦୀୟ ବିଷୟକି ଜୀବନଗଠନ ପାଇଁ ଜୀବନକୁ ପୂର୍ଣ୍ଣତାରେ ଭରିଦେବା ପାଇଁ  ଯୋଗର ସ୍ଥାନ ବିଶିଷ୍ଟତମ ଯୋଗର ପ୍ରକାର ମଧ୍ୟ ବହୁତ ପ୍ରକାର ରହିଛି। ବହୁତ ଯୋଗୀ ଏପରି ଅଛନ୍ତି ଯେ ନେତି-ଧୌତି, ବସ୍ତି ଇତ୍ୟାଦି ଷଟ୍ କର୍ମକୁ ମୁଖ୍ୟ ସ୍ଥାନ ଦିଅନ୍ତି ଏବଂ ଏହା କରୁକରୁ ନିଜର ପୂର୍ଣ୍ଣ ଆୟୁଷ ବିତାଇ ଦିଅନ୍ତି, ଏହି  କ୍ରିୟା କରିବାରେ ଶରୀର ତ ନିରୋଗ ରୁହେ ପରନ୍ତୁ ଭାବନା ଏବଂ ବିଚାରରେ କିଛିବି ବିକାଶ ହୁଏନାହିଁ ଅପିତୁ ଅନିୟମିତ ଅଭ୍ୟାସୀ ଦୁଃସାଧ୍ୟ ରୋଗରେ ପୀଡିତ ରୁହନ୍ତି ବହୁତ ବ୍ୟକ୍ତି ପ୍ରାଣାୟାମର ଅଭ୍ୟାସୀ ଦେଖାଯାଆନ୍ତି ଯେଉଁମାନେକି ଯମ-ନିୟମର ଭୂମିକା ତିଆରି ନକରି ହିଁ ପ୍ରଚୁର ମାତ୍ରାରେ ପ୍ରାଣାୟାମ କରିବାରେ ଲାଗିଯାଆନ୍ତି। ନାଡୀଶୁଦ୍ଧି ଅନନ୍ତର ବି ଯାହାଙ୍କର ଭାବନାରେ ମଳିନତା ଅଛି, ବିଷୟ ବାସନାର ପ୍ରବଳତା ଅଛି ଯାହାଙ୍କର ସ୍ତ୍ରୀ ଦର୍ଶନ ମାତ୍ରେ ହିଁ ଅଥବା ସ୍ତ୍ରୀର ବିଚାର କରିବାମାତ୍ରକେ ବୀର୍ଯ୍ୟସ୍ରାବ ହେବାରେ ଲାଗେ-ସ୍ୱପ୍ନଦୋଷ ମଧ୍ୟ  ଲାଗିରହିଥାଏ, କିଛି ସମୟ ପରେ ସେମାନଙ୍କର ମନ ଅତ୍ୟନ୍ତ ଦୁର୍ବଳ ହୋଇଯାଏ ଶେଷରେ ସେମାନେ ନିରୁତ୍ସାହିତ ନିରାଶାବାଦୀ ହୋଇ ଶେଷରେ ପ୍ରାଣାୟାମକୁ ବି ଛାଡିଦିଅନ୍ତି।
                        ବହୁତ ଏପରି ଯୋଗୀ ଅଛନ୍ତି ଯେ କି ଦେହଶୁଦ୍ଧିରୂପୀ ପୂର୍ବ ଭୂମିକାର ପ୍ରସ୍ତୁତି ନକରି (ମଝବୁତ ମୂଳଦୁଆ ବିନା)ହିଁ ଧ୍ୟାନ ଯୋଗରେ ଲାଗି ପଡନ୍ତି ସେ ବାରମ୍ବାର ଅଭ୍ୟାସକରି ମନକୁ ହୃଦୟରେ ଅଥବା ଭୃକୁଟୀସ୍ଥାନରେ କେନ୍ଦ୍ରିତ କରିନିଅନ୍ତି ପରନ୍ତୁ ଶରୀରର ଯେଉଁ ଜଡତା ଅଛି ତାହା ମନରେ ସଂକ୍ରମିତ ହୋଇ ମନକୁ ବି ଜଡ କରିପକାଏ ଯଦ୍ୱାରା ତାହାଙ୍କ ମନ ଧ୍ୟେୟରୁ ବିଚଳିତ ହୋଇ ମୂଳାଧାର ଚକ୍ରରେ ଲୟଯାଏ ସେମାନେ ସେହି ଲୟ ସୁଖକୁ  ସମାଧିସୁଖ ବୋଲି ଧରିନେଇ ଉପଭୋଗ କରିବାରେ ଲାଗନ୍ତି, ପରନ୍ତୁ ମନ ଏବଂ ପ୍ରାଣର ଊଦ୍ ବୋଧନ  ନକରିପାରିବାରେ ଜୀବନକୁ ଓଜସ୍ୱୀ କିମ୍ବା ପ୍ରଭାବଶାଳୀ କରି ଜୀବନର ବାସ୍ତବିକ ଆସ୍ୱାଦନରୁ ବଂଚିତ ରୁହନ୍ତି ଏହିପରି ଯୋଗମାର୍ଗ ଏକ ସର୍ବଶ୍ରେଷ୍ଠ ମାର୍ଗ ହୋଇ ମଧ୍ୟ ବହୁବିଧ ବିଘ୍ନ କାରଣରୁ ଯଥୋଚିତ ମାର୍ଗଦର୍ଶକ ଅଥବା ସଂଚାଳକଙ୍କ ଅଭାବରୁ ଅଥବା ଆହାରଶୁଦ୍ଧି, ସଂଗଶୁଦ୍ଧି ଏବଂ ସ୍ଥଳଶୁଦ୍ଧିର ଅଭାବରୁ ସାଧକ ଯୋଗମାର୍ଗରେ ଅଗ୍ରସର ହୋଇପାରନ୍ତି ନାହିଁ ବେଦାନ୍ତ ଶାସ୍ତ୍ରର ଶ୍ରବଣ, ମନନ ଏବଂ ନିଦିଧ୍ୟାସନ ରୁପୀ ଅଭ୍ୟାସଯୋଗ ଏବଂ ଅଷ୍ଟାଙ୍ଗଯୋଗ ସାଧନରୂପୀ କ୍ରିୟାଯୋଗ ଏହି ଉଚ୍ଚାଙ୍ଗର ସାଧନାର ପୂର୍ବରୁ  ସାଧକ ପାଇଁ କ୍ରିୟାଶୁଦ୍ଧି ଏବଂ ଭାବଶୁଦ୍ଧିର ବିଶେଷରୂପେ ଆବଶ୍ୟକତା ରହିଛି କାରଣ ଯେ ପର୍ଯ୍ୟନ୍ତ କ୍ରିୟାଶୁଦ୍ଧି ଏବଂ ଭାବଶୁଦ୍ଧି  ନ ହୋଇଛି ସେ ପର୍ଯ୍ୟନ୍ତ ସେ ନା କେବେ ଯୋଗର ଅଧିକାରୀ ହୋଇପାରିବେ ନା କେବେ ବେଦାନ୍ତଶାସ୍ତ୍ରର ଅଭ୍ୟାସରୁ ବାସ୍ତବିକ କିଛି ପ୍ରାପ୍ତ କରିପାରିବେ। ଏଥିପାଇଁ ପ୍ରଥମତଃ ପ୍ରତ୍ୟେକ ସାଧକମାତ୍ର ପାଇଁ ମନ୍ତ୍ରାନୁଷ୍ଠାନର ଆବଶ୍ୟକତା ରହିଛି ଯଦ୍ୱାରା ତାହାର ବାଧକ କର୍ମର ନାଶ ହୋଇଯାଏ ଏବଂ ନୀରୋଗୀ ଶରୀର ତଥା ସ୍ୱସ୍ଥଚିତ୍ତ ହୋଇ କୌଣସିବି ସାଧନାକୁ ଧୈର୍ଯ୍ୟ ଓ ନିଷ୍ଠା ସହିତ କରିବାରେ ସଫଳତା ପ୍ରାପ୍ତହୁଏ, ଏଥିପାଇଁ ଆମର ବୈଦିକ ସଂସ୍କୃତି ଜୀବନ ଗଠନର ଆରମ୍ଭ ଗାୟତ୍ରୀ  ମନ୍ତ୍ରରୁ କରିବାରେ ହିଁ ବିଶେଷ ଆଗ୍ରହ ରଖନ୍ତି।
                        ଯେଉଁ ତତ୍ ସବିତୁର୍ବରେଣ୍ୟଂ”- ଚବିଶ ଅକ୍ଷର ବିଶିଷ୍ଟ ପ୍ରସିଦ୍ଧମନ୍ତ୍ର ଅଛି, ଯେ ଗାୟତ୍ରୀମନ୍ତ୍ର ନାମରେ ପ୍ରସିଦ୍ଧ ଅଟନ୍ତି ତାହା ବାସ୍ତବରେ ସାବିତ୍ରୀ ମନ୍ତ୍ର ଅଟେ ଗାୟତ୍ରୀ ଏକ ଚ୍ଛନ୍ଦର ନାମ ସବୁ ଚ୍ଛନ୍ଦ ମଧ୍ୟରେ ଗାୟତ୍ରୀଚ୍ଛନ୍ଦ ଶ୍ରେଷ୍ଠ ଚ୍ଛନ୍ଦ ହୋଇଥିବା କାରଣରୁ ସାବିତ୍ରୀମନ୍ତ୍ର ଗାୟତ୍ରୀ ନାମରେ ପ୍ରସିଦ୍ଧି ହୋଇଗଲେ ଗାୟତ୍ରୀ ଚ୍ଛନ୍ଦ ବିନା ଅନ୍ୟ କୌଣସିବି ଚ୍ଛନ୍ଦ ଅଥବା କୌଣସି ମନ୍ତ୍ରର ସିଦ୍ଧି କେବେବି ହୋଇନପାରେ ଅର୍ଥାତ ମନ୍ତ୍ରଜପର ଯଥାର୍ଥ ପରିଣାମ ରୂପ ଯେଉଁ ସଫଳତା ତାହା ତ ଏକମାତ୍ର ଗାୟତ୍ରୀ ଚ୍ଛନ୍ଦ ବିଜ୍ଞାନ ଦ୍ୱାରା ପରିଚିତ ହୋଇ ଜପ କରିବାରେ ହିଁ ମିଳି ପାରେ ଏମିତିରେ ଶ୍ରଦ୍ଧାପୂର୍ବକ ଜପ କରିବାରେ ଭାବନାର କିଛି ପରିଣାମରେ ଶୁଦ୍ଧି ତ ହୁଏ କିନ୍ତୁ କ୍ରିୟାର କାରଣ ରୂପ ଯେଉଁ ପ୍ରାଣଅଛି ତାହାର ଶୁଦ୍ଧି ଏବଂ ବିଚାରର କାରଣରୂପ ଯେଉଁ ଅହଂକାରଅଛି ତାହାର ଶୁଦ୍ଧି ହୋଇପାରି ନଥାଏ ଏବଂ ଜୀବନର ପୂର୍ଣ୍ଣତା ପାଇଁ କ୍ରିୟାଶକ୍ତିର କାରଣ ଯେଉଁ ପ୍ରାଣ’,  ଇଚ୍ଛାଶକ୍ତିର କାରଣ ଯେଉଁ ମନଏବଂ ଜ୍ଞାନଶକ୍ତିର କାରଣ ଯେଉଁ ଅହଂକାରଅଛି ସେହି ତିନିଙ୍କର ଶୁଦ୍ଧି ଅତି ଆବଶ୍ୟକ ପ୍ରାୟତଃ ରୂଢପ୍ରଣାଳୀକା ଅନୁରୂପ ଯେ କେହି ବି କୌଣସି ମନ୍ତ୍ରର ଜପ କରିବାରେ ବ୍ୟସ୍ତ ଥାଆନ୍ତି ସତ କିନ୍ତୁ ଚ୍ଛନ୍ଦ ଶାସ୍ତ୍ର ସହ ପରିଚିତ ବିନା ହିଁ ସେ ମନ୍ତ୍ରର ଜପ  କରିବାରେ ଲାଗିଥାଆନ୍ତି। ଏଥିପାଇଁ ଯେବେ କୌଣସି ଉତ୍ତମ ସଂସ୍କାରୀ ସାଧକ ଜପ କରନ୍ତି ତେବେ ଭାବନାଶୁଦ୍ଧି ରୂପ ଆଂଶିକ ଫଳ ପ୍ରାପ୍ତ କରିଥାନ୍ତି ଏବଂ ଯେଉଁ ଶୁଭ ସଂସ୍କାର ରହିତ ଅସଂସ୍କାରୀ କିମ୍ବା କୁସଂସ୍କାରୀ ସାଧକ ମନ୍ତ୍ର ଜପ କରନ୍ତି ତେବେ ଜପର ପରିଣାମ ସ୍ୱରୂପ ତାହାର ମଳିନ ହୃଦୟରେ ଯେଉଁ ଏକ ପ୍ରକାର ଶକ୍ତି(energy)ର ସଂଚାର ହୋଇଥାଏ ସେହି ଶକ୍ତି ସାଧକର ମଳିନ ଭାବନାଗୁଡିକର ଅଭିବୃଦ୍ଧି ଘଟାଇ ସାଧକର ଅଧୋଗତି କରାଇଥାଏ।
                        ମନ୍ତ୍ରଜପ ଏକ ବୈଜ୍ଞାନିକ ପ୍ରକ୍ରିୟା। ନିୟମିତ ରୂପେ କୌଣସିବି ମନ୍ତ୍ରର ଦୀର୍ଘକାଳ ପର୍ଯ୍ୟନ୍ତ ଜପ କରିବାରେ ଶରୀରରେ ଆନ୍ଦୋଳନାତ୍ମକ ପ୍ରତିକ୍ରିୟା ହେବାରୁ ସାଧକର ମନ, ପ୍ରାଣ ଏବଂ ବାଣୀର ଜଡତା ନଷ୍ଟ ହୁଏ ଏବଂ ତାହାର ସର୍ବରୂପେଣ ଶୁଦ୍ଧି ହେବାରେ ଲାଗେ। ଜପଦ୍ୱାରା ମନ, ବାକ୍ ଏବଂ ପ୍ରାଣ ବିଶେଷ କ୍ରିୟାଶୀଳ ହୋଇପଡନ୍ତି, ପରନ୍ତୁ ସାଧକ ନିଜର ପ୍ରାଣ, ମନ ଏବଂ ବାଣୀର ଉପଯୋଗ ସେପରି କରିବା ଉଚିତ ଯେପରି ସେଥିରୁ ଶୁଭ ଅଥବା ଅଶୁଭ ସଂସ୍କାର ସଂଚାରିତ ହେଉଥିବ।  ସେହି ସାଧକ ଯେଉଁ ଧ୍ୟେୟ ଅବା ହେତୁକୁ ସମ୍ମୁଖରେ ରଖି ଅଥବା ବାରମ୍ବାର ସ୍ମରଣ କରି ଜପ (ସାଧନା) କରୁଥାଏ ସେହି ଧ୍ୟେୟ ଅବା ହେତୁ ଅନୁରୂପହିଁ ତାହାର ଉପଯୋଗ ହେବାରେ ଲାଗେ ସାଧକକୁ ପ୍ରତ୍ୟେକ ବୈଦିକମନ୍ତ୍ର ପ୍ରୟୋଗର ପ୍ରାରମ୍ଭରୁ ସେହିମନ୍ତ୍ରର ଯେଉଁ ଋଷି , ଦେବତା ଏବଂ ଚ୍ଛନ୍ଦଅଛି ସେ ସବୁକୁ ଜାଣିବା ପରେହିଁ ଯେଉଁ ହେତୁ ବା ଉଦ୍ଦେଶ୍ୟ ନେଇ ମନ୍ତ୍ରଜପ କରିବାକୁ ଇଛାଅଛି ସେହି ହେତୁର ବି (ମନରେ)ବାରମ୍ବାର ଆବର୍ତ୍ତନ କରିଚାଲିବା ଉଚିତ। ଏହିପରି ଦୀର୍ଘକାଳ ପର୍ଯ୍ୟନ୍ତ ମନ୍ତ୍ରଜପ କରିବାରେ ଅନ୍ତର୍ହୃଦୟରେ ଯେଉଁ ଶକ୍ତି କେନ୍ଦ୍ରିତ ହୋଇ ବିକଶିତ ହୋଇଥାଏ ସେହି ଶକ୍ତିହିଁ କାଳାନ୍ତରରେ ଘନୀଭୂତ ହୋଇ ଇଚ୍ଛାର ବିଷୟରୂପୀ ଈଷ୍ଟ ପାଲଟିଯାଏ ଅର୍ଥାତ୍ ସାଧକ ଯେଉଁ ଇଛା, ଧ୍ୟେୟ ଅବା ହେତୁର ସିଦ୍ଧି ପାଇଁ ଜପ(ସାଧନା) କରୁଥାଏ ସେଥିରେ ତାହାଙ୍କୁ ସଫଳତା ମିଳିଥାଏ ପରନ୍ତୁ ସମସ୍ତ ଚ୍ଛନ୍ଦମାନଙ୍କ ମଧ୍ୟରେ ଗାୟତ୍ରୀଚ୍ଛନ୍ଦ ପ୍ରଧାନ ହୋଇଥିବାରୁ ପ୍ରଥମତଃ ଗାୟତ୍ରୀଚ୍ଛନ୍ଦର ଉତ୍ତମ ରୂପେ ଅଭ୍ୟାସ କରିବାପରେ ହିଁ ଅନ୍ୟ ଚ୍ଛନ୍ଦର ଅଭ୍ୟାସ କରିବା ଉଚିତ
                        ଗାୟତ୍ରୀ ମନ୍ତ୍ର ରେ (ସାବିତ୍ରୀ ମନ୍ତ୍ର ରେ) ତିନିଗୋଟି ପାଦ ଏବଂ ଚବିଶ ଅକ୍ଷର ଅଛି  ପ୍ରଥମ ପାଦରେ ଓଁ ତତ୍ ସ ବି ତୁର୍ ବ ରେଣ୍ ୟଂ” – ଏହି ଆଠ ଅକ୍ଷର ଅଛି। ଭର୍ ଗୋ ଦେବସ୍ୟ ଧୀମହି,” - ଦ୍ୱିତୀୟ ପାଦରେ ଏହି ଆଠ ଅକ୍ଷର ଅଛି। ପ୍ରଥମ ପାଦର ଆଠ ଅକ୍ଷରରେ ଏ ଯତି ଏବଂ ଦ୍ୱିତୀୟ ପାଦ ଅର୍ଥାତ୍ ଷୋହଳ ଅକ୍ଷରରେ ଏକ ବିରାମ ଅଛି। ତୃତୀୟ ପାଦରେ – “ଧିୟୋଯୋନଃପ୍ରଚୋଦୟାତ୍ଏହି ଆଠ ଅକ୍ଷର ଅଛିଏ ପ୍ରକାର ଏହି ମୂଳ ସାବିତ୍ରୀମନ୍ତ୍ର ତ୍ରିପଦା ଚତୁର୍ବିଂଶତି ଅକ୍ଷରା ଅଟନ୍ତି। ପ୍ରଥମ ପାଦର ଶେଷରେ ଯତି ଦ୍ୱିତୀୟ ପାଦର ଶେଷରେ ବିରାମ ଏବଂ ତୃତୀୟ ପାଦର ଶେଷରେ ପୂର୍ଣ୍ଣବିରାମ ଅଛି।  ଏହି ଯତି, ବିରାମ ଓ ପୂର୍ଣ୍ଣବିରାମ ଉପରେ ଲକ୍ଷରଖି ଜପ କରିବାକୁ ହୁଏ ଏହି ଚବିଶ ଅକ୍ଷରର ଯେଉଁ ସାବିତ୍ରୀ ମନ୍ତ୍ର ଅଛି ତାହାର ଋଷି ମାହପରାକ୍ରମୀ ଶ୍ରୀ ବିଶ୍ୱାମିତ୍ର, ସାବିତ୍ରୀ ଦେବତା ଏବଂ ଗାୟତ୍ରୀ ଚ୍ଛନ୍ଦ ଅଟନ୍ତି ଅତଃ ଗାୟତ୍ରୀଚ୍ଛନ୍ଦ ସହିତ ପରିଚିତ ହୋଇ ବିହିତ ଉପାୟଦ୍ୱାରା ଜପ କରାଗଲେ ପ୍ରାଣର ଯେଉଁ ଅବ୍ୟବସ୍ଥିତ ଗତିଅଛି ତାହା ସମୟକ୍ରମେ ବ୍ୟବସ୍ଥିତ ହେବାରେ ଲାଗେ ଏବଂ ଯେପରି ପ୍ରାଣର ଶକ୍ତି ଅଛି ସେପରି ମନର ଶକ୍ତି ହୋଇଯିବା କାରଣରୁ ଯେବେ ପ୍ରାଣର ଗତି ବ୍ୟବସ୍ଥିତ ହେବାରେ ଲାଗିଯାଏ ତେବେ ମନବି ଶୃଙ୍ଖଳିତ ହୋଇଯାଏ ଅର୍ଥାତ ସାଧକ ଯେଉଁ ମନର ଅଧୀନ ଥିଲା ସେହି ମନକୁ ନିଜର ବଶ୍ୟରେ ନେଇ ସ୍ୱେଚ୍ଛାନୁରୂପ ମନର ପ୍ରୟୋଗ କରିପାରେ। ମନକୁ ନିଜର ଅଧୀନ କରି ସ୍ୱେଚ୍ଛାନୁରୂପ ତାହାର ସଂଚାଳନ କରିବାକୁ ହିଁ ବାସ୍ତବରେ ଯୋଗକୁହାଯାଏ। ଅର୍ଥାତ  ଇଛାମତେ ଯେକୌଣସି ପ୍ରକାର ଯୋଗର ସାଧନା କରାଯାଉ ପଛେ, ଯେପର୍ଯ୍ୟନ୍ତ ମନ ଉପରେ ଯୋଗୀର ଆଧିପତ୍ୟ ନହୁଏ ସେପର୍ଯ୍ୟନ୍ତ ଯୋଗର କିଛିବି ସାର୍ଥକତା ନଥାଏ ଗୀତାରେ କୁହାଯାଇଥିବା ଯୋଗର ତାତ୍ପର୍ଯ୍ୟ ବି ସେହି ମୋହଗ୍ରସ୍ଥ ଅସଜଡା ମନକୁ ନିଜ ନିୟନ୍ତ୍ରଣରେ  ରଖିବାରେ ନିହିତ
                        ଗାୟତ୍ରୀ ଚ୍ଛନ୍ଦର ବାସ୍ତବିକ ସ୍ୱରୂପ ହେଉଛି Rhythm ଅର୍ଥାତ ତାଳବଦ୍ଧତା ।  ଗତି ଦୁଇପ୍ରକାରର ହୋଇଥାଏ, ସେଥିରୁ ଗୋଟିଏ ଅବିରାମ ଗତି ଏବଂ ଅପରଟିସବିରାମ ଗତି ଯେଉଁ ସମଷ୍ଟି (ପୃଥ୍ୱୀ, ଜଳ, ତେଜ, ବୟୁ ଓ ଆକାଶ ଏହି ପାଂଚ ତତ୍ତ୍ୱ )ର ଗତି ଅଛି ତାହାକୁ ଅବିରାମଗତି କୁହାଯାଏ ପରନ୍ତୁ ଆମର ସ୍ଥୂଳ ଶରୀର (ଯାହା ବ୍ୟଷ୍ଟି ବୋଲି କଥିତ)ସେଥିରେ ଯେଉଁ ଅଂଶତଃ ପାଂଚ ତତ୍ତ୍ୱ  କାମ କରୁଛି ତାହାର ଯେଉଁ ଗତି ତାହାକୁ ସବିରାମଗତି କୁହାଯାଏ ଆମେ ଯେଉଁ ଶ୍ୱାସ ନେଉଛେ ତାହା ସବିରାମଗତିରେ ନେଇଥାଏ ଏବଂ ଯେଉଁ ଶ୍ୱାସ ଛାଡୁଛେ ତାହା ବି ସବିରାମଗତିରେ ଛାଡିଥାଏ ଆମର ହୃଦୟର ସ୍ପନ୍ଦନ, ନାଡୀର ଗତି ସେସବୁ ତାଳବଦ୍ଧ (Rhythmetic) ହେଉଅଛି। ଅର୍ଥାତ ସବିରାମ ଗତିରେ ଚାଲୁଅଛି ସମଷ୍ଟିରେ ବି ଯେଉଁ ପାଂଚ ତନ୍ମାତ୍ରରୂପୀ ପଂଚ ପ୍ରାଣ ଅବିରାମ ଗତିରେ ଚାଲୁଅଛି ସେଥିରେବି ଯେବେ ପ୍ରାର୍ଥିବ, ଜଳୀୟ, ତୈଜସ, ବାୟବୀୟ ଏବଂ ଆକାଶୀୟ ଏହି ପୃଥକ ପ୍ରାଣବେଗର ଗତି ବଦଳେ ସେତେବେଳେ ସେହି ଏକ ଏକ ବିରାମର ଅନନ୍ତର ହିଁ ଅନ୍ୟଟିର ଗତିର ପ୍ରାରମ୍ଭ ହୋଇଥାଏ ଅତଃ ଏହି ସମଗ୍ର ବିଶ୍ୱ ବ୍ରହ୍ମାଣ୍ଡରେ ଯେ କୌଣସି ତତ୍ତ୍ୱ  ଅଥବା ପଦାର୍ଥର ଗତି ଅଛି ସେଠି ସ୍ଥିତିରୂପ ବିରାମର ବି ଅନିବାର୍ଯ୍ୟତା ଅଛି। ପରନ୍ତୁ ଯେଉଁ ସୂକ୍ଷ୍ମ, ସୂକ୍ଷ୍ମତର, ସୂକ୍ଷ୍ମତମ ତତ୍ତ୍ୱ  ଅଛି ସେ ସବୁ ପ୍ରାୟଃ ଗତିପ୍ରଧାନ ହେବାରୁ ସେବୁର ଗତି ଅଳ୍ପକ୍ଷଣର ହୋଇଥାଏ ଅତଃ ଜୀବ ଜଡତା ସଂପନ୍ନ ମନ, ବାଣୀ, ବୁଦ୍ଧିଦ୍ୱାରା ସେହି ଅଳ୍ପକ୍ଷଣର ଅନୁଭୂତିକୁ ଗ୍ରହଣ କରିପାରେନି ପୃଥ୍ୱୀ, ଜଳ ଆଦି ପଂଚତତ୍ତ୍ୱରେ ଆକାଶ ତତ୍ତ୍ୱ ସର୍ବଶ୍ରେଷ୍ଠ ଯଦି ବିହିତ ଉପାୟରେ  ସେହି ଆକାଶତତ୍ତ୍ୱକୁ ବଶ୍ୟ କରାଯାଏତ ଆକାଶ ତତ୍ତ୍ୱର କାର୍ଯ୍ୟହେବାରେ ଅନ୍ୟ ସମସ୍ତ ତତ୍ତ୍ୱ   ଯଥା- ବାୟୁ, ଜଳ, ପୃଥ୍ୱୀ ଓ ଅଗ୍ନି ଏ ସମସ୍ତ ତତ୍ତ୍ୱକୁ ସହଜରେ ବଶ୍ୟ କରାଯାଇପାରିବ ଯେଉଁ ପ୍ରାଣାୟାମ ପ୍ରଧାନ ଯୋଗସାଧାନା ରହିଛି ସେଥିରେ ବାୟୁ ତତ୍ତ୍ୱର ବଶୀଭୂତ କରାଯାଇପାରେ  ଏବଂ ବାୟୁ ତତ୍ତ୍ୱର କାର୍ଯ୍ୟ ଯେଉଁ ଅଗ୍ନି, ଜଳ ଏବଂ ପୃଥ୍ୱୀ ସେସବୁକୁ ମଧ୍ୟ ବଶ୍ୟ କରାଯାଇପାରେ ପରନ୍ତୁ ଯେଉଁ ଆକାଶତତ୍ତ୍ୱ ଅଛି ତାହା ବାୟୁର କାରଣତତ୍ତ୍ୱ  ହେବାକାରଣରୁ ପ୍ରାଣାୟାମାଦି ଯୋଗସାଧନାଦ୍ୱାରା ଆକାଶତତ୍ତ୍ୱକୁ ବଶୀଭୂତ କରାଯାଇ ପାରିବନାହିଁ ଆକାଶର ଗୁଣ ହେଲା ଶବ୍ଦ ଯେବେ କୌଣସି ଏକ ଶବ୍ଦକୁ ବଶୀଭୂତ କରାଯାଇପାରେତ ସେହି ବଶୀଭୂତ ହୋଇଥିବା ଶବ୍ଦ ମାଧ୍ୟମରେ ଯେଉଁ ବାୟୁ, ଅଗ୍ନି, ଜଳ, ପୃଥ୍ୱୀର ଗୁଣ କ୍ରମଶଃ ସ୍ପର୍ଶ ରୂପ ରସ ଏବଂ ଗନ୍ଧ ସେହି ଚାରିଙ୍କୁ ମଧ୍ୟ ବଶ୍ୟରେ ରଖାଯାଇପାରେ କାରଣ ଯାହା ଶବ୍ଦତତ୍ତ୍ୱ ତାହା କାରଣତତ୍ତ୍ୱ ହେବା କାରଣରୁ ଅନ୍ୟ କାର୍ଯ୍ୟତତ୍ତ୍ୱର ଭେଦନ କରି ଗତି କରିପାରେ। ପରନ୍ତୁ କାର୍ଯ୍ୟତତ୍ତ୍ୱ ନିଜ ନିଜର କାରଣକୁ ଭେଦନ କରି ଗତି କରିପାରନ୍ତି ନାହିଁ
                        ଶବ୍ଦ ଦୁଇପ୍ରକାର ପ୍ରଥମଟି ଜଡଶବ୍ଦ, ଯାହାକି କୌଣସି ପ୍ରକାରରୁ କିଛିବି ବସ୍ତୁର ସଘର୍ଷରୁ ଉତ୍ପନ୍ନ ହୋଇଥାଏ ଏହି ଜଡଶବ୍ଦରେ କୌଣସି ପ୍ରକାର ଭାବ ବା ବୋଧର ଅଭିବ୍ୟକ୍ତି ନଥାଏ  ଏବଂ ଯେଉଁ ଶବ୍ଦ କୌଣସି ଚେତନପ୍ରାଣୀର ହୃଦୟରେ ଭାବ ଅଥବା ଭାଷାର ରୂପରେ ଅଭିବ୍ୟକ୍ତ ହୋଇଥାଏ ତାହାକୁ ଚେତନଶବ୍ଦ କୁହାଯାଏ ଛୋଟରୁ ଛୋଟ ପ୍ରାଣୀଠୁ ନେଇ ବଡ ବଡ ପ୍ରାଣୀବି ନିଜ ନିଜର ହୃଦୟର (ଜୀବନର) ଅଭିବ୍ୟକ୍ତି କୌଣସିନା କୌଣସି ଭାଷା, ଶବ୍ଦ ଅଥବା ଧ୍ୱନୀ ବା ନାଦ ଦ୍ୱାରା ବ୍ୟକ୍ତ କରିଥାଆନ୍ତି ଭଗବତୀ ଶ୍ରୀ ଶ୍ରୁତିମାତା “ଚ୍ଛାନ୍ଦୋଗ୍ୟ ଉପନିଷଦ କୁହନ୍ତିକି- ଗାୟତ୍ରୀ ବା ଇଦଂ ଭୂତଂ ଯଦିଦଂ କିଂଚ ବାଗ୍ୱୈ ଗାୟତ୍ରୀ, ବାଗ୍ୱା ଇଦଂ ସର୍ବ ଭୂତଂ ଗାୟତି ଚ ତ୍ରାୟତେ ଚସମସ୍ତ ବିଶ୍ୱରେ ଯେତେ ପ୍ରାଣୀ ଅଛନ୍ତି ସେସବୁ ଗାୟତ୍ରୀର ସ୍ୱରୂପହିଁ ଅଟନ୍ତି େ ସମସ୍ତ ପ୍ରାଣୀମାନଙ୍କ ଜୀବନର ଯେଉଁ ଅଭିବ୍ୟକ୍ତି ଅଛି ତାହା କୌଣସି ନା କୌଣସି ଭାଷା , ଶବ୍ଦ, ଧ୍ୱନୀ ଅବା ନାଦ ଦ୍ୱାରା ହୋଇଥାଏ ଏଥିପାଇଁ ଯେଉଁ ଗାୟତ୍ରୀ ଅଛନ୍ତି ଅର୍ଥାତ ଯାହା ପ୍ରାଣୀର ଅଭିବ୍ୟକ୍ତି ଅଛି ତାହାହିଁ ବାଗ୍ ରୂପା ଅଟନ୍ତି। ବାଗ୍ୱୈ ଗାୟତ୍ରୀ ବାଗ୍ୱା ଇଦଂ ସର୍ବଂ ଭୂତଂ” -ପ୍ରାଣୀ ମାତ୍ରକେ ଯେଉଁସବୁ ଭାବ, ଭାଷା ଦ୍ୱାରା ନିଜ ନିଜର ଅସ୍ତିତ୍ୱ ପ୍ରକଟିତ କରାଉଅଛନ୍ତି  ସେସବୁ ସବିରାମ ଗତି ଅର୍ଥାତ୍ ତାଳବଦ୍ଧ ଚ୍ଛନ୍ଦରୁ ହିଁ ପ୍ରକଟ ହେଉଅଛି ଅତଃ ସେ ସମସ୍ତ ଗାୟତ୍ରୀର ସ୍ୱରୂପ ଅର୍ଥାତ ବାଗ୍ ରୂପ ଅଟନ୍ତି ଜୀବନର ଚ୍ଛନ୍ଦ ହିଁ ଗାୟତ୍ରୀ ସମସ୍ତ ପ୍ରାଣୀ ସ୍ଥୂଳଦେହାବସାନ ସହିତ ସେହି ଗାୟତ୍ରୀସ୍ୱରୂପ ପୃଥକ ପୃଥକ ଧ୍ୱନି ଅର୍ଥାତ୍ ବାକ୍ କୁ  ଅବଲମ୍ବନ କରି ସୂକ୍ଷ୍ମରୂପେ ବାୟୁମଣ୍ଡଳରେ ରୁହନ୍ତି ସେହି ଯେଉଁ ବାଗ୍ ରୂପା ପୃଥକ ପୃଥକ ଧ୍ୱନି ସେ ସେହି ପୃଥକ ପୃଥକ ପ୍ରାଣୀରୂପେ ପୁନଃ ଜନ୍ମ ଗ୍ରହଣ କରନ୍ତି ଏଥିପାଇଁ ଭଗବତି ଶୃତି କୁହନ୍ତି ଯେତେ ବି ପ୍ରାଣୀ ଅଛନ୍ତି ସେ ସବୁ ଗାୟତ୍ରୀ ସ୍ୱରୂପ ଏବଂ ଯେଉଁ ପ୍ରାଣୀ ଅଛନ୍ତି ସେ ସବୁ ବାଙ୍ମୟ ଅଟନ୍ତି ଅତଃ ସେ କୁହନ୍ତି- ଗାୟତ୍ରୀ ଚ ତ୍ରାୟତେ ଚଅର୍ଥାତ ସକଳ ପ୍ରାଣୀବର୍ଗ ସୁଗାୟନରତ ରହି ହିଁ ନିଜନିଜର ପୃଥକ ପୃଥକ ଅସ୍ତିତ୍ୱ ରକ୍ଷଣ କରନ୍ତି ଶ୍ରୀପାଦ ଶଙ୍କରାଚାର୍ଯ୍ୟ ବି ନିଜ ଭାଷ୍ୟରେ କୁହନ୍ତି- ଗାନାଚ୍ଚ ତ୍ରାଣାଚ୍ଚ ଗାୟତ୍ର୍ୟା ଗାୟତ୍ରୀତ୍ୱମ୍ଗାନ ଦ୍ୱାରା ତ୍ରାଣ କରିବା ଏବଂ ରକ୍ଷା କରିବାର ଯେଉଁ ଶକ୍ତି ଅଛି ତାହା ହିଁ ଗାୟତ୍ରୀର ଗାୟତ୍ରୀୟତ୍ୱ ଅଟେ। 
                        ଉପରେ ଯେଉଁ ଜଡ ଆଉ ଚେତନ ଶବ୍ଦର ଦୁଇ ପ୍ରକାର ବିଭାଗ କୁହାଗଲା ସେଥିରୁ ତାହାହିଁ ଚେତନଶବ୍ଦ ଯାହା ବା  ଯେଉଁଶବ୍ଦ ବା ଧ୍ୱନି ଦ୍ୱାରା ପ୍ରାଣୀମାତ୍ର ନିଜର ପୃଥକତାର ଅଭିବ୍ୟକ୍ତି କରୁଅଛନ୍ତି ଆଉ ସେ ପ୍ରାଣୀ ବି ଉଦ୍ଭିଦଜ, ସ୍ୱେଦଜ, ଅଣ୍ଡଜ, ଏବଂ ଜରାୟୁଜ ଭେଦରେ ଚାରି ପ୍ରକାରର ଜରାୟୁଜରେ ବି ମନୁଷ୍ୟ ସର୍ବଶ୍ରେଷ୍ଠ; କାରଣ ଇତର ପ୍ରାଣୀମାନଙ୍କ ମଧ୍ୟରୁ ମନୁଷ୍ୟ ଠାରେ କ୍ରିୟା, ଇଚ୍ଛା ଏବଂ ଜ୍ଞାନ ଏହି ତ୍ରିବିଧ ଶକ୍ତି ବିଶେଷ ମାତ୍ରାରେ ବିକସିତ ଅଛି ମନୁଷ୍ୟମାନଙ୍କରେ ସର୍ବଶ୍ରେଷ୍ଠ ମନୁଷ୍ୟ ସେହି -ଯେ ଏହି ତ୍ରିବିଧ ଶକ୍ତିର ଉତରୋତର ବିକାଶର ସହ ହିଁ ନିଜର ପ୍ରାଣ ଏବଂ ମନକୁ ପୂର୍ଣ୍ଣତଃ ବଶୀଭୂକରି ଏହି ଶକ୍ତିର ସଦୁପଯୋଗ କରିପାରେ ପ୍ରଥମରୁ କୁହାଯାଇଛିକି ପ୍ରାଣୟାମାଦି ସାଧନ ଦ୍ୱାରା ମନକୁ ଅଭିଭୂତ ଅର୍ଥାତ ମୂର୍ଚ୍ଛିତ କରାଯାଇପାରେ ଏବଂ ଦୀର୍ଘକାଳର ସାଧନାର ଫଳସ୍ୱରୂପ ବାୟୁ ଆଦି ଚାରିତିତ୍ତ୍ୱକୁ ବଶୀଭୂତକରି ବିଭିନ୍ନ ପ୍ରକାର ସିଦ୍ଧି ପ୍ରାପ୍ତ କରାଯାଇପାରେ ପରନ୍ତୁ ମନକୁ ବଶୀଭୂତ କରିବାର ତଥା ତ୍ରିବିଧ ଶକ୍ତି(କ୍ରିୟା, ଇଚ୍ଛା, ଜ୍ଞାନ)ର ଶୁଦ୍ଧି ରୂପୀ ଯେଉଁ ମହାଶୁଦ୍ଧି ଅଛି ତାହା କେବଳ ଯୋଗସାଧନା ଦ୍ୱାରା ଆସି ନଥାଏ ସେହି ସିଦ୍ଧିକୁ ପ୍ରାପ୍ତ କରିବା ପାଇଁ ଆକାଶତତ୍ତ୍ୱ ରୂପୀ ଯେଉଁ ବାଗ୍ ଅଛି ସେହି ବାଗ୍ ର ସାଧନା ଦ୍ୱାରା ମନ ଓ ପ୍ରାଣକୁ ବଶୀଭୂତ  କରାଯାଇପାରେ ତଥା ଯେକୌଣସି ସିଦ୍ଧିର ଆଶା-ଅପେକ୍ଷା ଥାଏ ତାହାକୁ ଦୀର୍ଘକାଳ ପର୍ଯ୍ୟନ୍ତ ବିହିତ ଉପାୟ ଦ୍ୱାରା ଜପ କରିବାରେ ଲାଗିରହିଲେ ତାହା ପ୍ରାପ୍ତ କରାଯାଇପାରେ

-:ଗାୟତ୍ରୀ ଚ୍ଛନ୍ଦ ବିଜ୍ଞାନ:-
                        ଏବେ ଗାୟତ୍ରୀ ଚ୍ଛନ୍ଦ ବିଜ୍ଞାନ ବିଷୟରେ ବିଚାର କରିବା ଯଦ୍ୱାରା ସାଧକବର୍ଗ ବୁଝିପାରିବେକି କେଉଁପରି ମନ ଏବଂ ପ୍ରାଣକୁ ବଶ୍ୟ କରାଯାଇପାରେ ମନ୍ତ୍ରଜପ ଏକ ବୈଜ୍ଞାନିକ ସାଧନ ଯେବେ ବିହିତ ପଦ୍ଧତିରେ ଜପ କରାଯାଏ ତେବେ ହଠ, ମନ୍ତ୍ର, ଲୟ ଏବଂ ରାଜ ଏହି ଚାରି ଯୋଗ ସେଥିରେ ଅନ୍ତର୍ଭୁତ ହୋଇଯାଆନ୍ତି ଏବେ ଆମ୍ଭେ ସାବିତ୍ରୀମନ୍ତ୍ର (ଗାୟତ୍ରୀ)ର ଆଧାରରେ ଗାୟତ୍ରୀ ଚ୍ଛନ୍ଦର ବିଧାନ ଲେଖୁଅଛୁ ଯଦ୍ୟପି ଏହି ବିଦ୍ଧି କୌଣସି ଜ୍ଞାନୀ ସଦ୍ ଗୁରୁଙ୍କ  ପାଖରେ ରହି ହିଁ ଶିଖିବା ଉଚିତ ତଥାପି ମୁଁ ମୋନିଜ ସାମର୍ଥ୍ୟାନୁସାରେ ଲେଖିକରି ତାହାର ଅଭ୍ୟାସ କରାଇବାକୁ ଚାହୁଁଛି ଏହି ଗାୟତ୍ରୀ ଚ୍ଛନ୍ଦର ସିଦ୍ଧିଲାଭ ହେବାନନ୍ତର ପୁଣି ଇଛାମତେ ଯେକୌଣସି ଧର୍ମ ଅବା ଭାଷାର ମନ୍ତ୍ରକୁ ଗାୟତ୍ରୀ ଚ୍ଛନ୍ଦରେ ଜପ କରିବାରେ ସେହି ମନ୍ତ୍ର କିଛି ସମୟରେହିଁ ସିଦ୍ଧ ହୋଇଥାଏ (ସେହି ସିଦ୍ଧି ପ୍ରାପ୍ତ ହେବାରେ ସାଧକର ସମୟ ନିତ୍ୟ, ମର୍ଯ୍ୟାଦା ନିୟମ ଏବଂ ଆହାର ସବୁ ଅନୁକୂଳ ହେବା ଦରକାର ଅନ୍ୟଥା ଆତ୍ମବିଶ୍ୱାସରେ କମ ହେବା କାରଣରୁ ସାଧନା ପୂର୍ଣ୍ଣ ହେବାରେ ସନ୍ଦେହ ହୋଇଥାଏ)
                        ମନ୍ତ୍ରସିଦ୍ଧିର ଅର୍ଥ ହେଲା ମନ୍ତ୍ର ଜପର ପରିଣାମ ସ୍ୱରୂପ ସେହି ମନ୍ତ୍ରଟି ସାଧକର ପ୍ରାଣ ଓ ମନରେ ରମିଯିବା ଏବଂ ଯେଉଁ ନାଡିରେ ଜପମନ୍ତ୍ରର ଗତିହୁଏ ସେହି ନାଡିଦ୍ୱାରା ଉଦ୍ ବୋଧିତ ହେଉଥିବା ମନ୍ତ୍ରଟି ଏକ ଏକ ଚକ୍ରର ଭେଦନ କରୁକରୁ କ୍ରମଶଃ ବିଶୁଦ୍ଧଚକ୍ରରେ ପହୁଁଚିଯାଏ ବିଶୁଦ୍ଧଚକ୍ରକୁ ଆସିବା ପଶ୍ଚାତ ସେହି ମନ୍ତ୍ରଟି ନାଦ ଅର୍ଥାତ୍ ଝଂକାର ରୂପରେ ପରିଣତ ହୋଇଯାଏ ଏବଂ ଅନାୟାସହିଁ ତାହାର ଜପ ହେବାରେ ଲାଗେ ଏପରିକି ଅନ୍ୟ କାର୍ଯ୍ୟରେ ଲିପ୍ତ ଥିଲେବି ସେହି ମନ୍ତ୍ରର ଜପ ବିନାପ୍ରୟାସରେ ବଳେ ବଳେ ଅନ୍ତରରେ ଚାଲୁ ରହୁଥାଏ ସେଠାରୁ ସହସ୍ରଦଳ ପର୍ଯ୍ୟନ୍ତ ଯିବାରେ ବହୁବର୍ଷର ସମୟ ଲାଗିଯାଏ ଅଥବା ହୁଏତ ଜନ୍ମଜନ୍ମାନ୍ତର ପର୍ଯ୍ୟନ୍ତ ତାହାର ଅପେକ୍ଷା କରିବାକୁ ପଡେ। ଏହାର ଅନେକ କାରଣ ଅଛି ଯାହା ତ୍ୟନ୍ତ ରହସ୍ୟମୟ ଅତଃ ସେସବୁକୁ ଏଠାରେ ଟିକେ ଆଲୋଚନା କରି ମୂଳ ବିଷୟକୁ ଫେରିବା
                        ପ୍ରତ୍ୟେକ ମନ୍ତ୍ରକୁ ବୈଦିକ ବିଧିରେ ଜପିବା ପାଇଁ ପ୍ରଥମତଃ ବର୍ଣ୍ଣ(ଅକ୍ଷର)ର ଶୁଦ୍ଧ ଉଚ୍ଚାରଣ ହେବା ଦରକାର ଯଦ୍ୱାରା ଯେଉଁ ଅକ୍ଷରର କଂଠ , ତାଳୁ, ଓଠ ଆଦି ସ୍ଥାନଅଛି ସେଠି ତାହାର ଆନ୍ଦୋଳନ ଯେପରି ପହୁଁଚି ପାରେ ଏବଂ  ତାହାର ପ୍ରତ୍ୟେକ ଆନ୍ଦୋଳନାତ୍ମକ ପ୍ରତିକ୍ରିୟାରୁ ମସ୍ତିଷ୍କର ଯେଉଁ ଅତିସୂକ୍ଷ୍ମ ଜ୍ଞାନତନ୍ତୁ ଅଛି ତାହାର ବି ଯେପରି ଶୁଦ୍ଧିକରଣ ହୋଇପାରେ ଦ୍ୱିତୀୟତଃ ଉଦାତ, ଅନୁଦାତ, ସ୍ୱରିତ ଏହି ତିନି ସ୍ୱରର ଗତି ଉର୍ଦ୍ଧ, ଅଧଃ, ମଧ୍ୟ ଏପରି ତ୍ରିବିଧ ରୂପ ହୋଇ ସମସ୍ତ ଶରୀରରେ ପ୍ରସାରିତ ହେଉଥିବା ସମସ୍ତ ନାଡି-ଜାଲରେ ଆନ୍ଦୋଳନକୁ ପହୁଁଚାଇ ସେଥିରେ ଥିବା ବାତ-ପିତ-କଫ ଆଦି ଦୋଷର ଶୁଦ୍ଧି ଯେପରି କରିପାରେ ତୃତୀୟତଃ ମାତ୍ରା (ହ୍ରସ୍ୱ, ଦୀର୍ଘ ଏବଂ ପ୍ଳୁତ)ମାନଙ୍କର ବି ବିଚାର ରଖିବା ଉଚିତ ଯେଉଁ ଅକ୍ଷର  ଉଚ୍ଚାରଣ ପାଇଁ  ଯେତିକି କ୍ଷଣର ଆବଶ୍ୟକତା ଅଛି ସେତିକି କ୍ଷଣ ସେହି ଅକ୍ଷରକୁ ଦେବା ଉଚିତ ମନ୍ତ୍ରାକ୍ଷରର ମଝିରେ ଯେଉଁ ସନ୍ଧି ଅଛି ତାହା ସ୍ପଷ୍ଟରୂପେ ପ୍ରକାଶିତ ହେବା ଉଚିତ ଓ ପ୍ରତ୍ୟକ୍ଷ ଅନୁଭୂତି ହେବା ଉଚିତ ଅଧିକ ମନ୍ତ୍ରଜପ ପରେ ମନ୍ତ୍ରାକ୍ଷରରେ ଚେତନତା ଆସିଯାଏ , ଯାହା ଫଳରେ ଏକ ଅକ୍ଷର ଅନ୍ୟ ଅକ୍ଷରଟିକୁ ଟାଣିକରି ନିଜ ସାଥିରେ ଯୋଡିନିଏ ଏପରି ସମସ୍ତ ଅକ୍ଷର ଏକ ଅନ୍ୟଟି ଦ୍ୱାରା ଆକର୍ଷିତ ହୋଇ ଚାପି ହୋଇଯାଆନ୍ତି। ସେହି ପ୍ରତ୍ୟେକ ଅକ୍ଷରର ମଧ୍ୟରେ ଯେଉଁ ସନ୍ଧି ଅଛି ତାହା ଦେଖା ଯାଏନାହିଁ ଏବଂ ମନ୍ତ୍ର ଯନ୍ତ୍ରବତ୍ (Mechanically) ଚାଲୁଥାଏ ଏପରି ସ୍ଥିତିରେ ମନ ସ୍ଥିର ହୋଇ ପାରେନାହିଁ ବରଂ ଏଣେ ତେଣେ ଧାଇଁବାରେ ଲାଗେ ଏପରି ଯେବେ ଜପ ଚାଲେ ତେବେ କଥା ସରିଲା, ମନ-ଧ୍ୟାନ ନଦେଇ ମନ୍ତ୍ରଜପରେ କିଛିହିଁ ମୂଲ୍ୟ ନଥାଏ ।  ତେଣୁ ମନକୁ ଧ୍ୟାନସ୍ଥ କରି ମନ୍ତ୍ରଜପ-ପୂଜାପାଠାଦି କରିବା ଉଚିତ ଯଦି ମନ୍ତ୍ରାକ୍ଷରରେ ଥିବା ମାତ୍ରା ଗୁଡିକୁ ଧ୍ୟାନରେ ରଖି ଜପ କରାଯିବ ବା ପାଠ କରାଯିବ ତେବେ ମନକୁ ସ୍ୱୟଂହିଁ ସଭାନ ଅର୍ଥାତ ଜାଗୃତ ରହିବାକୁ ପଡିବ ତେଣୁ ସେ ଆଉ ଏଣେତେଣେ ଦୌଡି ପାରିବ ନାହିଁ ବରଂ ଉଦ୍ଦେଶ୍ୟରେ ସ୍ଥିର ରହିବ ତେଣୁ ମନ୍ତ୍ରର ମାତ୍ରା ପ୍ରତି ସଜାଗ ରହି ଜପ କରିବା ଉଚିତ ମନ ଭିତରେ ଏକ ସଂକଳ୍ପ (ଅକ୍ଷର)ଉଠିବା ପରେ ଯେପର୍ଯ୍ୟନ୍ତ ଦ୍ୱିତୀୟ ସଂକଳ୍ପ ନ ଉଠେ ସେପର୍ଯ୍ୟନ୍ତ ସେହି ଦୁଇ ସଂକଳ୍ପ(ଅକ୍ଷର)ର ମଧ୍ୟରେ ଯେଉଁ ସନ୍ଧିକାଳ (space) ଅଛି ତାହାକୁ ନିର୍ବିକଳ୍ପ ଅବସ୍ଥା କୁହାଯାଏ ସେହି ସନ୍ଧି(space)ରେ ରହି ମନ ସ୍ଥିର ହୋଇଯାଏ ଯେଉଁ ଅତ୍ୟନ୍ତ ବିକ୍ଷିପ୍ତଚିତ୍ତଧାରୀ ଅଛନ୍ତି ସେହି ସାଧକ ଏହି ସନ୍ଧିକାଳର ଅନୁଭୂତି କରିପାରନ୍ତି ନାହିଁ, ଅନ୍ୟଥା ଯେଉଁ ସାଧକ ଉପରୋକ୍ତ ବିହିତ ଉପାୟଦ୍ୱାରା ମନ୍ତ୍ରଜପ କରିବା ସମୟରେ ମନ୍ତ୍ରାକ୍ଷରରେ ଥିବା ସନ୍ଧିକାଳରେ ଜାଗ୍ରତ ରହିପାରନ୍ତି ଏବଂ ପ୍ରୟାସ କରି ପ୍ଳୁତମାତ୍ରାରେବି ଜପର ଅଭ୍ୟାସ କରିପାରନ୍ତି ତାଙ୍କର ମନ ସେହି ଅକ୍ଷର ସନ୍ଧିରେ ସ୍ଥିର ହେବାରେ ଲାଗେ ଏବଂ ସେହି ସନ୍ଧିସବୁରୁ ଝଂକାର-ସୂକ୍ଷ୍ମନାଦ ବି ପ୍ରତୀତ ହେବାରେ ଲାଗେ ସେହି ନାଦରୁ ମନକୁ ଏକ ଦିବ୍ୟ ଆସ୍ୱାଦନ ମିଳିଥାଏ ଯହିଁରୁ ମନ ଏଣେ ତେଣେ ଦୌଡିବାରୁ ବିରତ ହୋଇ ଉଦ୍ଦେଶ୍ୟରେ  ସ୍ଥିର ହୋଇଯାଏ ଏହି ବିଧିରେ ମନ୍ତ୍ରଜପ କରିବା ଅଭ୍ୟାସର ପରିଣାମ ସ୍ୱରୂପ ସାଧକଠାରେ ଏକ ସଂକଳ୍ପକୁ କାର୍ଯ୍ୟାନ୍ୱିତ କରିବା ସମୟରେ ଅନ୍ୟ ସଂକଳ୍ପକୁ ସହଜରେ ରୋକିବାର କ୍ଷମତା ବିକସିତ ହୁଏ ଏହାଦ୍ୱାରା ସଂକଳ୍ପରାଜ୍ୟର ନିରୀକ୍ଷଣ କରିବାର ଶକ୍ତି ମିଳେ ସଗୁଣ ମୂର୍ତି ଧ୍ୟାନ ଅଥବା ନିର୍ଗୁଣ ତତ୍ୱର ବିଚାରରେ ବି ବିଶେଷ ପ୍ରକାରର ଯୋଗ୍ୟତା ସାଧକ ଭିତରେ ଆସିଯାଏ ଚତୁର୍ଥତଃ ମନ୍ତ୍ରାକ୍ଷରର ବଳଦିଗରେ ଧ୍ୟାନଦେବା ଉଚିତ ମନ୍ତ୍ରଶକ୍ତିର ଅଭିବୃଦ୍ଧିରେ ବଳର ସ୍ଥାନ ବହୁତ ମହତ୍ୱପୂର୍ଣ୍ଣ ମନ୍ତ୍ରଜପ କରିବା ସମୟରେ ଯେଉଁ ଅକ୍ଷରରେ ଯେତିକି ଭାର ଦେବା ଦରକାର ସେତିକି ହିଁ ଭାର ଅକ୍ଷର ଉପରେ ଦେଇ ଜପ କିମ୍ବା ପାଠ କରିବା ଆବଶ୍ୟକ ଏହାଦ୍ୱାରା ପ୍ରାଣବଳ ଏବଂ  ମନୋବଳ ଦୁଇଟିଯାକ ବଢେ ଏବଂ ଏହିଦୁଇକୁ ସଂଚାଳିତ କରିବାର ଶକ୍ତିବି ବଢିଯାଏ ଋକ୍, ଯଜୁଃ, ସାମ, ଅଥର୍ବ-ଏହି ଚାରିବେଦରେ ବର୍ଣ୍ଣ , ସ୍ୱର, ମାତ୍ରା ଏବଂ ବଳ ଏହି ଚାରି ମନ୍ତ୍ରୋଚ୍ଚାରଣ ପଦ୍ଧତିର ପ୍ରାଧାନ୍ୟ ରହିଛି ଗୋଟିଏ ଶ୍ୱାସରେ ୧୬ମାତ୍ରା (ଅକ୍ଷର)ର ଉଚ୍ଚାରଣରୁ  ଋଗ୍ ବେଦୀ, ୩୨ମାତ୍ରାର ଉଚ୍ଚାରଣରୁ (ସ୍ୱରିତ) ଯଜୁର୍ବେଦୀ , ୪୮ମାତ୍ରାର ଉଚ୍ଚାରଣରୁ ସାମବେଦୀ ଏବଂ ୬୪ମାତ୍ରାର ଉଚ୍ଚାରଣରୁ ଅଥର୍ବବେଦୀ ଚିହ୍ନା ପଡନ୍ତି
                        ଯେଉଁ ସାଧକ ଆରମ୍ଭରୁ ମାନସିକ ଜପ କରିବାର ଆଗ୍ରହ ରଖନ୍ତି ସେ ଭୂଲ କରନ୍ତି କୌଣସିବି ଶବ୍ଦ ଉଚ୍ଚାରଣ କରିବା ପାଇଁ ବାହ୍ୟ ପ୍ରଯତ୍ନ ଏବଂ ଅନ୍ତର ପ୍ରଯତ୍ନ ଏହି ଦୁଇ ପ୍ରକାରର ପ୍ରଯତ୍ନ କରିବାକୁ ପଡିଥାଏ ଯେପର୍ଯ୍ୟନ୍ତ ବାଚିକ ଜପ ଉପରୋକ୍ତ ବର୍ଣ୍ଣ-ସ୍ୱର-ମାତ୍ରା-ବଳର ରୀତିରେ ନକାରାଯିବ ସେପର୍ଯ୍ୟନ୍ତ ନାତ ନାଡିର ଶୁଦ୍ଧି ହୋଇଥାଏ ନା’ (ବାକ୍)ବାଣୀର ଆଉ ବାଣୀର ଶୁଦ୍ଧିବିନା ମାନସିକ ଜପର ଆଗ୍ରହ ଏକ ବିଡମ୍ବନା ମାତ୍ର ଏହି ପ୍ରକାର ମାନସିକ ଜପ ବେଦର ଅନୁମୋଦିତ ଜପ ନୁହେଁ ବେଦରେ ତ ପ୍ରତ୍ୟେକ ମନ୍ତ୍ରର ଯେଉଁ ଚ୍ଛନ୍ଦରୂପ ଅଛି ସେହି ଚ୍ଛନ୍ଦବିଜ୍ଞାନ ସହ ପରିଚିତ ହୋଇ ପ୍ରଥମେ ବାଚିକ ପାଠ କରିବାର ନିଦେ୍ର୍ଦଶ ଅଛି ଏହିପରି ବାଚିକ ଜପ କରୁକରୁ ଆପେଆପେ ମାନସିକ ଜପ ହେବାରେ ଲାଗିବ ଏଥିପାଇଁ କିଛି ସମୟ ପାଇଁ ବାଚିକ ଜପ କରି ଯେତେବେଳେ ଥକ୍କାବୋଧ ହେବାରେ ଲାଗିବ ତେବେ ସାଧକକୁ ମାନସିକ ଜପ କରିବା ଉଚିତ ସାଧକକୁ ନିଜର ମନ ଉପରେ ଏହି ପ୍ରଭାବ କେବେବି ପକାଇବା ଉଚିତ ନୁହେଁକି (ଗୁରୁପ୍ରଦତ ମନ୍ତ୍ର ଅପ୍ରକାଶ୍ୟ ହୋଇଥିବାରୁ) ମୋର ବାଚିକ ଜପରୁ ମୋତେ ପାପ ଲାଗିବ ଏବଂ ସେହି ପାପର ଡରରେ ସାଧକ ମାନସିକ ଜପବିଧିରେ ଯେପରି ଫସି ନଯାଆନ୍ତୁ (ଦୀକ୍ଷାମନ୍ତ୍ର ଗୋପନୀୟ ଏହି ବିଚାରରେ ଅନେକ ମନେମନେ ଜପ କରନ୍ତି ମାତ୍ର ତାହା ଠିକ ନୁହେଁ। ପ୍ରଥମେ ଭଲଭାବେ ମନ୍ତ୍ରଟିକୁ ମୁଣ୍ଡରେ ପୁରାଇ ମୁଖସ୍ଥକରି ତୁଣ୍ଡରେ ଉଚ୍ଚାରଣକରି ଭାବକୁ ଚେତନାରେ ନେଇ ମନକୁ ମନକୁ ଈଷ୍ଟ ଧ୍ୟାନରେ ଲଗାଇ ବୋଧ-ଅଭ୍ୟାସ ହେବାପରେଯାଇଁ ମାନସିକ ଜପ କରାଯାଇପାରେ।) ସାଧକର ଏହି ମାନ୍ୟତାକୁ ନିଶ୍ଚୟ ନିରାଧାର କୁହାଯିବକି ବାଚିକ ଜପବିଧି ବିଧାନସମ୍ମତ ବିଧି ନୁହେଁ ମନେରୁହେ ଯେପରି ବାଚିକ ଜପବିଧି ଅତ୍ୟୁତମ ବିଧାନ। ଏଥିରୁ ବିମୁଖ ରହିବା ଠିକ ନୁହେଁ
                        ତାନ୍ତ୍ରିକ ପରମ୍ପରାରେ ମାନସିକ ଜପର ବିଧାନ ରହିଛି ତନ୍ତ୍ରରେ ଗଣେଶ, ବିଷ୍ଣୁ, ସୂର୍ଯ୍ୟ, ଶକ୍ତି ଏବଂ ଶିବ ଏହି ପାଂଚ ଦେବତାଙ୍କର ପୃଥକ ପୃଥକ ସାଂପ୍ରଦାୟିକ ମନ୍ତ୍ର ସବୁ ଅଛି ସେହି ମନ୍ତ୍ରର ଯେଉଁ କୁଳ ପରମ୍ପରାଗତ ଗୁରୁ ଥାଆନ୍ତି ସେ ପ୍ରଥମେ ନିଜ ନିଜର ସାଂପ୍ରଦାୟିକ ମନ୍ତ୍ରକୁ ସିଦ୍ଧ କରନ୍ତି ଯାହାକୁ କି ସେ ନିଜ-ନିଜର ଶିଷ୍ୟରେ ସଂପାତ (ଶକ୍ତିପାତ) କ୍ରିୟା କରନ୍ତି ଏହି ଯେଉଁ ଶକ୍ତିପାତ ବିଧି ଅଛି ତାହା ନିଜ-ନିଜର ପରଂପରାଗତ ପ୍ରଣାଳୀର ଅନୁରୂପ ହୋଇଥାଏ ଏଥିପାଇଁ ସେଥିରେ ଗୁପ୍ତତାର ବି ଆବଶ୍ୟକତା ରୁହେ ଯଦି ଏକହିଁ ସାଧକ ଉପରେ ଅଲଗା-ଅଲଗା ଦୁଇ ମନ୍ତ୍ରର  ସିଦ୍ଧ ସାଧକ-ଗୁରୁ ଅଲଗା-ଅଲଗା ପଦ୍ଧତିରେ ନିଜ-ନିଜର ମନ୍ତ୍ର ଶକ୍ତିପାତ କରାନ୍ତି ତେବେ ଦୁଇ ଗୁରୁଙ୍କ ମନ୍ତ୍ରଶକ୍ତି ମଧ୍ୟରେ ସଂଘର୍ଷ ହେବାରେ ଲାଗେ ତାହାର କାରଣ ସ୍ୱରୂପ ସାଧକ ଅତ୍ୟନ୍ତ ଦୁଃଖୀ ହୋଇଯାଏ ମାତ୍ର ସେହି ସାଂପ୍ରଦାୟିକ ମନ୍ତ୍ରର ଶକ୍ତି ଅତ୍ୟନ୍ତ ସୀମିତ ହୁଏ ପ୍ରାଥମିକ ଶ୍ରେଣୀର ସାଧକ ପାଇଁ ଅଥବା ଯେ ନିଜର ସାଂପ୍ରଦାୟିକ ପରଂପରାରେ ନିଷ୍ଠା ରଖୁଥିବା (ତନ୍ତ୍ର)ସାଧକ ଅଟନ୍ତି ଏବଂ ତତ୍ ତତ୍ ଦେବତାର ସଗୁଣ ସ୍ୱରୂପରେ ଯାହାର ଯେପରି ରୁଚି ଶ୍ରଦ୍ଧା ଅଛି ସେମାନଙ୍କପାଇଁ ସେହି ସାଂପ୍ରଦାୟିକ ମନ୍ତ୍ରର ମାନସିକ ଜପବିଧାନ ଉଚିତ ପରନ୍ତୁ ଯେଉଁ ସାଧକ ଏହି ବୈଜ୍ଞାନିକ ଯୁଗରେ ଜପର ବୈଜ୍ଞାନିକ ପ୍ରକ୍ରିୟାକୁ ବୁଝିବାକୁ ଚାହୁଁଛନ୍ତି , ସ୍ୱତନ୍ତ୍ର ବିଚାର ବୁଦ୍ଧିରେ ଅଭିବୃଦ୍ଧି କରିବାର ଇଚ୍ଛାରଖନ୍ତି ନିଜର ଭାବନାକୁ ବ୍ୟାପକ ଏବଂ ଉଦାତ୍ତ କରାଇବାକୁ ଚାହାନ୍ତି ତେବେ ତାହାଙ୍କର ଉଚିତ୍ କି ସେ ଉପରୋକ୍ତ ବୈଦିକ ବିଦ୍ଧି(ବାଚିକ ପଦ୍ଧତି)ରେ ହିଁ ନିଜର ଜପସାଧନାର ଶୁଭାରମ୍ଭ କରନ୍ତୁ
                        ଭାରତୀୟ ବେଦ ବିଦ୍ୟାର ସ୍ଥାନ ବହୁ ମହତ୍ୱପୂର୍ଣ୍ଣ। ସେଥିରେ ସଂକୁଚିତତାର ସ୍ଥାନ ନାହିଁ। ଅହମ୍-ଅହମାତ୍ମକ ସଂକୁଚିତଭାବ ଦୂରକରି ବୟମ୍ ବୟମା(ଆମ୍ଭେ ଆମ୍ଭର) ରୂପୀ ମହାନତାରେ ପରିବର୍ତିତ ହେବାରେ ଜୀବନମାତ୍ରର ଆରଂଭ ହୁଏ ବ୍ୟକ୍ତିରେ ଯେଉଁ ସଂକୁଚିତ ଭାବଅଛି ତାହା ହିଁ ଶୁଦ୍ରତା ଯେଉଁ ଶୁଦ୍ରଭାବ ଅର୍ଥାତ ସଂକୁଚିତ ଭାବ ତାହାହିଁ ତୁଚ୍ଛ ଭାବ ଏହା ଜରୁରୀ ନୁହେଁକି ସେ କେଉଁ ଦେଶ-ଜାତି ଅଥବା ଧର୍ମ ସଂପ୍ରଦାୟ ବିଶେଷରେ ଅଛନ୍ତି ପରନ୍ତୁ ସମଗ୍ର ବିଶ୍ୱର ପ୍ରତ୍ୟେକ ଦେଶ, ଜାତି, ଧର୍ମ ଏବଂ ସଂପ୍ରଦାୟରେ ଅଧିକ ସଂଖ୍ୟକ ମନୁଷ୍ୟମାନଙ୍କର ହୃଦୟ ସଂକୁଚିତ ଭାବଦ୍ୱାରା ଭରପୁର ଯେଉଁ ବ୍ୟକ୍ତି କେନ୍ଦ୍ରିକ ଅର୍ଥାତ୍ କେନ୍ଦ୍ରସ୍ଥାନୀୟ ବ୍ୟକ୍ତି ଅଟନ୍ତି ସେ ବି ଯଦି ଶୁଦ୍ରତାପରାୟଣ ଅଥବା ତୁଚ୍ଛମାନସ ସଂପନ୍ନ ହୁଅନ୍ତି ତେବେ ସେ ଶୁଦ୍ର ବୋଲି ଗଣାଯିବେ ଏହି ପ୍ରକାର ତୁଚ୍ଛ ମାନସ ପରାୟଣ ବ୍ୟକ୍ତି ବିଦ୍ୱାନ ବୁଦ୍ଧିମାନ ମାନଙ୍କ ମଧ୍ୟରେ ବି ଅଛନ୍ତି ସାମାଜିକ, ରାଜଦ୍ୱାରିକ, ଧାର୍ମିକ ସମସ୍ତ କ୍ଷେତ୍ରରେ ବି ଅଛନ୍ତି ଜୀବନ ସୁଧାର-ଜୀବନ ପରିବର୍ତନ ର ଅର୍ଥ ହେଲା- ଭାବଏବଂ ବିଚାରରେ ସୁଧାର ଏବଂ ପରିବର୍ତନ କେବଳ ଆର୍ଥିକ ଦୃଷ୍ଟିରେ ଉନ୍ନତି କରି ଭୌତିକ ଜୀବନସ୍ଥରକୁ ଉନ୍ନତ କରି  ଅବା ନାନାଦି ଭୌତିକ ବିଦ୍ୟା ବୁଦ୍ଧିରେ ପାରଂଗମ ହେବାରେ ଜୀବନଟିର ବାସ୍ତବିକ ଗଠନ ଅଥବା ସୁଧାର-ପରିବର୍ତନ ଯେ ହୋଇପାରେନାହିଁ ଏହା ନିର୍ବିବାଦୀୟ ଅଟେ
                        ଆମର ଭାରତୀୟ ବେଦମନ୍ଦିର ଅର୍ଥାତ ଜ୍ଞାନମନ୍ଦିର ଅର୍ଥାତ ବାସ୍ତବିକ ଜୀବନମନ୍ଦିରରେ ପ୍ରବେଶ କରିବା ପାଇଁ ଦ୍ୱାର ସ୍ୱରୂପ ଗାୟତ୍ରୀମନ୍ତ୍ର ଅଛନ୍ତି ସେହି ମହାନ ଜ୍ଞାନ ଭଣ୍ଡାର ରୂପୀ ବେଦମନ୍ଦିରରେ ପ୍ରବେଶ କରିବାର ଆରମ୍ଭରୁ ଆମେ ନିଜର ଯୋଗ୍ୟତା ପ୍ରାପ୍ତି ପାଇଁ ପ୍ରାର୍ଥନା କରୁକି- ଧିୟୋ ଯୋନଃ ପ୍ରଚୋଦୟାତ୍ଆମେ ଏଠି ଧନ, ଜନ. ମାନ, ଯଶ-ପ୍ରତିଷ୍ଠା, ଆଡମ୍ବର ଇତ୍ୟାଦିର ଯାଚନା କରୁନା ମାତ୍ର ଆମସମସ୍ତଙ୍କର ବୁଦ୍ଧି ଧି”– ଯେଉଁ ମତି ଗତି ଅଛି ତାହାକୁ ଉତ୍କର୍ଷ ଅର୍ଥାତ ଶ୍ରେଷ୍ଠ ମାର୍ଗରେ ପ୍ରେରିତ କରିବାକୁ ପ୍ରାର୍ଥନା (ଯାଚନା) କରୁଅଛୁ ଏବଂ ସେହି ଯାଚନା ବି ଆମେ କୌଣସି ଏକଜଣଙ୍କ ପାଇଁ ନୁହେଁ ପରନ୍ତୁ (ନଃ ଅସ୍ମାକଂ) ସମସ୍ତ ପ୍ରାଣୀ ମାତ୍ରପାଇଁ କରୁଛେ ଏହି ଗାୟତ୍ରୀ ମନ୍ତ୍ରର ଅଧିକାରୀ ସେହି ଅଟନ୍ତି- ଯେ ନିଜର ଜୀବନକୁ ମହାନ କରିବାର ଇଛାରଖନ୍ତି, ଯେ ବ୍ୟକ୍ତିଭାବରୁ ପୃଥକ ହୋଇ ନିଜର ଭାବ ଓ ବିଚାରକୁ ବିଶାଳ କରାଇବାକୁ ଚାହାନ୍ତି, ଯେ ବୁଦ୍ଧିର୍ଯସ୍ୟ ବଳଂତସ୍ୟଏହି ହିସାବରେ ଯେଉଁଠି ଶ୍ରେଷ୍ଠ ବୁଦ୍ଧି ଅଛି ସେଠି ସବୁକିଛି ଥିବାରୁ କେବଳ ପ୍ରକର୍ଷ ବୁଦ୍ଧି ପାଇଁ ଯାଚନା କରନ୍ତି, ନାଁ କି ଧନାଦି ଭୌତିକ ବସ୍ତୁ ପାଇଁ ଧନ ଆଦି ଭୌତିକ ବସ୍ତୁର ଯାଚନା କର ବା ନକର ତାହା ପ୍ରାରବ୍ଧାନୁସାରେ ଯେତିକି ମିଳିବାର ଅଛି ସେତିକି ନଶ୍ଚେ ମିଳଯିବ ମନେ କରାଯାଉ କେହି ବ୍ୟକ୍ତି ବୁଦ୍ଧିର ଯାଚନା ନକରି ପ୍ରଚୁର ଧନ ବୈଭବର ଯାଚନା କଲେ ଏବଂ ପ୍ରାରବ୍ଧବଶ ତାହକୁ ପ୍ରଚୁର ଧନ ମିଳିବି ଗଲା ତେବେ ସେହି ଧନ ତାହା ଶତ୍ରୁପରି  କାମ କରିବ କାରଣ କଲ୍ୟାଣକାରୀ ମତି ବିନା ସେହି ବୁଦ୍ଧିହୀନ ମନୁଷ୍ୟ ଧନ ପାଇ ସର୍ବନାଶ ଦିଗରେ ଧାଏଁ ପରନ୍ତୁ ଧନହୀନ ବୁଦ୍ଧିମାନ ବ୍ୟକ୍ତିର କଦାପି ଦୁର୍ଗତି ହେବନାହିଁ ତାହାର ଯେଉଁ କଲ୍ୟାଣକାରୀ ମତି ଅଛି ତାହା ତାହାର ସର୍ବଦା ସବୁପ୍ରକାର ରକ୍ଷଣ କରିବ
                        ଜଗତର ବିଶେଷକରି ଆମର ଭାରତବର୍ଷର ସ୍ଥିତି ବହୁତ ଦୟନୀୟ ଆମେ ଅଧଃପତନ ଦିଗରେ ତୀବ୍ରଗତିରେ ବଢି ଚାଲିଛେ ଯେଉଁ ମାନେ ଯୁବା,ବୃଦ୍ଧ, ପ୍ରୌଢ ଅବସ୍ଥାକୁ ପ୍ରାପ୍ତକରି ସାରିଲେଣି ସେ ନିଜର ଜୀବନକୁ ସୁଧାରନ୍ତୁ ଅବା ନ ସୁଧାରନ୍ତୁ- ତାହା ତାଙ୍କର ବ୍ୟକ୍ତିଗତ ଇଛାର କଥା କାରଣ ସେ ସ୍ୱତନ୍ତ୍ର ଅଟନ୍ତି ପରନ୍ତୁ ଆମର ଯେଉଁ ବାଳଳ ବାଳିକା ଅଛନ୍ତି ସେମାନଙ୍କ ଜୀବନ ଗଠନ କରିବା ତାଙ୍କୁ ସୁବ୍ୟବସ୍ଥିତ କରିବା ଆମର ପ୍ରଥମ କର୍ତ୍ତବ୍ୟ ହେବା ଉଚିତ ଯେଉଁ ପ୍ରକାର ଆଧୁନିକ ସ୍କୁଲ, କଲେଜରେ ଶିକ୍ଷାବ୍ୟବସ୍ଥା ଚାଲୁଅଛି ଯେବେ ଆଗକୁ ଏପରି ଚାଲେ ତ ଭାରତର ଭାବୀ ଦଶା କିପରି ହେବ ତାହା କଳ୍ପନା କରାଯାଇ ନପାରେ ଭାରତ ସରକାର ନିଜ ଦେଶକୁ Secular -  ଧର୍ମନିରପେକ୍ଷ କରିବାର ମୋହରେ ପଡି ଧର୍ମ ସ୍ୱରୂପ ଯେଉଁ ପ୍ରାଣ ଅଛି ତାହାକୁ ବିସର୍ଜନ କରୁଅଛନ୍ତି ଟିକିଏ ବିଚାର କରନ୍ତୁ ଧର୍ମରୂପୀ ପ୍ରାଣହୀନ ହୋଇ ରାଜ୍ୟର ସତ୍ତା କିପରି ବା ବଞ୍ଚି ପାରିବ ଏବଂ ନିଜ ପ୍ରଜାମାନଙ୍କୁ କେଉଁ ପ୍ରକାର ଜୀଇଁବା ଶିଖାଇବ ? ଧର୍ମନିରପେକ୍ଷତା ବି ଏକ ମହାନ ଧର୍ମ ଯେ କିଛି ବି ବସ୍ତୁର ଅପେକ୍ଷା ନରଖନ୍ତି, ଯେ ସ୍ତ୍ରୀ, ପୁତ୍ର, ପରିବାର ଆଦିର ଅପେକ୍ଷା ନ ରଖନ୍ତି, ଯେ ଧନମାନ, ଯଶ, ପ୍ରତିଷ୍ଠାର ଅପେକ୍ଷା ନରଖନ୍ତି , ଯେ ନିନ୍ଦା ଏବଂ ସ୍ତୁତିର ଅପେକ୍ଷା ନରଖନ୍ତି ; ଯେ ଦେଶ, ଜାତି, ଧର୍ମ ସଂପ୍ରଦାୟ ଇତ୍ୟାଦି ସର୍ବପ୍ରକାର ସାପେକ୍ଷ ବ୍ୟବହାରରୁ ସର୍ବଥା ଅତୀତ ଅଟନ୍ତି- କେବଳ ସେହି ବ୍ୟକ୍ତି ଧର୍ମ ନିରପେକ୍ଷ ହୋଇପାରିବେ ଆମ ସରକାରରେ ଏପରି ବ୍ୟକ୍ତି କେତେଜଣ ଅଛନ୍ତି ? ବାସ୍ତବିକ ଧର୍ମନିରପେକ୍ଷବାଦକୁ ଜାଣିଥିବା କେତେଜଣ ବ୍ୟକ୍ତି ଅଛନ୍ତି ? ଣ ଆମେ ଧର୍ମନିରପେକ୍ଷତାର କଥା କହିଦେଲେ ଧର୍ମନିରପେକ୍ଷ ହୋଇଯିବା ? ପଶୁପକ୍ଷୀମାନଙ୍କ ମଧ୍ୟରେ କୌଣସି ଧର୍ମ ନାହିଁ ସେମାନେ ନାତ ଈଶ୍ୱରଙ୍କୁ ଜାଣନ୍ତି ନାଜୀବ ଅଥବା ଜଗତର ବୋଧ ତାଙ୍କର ଥାଏ, ନା ସେ ଧର୍ମ ଜାଣନ୍ତି ନା ସେ କର୍ମ ଜାଣନ୍ତି ପଶୁ-ପକ୍ଷୀ କେବଳ ଆହାର , ନିଦ୍ରା, ଭୟ, ମୈଥୁନ ଏହି ଚାରିକଥାର ବ୍ୟବହାର ଜାଣନ୍ତି ଏବଂ ତାହାହିଁ ସେମାନଙ୍କ ଜୀବନ ଆଉ ସେମାନଙ୍କ ଧର୍ମ ଧର୍ମନିରପେକ୍ଷତାର ସେହି ପଶୁ-ପକ୍ଷୀଙ୍କର ଖାଲି ବଂଚିବା ବଢିବା ଡରିବା କାନ୍ଦିବା ସଢିବା ମରିବା ସାର  ହୁଏ ଧର୍ମ ପାଳନ କରୁନଥିବା ଅବିଶ୍ୱାସୀ-ସନ୍ଦେହୀମନର ଶିକ୍ଷିତ-ଅଶିକ୍ଷିତ ବ୍ୟକ୍ତିମାନଙ୍କର ସେହି ପଶୁତୁଲ୍ୟ ଜୀବନ ଓ ବଂଚିବାର ପରିଣାମ ହୋଇଥାଏ, ବାହାରକୁ ଡଉଲ ଡାଉଲ ଭିତରଟି କିନ୍ତୁ ଫାଙ୍କା କଅଣ ଆମର ସରକାର ଧର୍ମନିରପେକ୍ଷତାର ବାହାନାରେ ନିଜକୁ (ଭୋଗରେ ବିଶ୍ୱାସୀ) ପଶୁତ୍ୱଗୁଣରେ ପରିବର୍ତିତ/ପରିବର୍ଦ୍ଧିତ କରାଇ ନିଜେ ଶାସ୍ତ୍ର ନୀନ୍ଦନୀୟ ପାଶବିକ ଜୀବନ ବ୍ୟତୀତ କରି ଆମେ ଭାରତୀୟ ପ୍ରଜାଜନଙ୍କୁ ମଧ୍ୟ ପଶୁ କରାଇବାକୁ ଚାହନ୍ତି କି ? ସରକାରଙ୍କର ଏହା ମିଥ୍ୟା ଭାରତୀୟତାର ଅଭିମାନ ଏପରି ଧର୍ମ ନିରପେକ୍ଷତା ସମ୍ପୂର୍ଣ୍ଣ ମିଥ୍ୟା ଆଉ ଏହା ଏକ ପ୍ରକାର ହଠାଗ୍ରହ, ମୋହ ଭାରତୀୟ ବୈଦିକ ଧର୍ମ ଏକ ମହାନ ଧର୍ମ ଏବଂ ବିଶ୍ୱଧର୍ମ ବି ଏଥିରେ ସଂକୀର୍ଣ୍ଣତାର କିଂଚିତ୍ ମାତ୍ର ସ୍ଥାନ ନାହିଁ ବେଦବର୍ଣ୍ଣିତ ବୈଦିକଧର୍ମ ସମଗ୍ର ବିଶ୍ୱର ଧର୍ମ ଏହି ବେଦ ଧର୍ମ ବିଶ୍ୱରେ ପ୍ରଚଳିତ ସକଳ ମାନ୍ୟ ଧର୍ମକୁ ନିଜ ଭିତରେ ଅନ୍ତର୍ଭୁକ୍ତ କରିନେବାର ଯୋଗ୍ୟତା ଏବଂ କ୍ଷମତା ରଖେ ଆମର ଭାରତବାସୀ ଏବଂ ସରକାରଙ୍କୁ ଗୌରବ ବୋଧହେବା ଦରକାରକି ଆମ ପାଖରେ ବେଦ ରୂପୀ ମହାନ ଜ୍ଞାନ ଅଛି ।  ମହାନ ଐଶ୍ୱର୍ଯ୍ୟ ଅଛି ଆଜି ଭାରତ ସରକାର ଇଛା କଲେ ସମଗ୍ର ବିଶ୍ୱରେ ବୈଦିକ ମନ୍ତ୍ରବିଦ୍ୟାର ବେଦ ବିଜ୍ଞାନ ସମ୍ମତ ବିଧିରେ ପ୍ରଚାର ପ୍ରସାର କରିବାରେ ସହାୟତା ଦେଇ ଭାରତକୁ ଗୁରୁ ତୁଲ୍ୟ ସର୍ବଶ୍ରେଷ୍ଠ ରାଷ୍ଟ୍ରକରି ହୃତ ଗୌରବ ଫେରାଇ ଆଣିପାରିବେ।
                        ଏଠାରେ ଆମର ମୂଖ୍ୟ ଉଦ୍ଦେଶ୍ୟ ସେହି ମହାନ ବେଦ ମନ୍ଦିରର ପ୍ରବେଶ ଦ୍ୱାର ସ୍ୱରୂପ ଯେଉଁ ଗାୟତ୍ରୀବିଦ୍ୟା ଅଛି ଅର୍ଥାତ୍ ମନ୍ତ୍ରବିଦ୍ୟା ଅଛି ତାହାର ସର୍ବୋପରିତା ସିଦ୍ଧ କରାଇବା ଗାୟତ୍ରୀମନ୍ତ୍ର କୌଣସି ଦେଶ, ଜାତି, ଧର୍ମ, ସଂପ୍ରଦାୟ ବିଶେଷ ପାଇଁ ନୁହେଁ ବରଂ ସର୍ବଦେଶ, ସର୍ବକାଳ ଏବଂ ସର୍ବଜାତିର ବ୍ୟକ୍ତି ବିଶେଷ ପାଇଁ ଅଛି ଆମେ ଯେଉଁ ତତ୍ ସବିତୁର୍ବରେଣ୍ୟଂ ଭର୍ଗୋ ଦେବସ୍ୟ ଧୀମହିକହି ଯେ କାହରି ଧ୍ୟାନ କରୁଛେ ସେ କୌଣସି ଦେବୀ ବା ଦେବ ବିଶେଷ ନୁହନ୍ତି ସେ ତ ଏକ ସର୍ବଶ୍ରେଷ୍ଠ ସର୍ଜନାତ୍ମକ ତେଜଃପୁଞ୍ଜ ସ୍ୱରୂପ ମହାନ ଶକ୍ତି ଅଟନ୍ତି A Supreme creative power ଅଟନ୍ତି -   A supernatural divine force, energy ଅଟନ୍ତି ଣ ଏପରି ପରମଶକ୍ତିର ଧ୍ୟାନ କରିବା ସଂକୁଚିତ ଧର୍ମ କି ? ଏହା ନିଷିଧ ଧର୍ମ କି ? ଏହା ବି ଆମେ ସମସ୍ତେ ଏକତ୍ରିତ ହୋଇ ସମସ୍ତଙ୍କର ବୁଦ୍ଧିକୁ ଶ୍ରେଷ୍ଠମାର୍ଗ ଦିଗରେ ପ୍ରେରିତ କରାଇବା ପାଇଁ ପ୍ରାର୍ଥନା କରୁଛେ ଣ ଆମ ସମସ୍ତଙ୍କ ପାଇଁ ଏହା ଉଚିତ ଧର୍ମ ନୁହେଁ କି ? କଅଣ ଏହି ଧର୍ମ ଆମ ପାଇଁ ଆଦରଣୀୟ ଓ ପ୍ରଶଂସନୀୟ ନୁହେଁ  ? ଆଜି କାହାକୁ ଏପରି ଶ୍ରେଷ୍ଠ ବୁଦ୍ଧିର ଆଶା ନାହିଁ  ? ଣ ହିନ୍ଦୁ, ମୁସଲିମ, ପାରସୀ, ଶୀଖ, ବୌଦ୍ଧ, ଜୈନ ଆଦି ଧର୍ମ ସଂପ୍ରଦାୟବାଲାଙ୍କୁ ବି ସେହି ପ୍ରକାର ଶ୍ରେଷ୍ଠ ବୁଦ୍ଧିର ଅପେକ୍ଷା ନାହିଁ ? ଯେ କେହି ସ୍ତ୍ରୀ ଅବା ପୁରୁଷ ସେ ଯେକୌଣସି ଦେଶର ବା ଯେକୌଣସି ଧର୍ମ-ସଂପ୍ରଦାୟର ବି ହୁଅନ୍ତୁନା କାହିଁକି ଶ୍ରେଷ୍ଠ ବୁଦ୍ଧିର ଆବଶ୍ୟକତା କରୁଥିବା ସତ୍ତା ମାତ୍ରକେ ହିଁ ଗାୟତ୍ରୀମନ୍ତ୍ରର ଅଧିକାରୀ ଅଟନ୍ତି ଏହି ପରି ଶୁଭଚିନ୍ତନର ଅଧିକାରୀ ହୋଇ ଏ କଲ୍ୟାଣକାରୀ ମନ୍ତ୍ରର ଜପ କରିବା ଉଚିତ
                        ଦ୍ୱିତୀୟ କଥାଟି ହେଲା ଗାୟତ୍ରୀ ମନ୍ତ୍ରର ଆଦି ଦ୍ରଷ୍ଟା ଋଷି ବିଶ୍ୱାମିତ୍ର ଅଟନ୍ତି ବିଶ୍ୱାମିତ୍ରର ଅର୍ଥ ହେଲା ବିଶ୍ୱ+ଆ+ମିତ୍ର = ବିଶ୍ୱାମିତ୍ର ଅର୍ଥାତ ଆସମନ୍ତାତ୍ ବିଶ୍ୱାନି ମିତ୍ରାଣି ଯସ୍ୟ ସଃ ବିଶ୍ୱାମିତ୍ରଃ।ସମଗ୍ର ବିଶ୍ୱ ଯାହାଙ୍କର ମିତ୍ର ସେ ଶ୍ରୀବିଶ୍ୱାମିତ୍ର ଋଷି ଅଟନ୍ତି ଯେତେବେଳେ ସେହି ମହାପରାକ୍ରମୀ ଋଷି ବିଶ୍ୱାତ୍ମଭାବରେ ଓତପ୍ରୋତଃ ହୋଇସାରିଥିଲେ ସେତେବେଳେ ସେ ଏହି ମହାଶକ୍ତିସଂପନ୍ନ ମନ୍ତ୍ରର ଦର୍ଶନ ଏବଂ ସାକ୍ଷାତକାର କରିଥିଲେ। ଏହି ମନ୍ତ୍ରହିଁ ଭାରତର ପ୍ରାଣ ଭାରତବର୍ଷ ଏହି ମନ୍ତ୍ରର ପ୍ରତାପରୁ ଜୀବିତ ଭାରତ ଉପରେ ବିଧର୍ମିମାନଙ୍କ ଦ୍ଵାରା  ବଡ ବଡ ଅତ୍ୟାଚାର ହୋଇଛି ତଥାପି ବି ଭାରତୀୟ ଧର୍ମ ଏହି ଗାୟତ୍ରୀ ମନ୍ତ୍ରର ପ୍ରତାପରୁ ସମଗ୍ର ବିଶ୍ୱରେ ଆଜି ସର୍ବଶ୍ରେଷ୍ଠ ଧର୍ମ ହୋଇ ଉନ୍ନତ ମସ୍ତକରେ ଜୀବିତ ଅଛି, ଆଜି ଭାରତ ଭଲାହିଁ ଭୌତିକ ଦୃଷ୍ଟିରେ ପଛୁଆ ହୋଇଥାଇପାରେ ପରନ୍ତୁ ଆଧ୍ୟାତ୍ମିକ, ଆଧିଦୈବିକ  ଦୃଷ୍ଟିରେ ତ ଆଜିବି ସମଗ୍ର ବିଶ୍ୱର ଗୁରୁ ପଦବାଚ୍ୟ କଳୁଷିତ କାଳର ପ୍ରଭାବରେ ପ୍ରଭାବିତ ହୋଇ ଆଜି ହୁଏତ ଭାରତୀୟ ବ୍ରାହ୍ମଣମାନେ ପବିତ୍ର ବ୍ରାହ୍ମଣତ୍ୱର ଧର୍ମରୁ ବଂଚିତ, ଅପରିଚିତ ଅଥବା ବିଚ୍ୟୁତ ତଥାପି ଯେଉଁ ବ୍ରାହ୍ମଣ କୁଳରେ ଗାୟତ୍ରୀମନ୍ତ୍ରର ପ୍ରଚାର ଅଛି ସେହି କୁଳ ଏହି ଗାୟତ୍ରୀମନ୍ତ୍ରର ପ୍ରତାପରୁ ଦିନେ ନା ଦିନେ ପୁନଃ ନିଜର ବ୍ରାହ୍ମଣତ୍ୱପଦରେ ବିଭୂଷିତ ହୋଇ ସମଗ୍ର ବିଶ୍ୱକୁ କଲ୍ୟାଣକାରୀ ମାର୍ଗରେ ସଂଚାଳନ କରିବାରେ ସାମର୍ଥ୍ୟବାନ ହେବେ ଏବେବି ବ୍ରାହ୍ମଣ କୁଳରେ ବ୍ରତୋପନୟନ ସଂସ୍କାର ସମୟରେ ମାଣବକଙ୍କୁ ଗାୟତ୍ରୀ ମନ୍ତ୍ରରେ ଦୀକ୍ଷିତ କରାଯାଏ ଆଜିର କେତେକ ରୂଢିବାଦୀ ବ୍ରାହ୍ମଣ ଗାୟତ୍ରୀ ମହାବିଦ୍ୟାକୁ ନିଜର ଗୌରବ ମାନି ନିଜର ଗୌରବ ସ୍ୱରୂପ ଗାୟତ୍ରୀ ମନ୍ତ୍ରରୂପୀ ଯେଉଁ ମହାବିଦ୍ୟା ତାହାକୁ (କୌଣସି) ଏକ ବର୍ଗ ବିଶେଷରେ ସୀମିତ ରଖିବାର ହଠାଗ୍ରହ ବା ଦୁରାଗ୍ରହ କରୁଅଛନ୍ତି ତାହା ସେମାନଙ୍କର ଭୂଲ ବରଂ ଆବଶ୍ୟକତା ଏହି କଥାର ଅଛି କି ରୂଢିବାଦୀତା ସଂକୁଚିତତାକୁ ଛାଡି ନିଜ ନିଜର ହୃଦୟକୁ ବିଶାଳ କରନ୍ତୁ, ସେମାନେ ନିଜର ହୃଦୟ ମନ୍ଦିରକୁ ଉନ୍ମୁକ୍ତ କରି ସମଗ୍ର ବିଶ୍ୱକୁ ଆହ୍ୱାନକରି ନିଜର ହୃଦୟରେ ସମଗ୍ରବିଶ୍ୱକୁ ମିଶାଇଦିଅନ୍ତୁ ଏବଂ ସେହି ବିଶ୍ୱଜନନୀ କଲ୍ୟାଣମୟୀ ଶ୍ରୀ ଗାୟତ୍ରୀ ଦେବୀଙ୍କର ଆଶୀର୍ବାଦ ପାଇ ସମଗ୍ର ବିଶ୍ୱ କଲ୍ୟାଣ ପାଇଁ ପ୍ରସ୍ତୁତ ହୋଇଯାଆନ୍ତୁ ସେମାନେ ହିଁ ଭୂମଣ୍ଡଳର ଦେବସ୍ୱରୂପ ବ୍ରାହ୍ମଣ ଆଉ ଭୂଦେବ ଅଟନ୍ତି ଯେଉଁ ବ୍ରାହ୍ମଣ ନିଜର ଧର୍ମ ଏବଂ ବ୍ରାହ୍ମଣତ୍ୱକୁ ଭଲ ଭାବେ ବୁଝିପାରିଛନ୍ତି ସେ ସମଗ୍ର ବିଶ୍ୱର ମାତା, ପିତା ,ଗୁରୁ ଏବଂ ଆଚାର୍ଯ୍ୟ ଅଟନ୍ତି ତାହାଙ୍କର ଆତ୍ମା ସମସ୍ତ ପ୍ରାଣୀସହ ସମ୍ବନ୍ଧିତ ଆପଣ କେଉଁ ପ୍ରାଣୀକୁ ଛୋଟ ମାନିବେ ? କାହାକୁ ଅଧମ-ଉତ୍ତମ ମାନିବେ ? କାହାର ଅପେକ୍ଷା ରଖିବେ ? ବୃହତ ଅହଂ ଭାବର ନାମହିଁ ବ୍ରହ୍ମ ଏବଂ ଯେ ଏହିପରି ବୃହତ ଅହଂଭାବ ଅର୍ଥାତ ବ୍ରହ୍ମଭାବର ସୁପ୍ରତିଷ୍ଠିତ ଅଟନ୍ତି ସେ ହିଁ ବାସ୍ତବିକ ବ୍ରାହ୍ମଣ ସମତା ଏବଂ ପ୍ରେମ ହିଁ ତ ବ୍ରାହ୍ମଣର ଜୀବନ ଆଉ ଭୂଷଣ ଭଗବତୀ ଶ୍ରୀଶୃତି ବି କୁହନ୍ତି ଯେ ସର୍ବଭୂତରେ ନିଜକୁ ଏବଂ ନିଜଠାରେ ସର୍ବଭୂତଙ୍କୁ ଦେଖନ୍ତି ତତୋ ନ ବିଜୁଗୁପ୍ସସେ ତେବେ ସେ କାହାରିକୁ କେବେବି ଘୃଣା କରିପାରିବେ ନାହିଁ।
                        ଏବେ ମୁଁ ସେହି ବିଶ୍ୱହେତୈଷୀ ସୁଜନ, ସଜ୍ଜନ, ବିଦ୍ୱାନ ମାନଙ୍କୁ ସବୀନୟ ପ୍ରାର୍ଥନା କରୁଛିକି ଯେବେ ଆପଣ ନିଜର ହିତ ଚାହାନ୍ତି, ନିଜ କୁଟୁମ୍ବ ପରିବାର, ସ୍ୱଜନ, ମିତ୍ର, ସମାଜ ଓ ଦେଶର ହିଁ କେବଳ ନୁହେଁ ଅପିତୁ ସମଗ୍ର ବିଶ୍ୱର ହିତ ଚାହାନ୍ତି ତେବେ ନିତ୍ୟ ନିୟମିତ ରୂପେ ସାମୁହିକ ରୂପେ ଉଚ୍ଚ ସ୍ୱରରେ ଗାୟତ୍ରୀମନ୍ତ୍ର ଜପ କରିବାର ନିୟମ କରନ୍ତୁ ମାନସିକ ଜପର ହଠଧର୍ମକୁ ଛାଡନ୍ତୁ, ତାହା ସକାମୀ ସାଧକପାଇଁ ତାନ୍ତ୍ରିକ ବିଧି ଆଗେ ଛନ୍ଦୋଗ୍ୟ ଉପନିଷଦର ପ୍ରମାଣ ସହିତ ଲେଖା ଯାଉଛି ଗାନାଚ୍ଚ ତ୍ରାଣାଚ୍ଚ ଗାୟତ୍ର୍ୟା ଗାୟତ୍ରୀତ୍ୱମ୍ଗାୟନ ଏବଂ ତ୍ରାଣ ହିଁ ଗାୟତ୍ରୀର ଗାୟତ୍ରୀତ୍ୱ, “ଗାୟନ୍ତଂ ତ୍ରାୟତେ ଇତି ଗାୟତ୍ରୀଗାୟତ୍ରୀର ବିହିତ ଚ୍ଛନ୍ଦ ସହିତ ଗାନ କରିବାରେ ସେଥିରେ ତ୍ରାଣ କରିବାର ଶକ୍ତି ଆସିଯାଏ ଏବଂ ଯାହା ଗାନ ତେଣୁ ତାହାକୁ ମାନସିକ ରୂପେ ଜପ କରିବା ଅସମ୍ଭବ ଓ ଏକ ପ୍ରକାର ବ୍ୟର୍ଥ ପ୍ରୟାସ ଗାନ ତ ସେତେବେଳେ ସମ୍ଭବହୁଏ ଯେତେବେଳେ ଆମେ ସେହି ଗାୟତ୍ରୀ ମନ୍ତ୍ରର ତାଳବଦ୍ଧ ରୂପେ Rhythmatically ଆରୋହ ଅବରୋହ ଉଦାତ୍ତ ଅନୁଦାତ୍ତ ଏବଂ ଦୃତ ବିଳମ୍ବିତର ରୀତିରେ ଜପ ବା ପାଠ କରିଥାଉ ଯେବେ ଆମେ ସାମୁହିକରୂପେ ସାମବେଦ ରୀତିରେ ଉଚ୍ଚ ସ୍ୱରରେ ଜପକରୁ ତେବେ ଏକ ପବିତ୍ର ବାତାବରଣ ଉତ୍ପନ୍ନହୁଏ ଏବଂ ସେପରି ପବିତ୍ର ବାତାବରଣରେ ଖାଲି ମନୁଷ୍ୟ କାହିଁକି ବରଂ ସକଳ ପଶୁ-ପକ୍ଷୀ ବୃକ୍ଷ-ଲତା ସରୀସୃପାଦି ସମସ୍ତଜୀବ ମୁଗ୍ଧ ହୋଇଯାଆନ୍ତି ଓ ପ୍ରକୃତି ବି ପ୍ରସନ୍ନ ରୁହନ୍ତି ଯେବେ ଆମେ ବହୁତ ବ୍ୟକ୍ତି ସମାନ ଧ୍ୟେୟ ସହ ସମ୍ମିଳିତ ରୁପେ ସମ ସ୍ୱରରେ ଗାୟତ୍ରୀମନ୍ତ୍ରର ଜପ କରିବାରେ ଲାଗୁ ତେବେ ସେହି ସମସ୍ୱର ବା ସଂବାଦୀ ସ୍ୱର ଦ୍ୱାରା ଆମ ସମସ୍ତଙ୍କର ଜୀବନ ବି ସଂବାଦୀ ଜୀବନରେ ପାଲଟିଯିବ ।  ଯେଉଁଠି ସ୍ୱର ସଂବାଦୀ  ସେଠି ସ୍ୱଭାବତଃ ଜୀବନ ବି ସଂବାଦୀ ହୋଇଯାଏ ଯେବେ ଆମେ ସମସ୍ତେ ସମ୍ମିଳିତ ରୂପେ ବର୍ଣ୍ଣା ସ୍ୱରା ମାତ୍ରା ବଳମ୍ଏହି ଚାରିଟି ଉପରେ ଧ୍ୟାନ ରଖି ଏକ ଶ୍ୱାସରେ ଏକ ପୁରା ମନ୍ତ୍ରକୁ ଧାରା ପ୍ରବାହ ରୂପେ ଜପ କରିବା ତେବେ ଆମ ସମସ୍ତଙ୍କର ଯେଉଁ ବ୍ୟଷ୍ଟି ପ୍ରାଣ ଅଛି ତାହା ବାରମ୍ବାର ସମଷ୍ଟି ପ୍ରାଣରୁ ପ୍ରାଣର ଆହରଣ କରିଥାଏ ଏବଂ ଆମେ ସମସ୍ତଙ୍କଠାରେ ଯେଉଁ ଧ୍ୟେୟରୂପୀ ଭାବନା ଅଛି ତାହା ଏକ ପ୍ରକାରର ହେବା କାରଣରୁ ଏକ ପ୍ରକାରର ଭାବ ସମସ୍ତଙ୍କ ମନରେ ସଂକ୍ରମିତ ହେବ। କିନ୍ତୁ ଗୋଟିଏ କଥାର ଖିଆଲ ରଖିବାକୁ ହେବକି ଶ୍ୱାସ ନେବା ବେଳେ ଶ୍ୱାସ କେବଳ ନାକଦ୍ୱାରାହିଁ  ଯେପରି ଭରା ଯାଏ ମାତ୍ର ମୁଖଦ୍ୱାରା କଦାପି ନୁହେଁ ପାଟିରେ ଶ୍ୱାସ ଭରି ମନ୍ତ୍ର ଅଥବା ଶ୍ଳୋକ ପାଠକରିବା ଅବୈଦିକ ଏବଂ ଅବୈଜ୍ଞାନିକ ବି ଏହି ପ୍ରକ୍ରିୟାକୁ ପ୍ରତ୍ୟାହାର କୁହାଯାଏ ଯେବେ କାହାରି ଠାରେ କୌଣସ କିଛିବି ବୈମନସ୍ୟ ବି ଥାଏ ତ ସେହି ସଂବାଦୀ (ତୁଲ୍ୟ ଏକରୂପ)ଭାବ ର କାରଣରୁ ବିସମ୍ବାଦୀ ଅର୍ଥାତ ବୈମନସ୍ୟଭାବ ଲୋପଯାଇ ନିଜନିଜ ଭିତରେ ପ୍ରେମଭାବ ହେବାରେ ଲାଗିବ ପାରସ୍ପରିକ ଭଲପାଇବା ନିବିଡରୁ ନିବିଡତର ହୋଇ ଉଠିବ, ଏକତା ସମାନତା ସ୍ଥାପିତ ହେବଭଲପାଇବା ହିଁ ଜୀବନ ଓ ତାହାହିଁ ଜୀବର ଅସଲ ଧର୍ମ । ସାମୁହିକ ମନ୍ତ୍ର ଘୋଷରେ ଯେଉଁ ବ୍ୟକ୍ତି ଆଚର୍ଯ୍ୟର ପଦକୁ ସମ୍ଭାଳି ଥାଆନ୍ତି( ଯେ ସମୂହ ମନ୍ତ୍ରର ସଂଚାଳନ କରାନ୍ତି ) ତାହାଙ୍କ ଦିଗରେ ଲକ୍ଷ୍ୟ ରଖି ସଂବାଦୀ ସ୍ୱରରେ ମନ୍ତ୍ରର ଉଚ୍ଚାରଣ କରିବା ଜରୁରୀ କଥିତ ଅଛି- a good follower is a good leader . ଯାହାଙ୍କ ଠାରେ ଅଧିକ ପ୍ରାଣବଳ ଅଛି ଯେ ବର୍ଣ୍ଣାସ୍ୱରାମାତ୍ରା ବଳମ୍ ଏବଂ ଉଦାତ ଅନୁଦାତ, ଦ୍ରୁତ ଏବଂ ବିଳମ୍ବିତ ଇତ୍ୟାଦି ବିଶିଷ୍ଟ ଚ୍ଛନ୍ଦ ପଦ୍ଧତିରେ ପାରଂଗମ ଅଟନ୍ତି ତାହାଙ୍କୁ ଆଚାର୍ଯ୍ୟ ଅଥବା ମନ୍ତ୍ରସଂଚାଳକର ସ୍ଥାନ ଦେବା ଉଚିତ ଯଦ୍ୱାରା ସେ ସମୂହକୁ ବ୍ୟବସ୍ଥିତ ରୀତିରେ ସଂଚାଳନ କରିପାରିବେ ଯେଉଁଠି ସଂବାଦୀ ବାତାବରଣ, ଶୁଭଭାବ, ସମସ୍ୱର ଏବଂ ଧ୍ୟେୟ ଥାଏ ସେଠି ସଂବାଦୀ ଜୀବନର ଦିବ୍ୟତା ପ୍ରକାଶ ପାଇଥାଏ ତାହାହିଁ ଏହି ବାଚିକ ମନ୍ତ୍ରର ଦିବ୍ୟ ପରିଣାମ ଏବଂ ଯେଉଁ ମାନସିକ ଜପ ବିଧାନ ଅଛି ତାହା ଯଦି ଗୋଟିଏ କୋଠରୀରେ ଦୁଇଚାରି ସାଧକ ବସି ଜପ ଜପିବାରେ ଲାଗନ୍ତି ତ ପ୍ରତ୍ୟେକଙ୍କର ମନର ଅବସ୍ଥା ପୃଥକ ପୃଥକ ହେବା କାରଣରୁ ଅନ୍ତରମନରେ ସଂଘର୍ଷ ହେବାରେ ଲାଗେ କାରଣ ସମସ୍ତ ସାଧକ ବ୍ୟଷ୍ଟିଭାବରେ ଡୁବି ରୁହନ୍ତି ସେ ସମଷ୍ଟିରୁ ଶକ୍ତିକୁ ଆହରଣ କରି ପ୍ରାଣକୁ ସଂବାଦୀ କରାଇ ପାରନ୍ତି ନାହିଁ ଏଥିପାଇଁ ମାନସିକ ଜପ ଅଥବା ଧ୍ୟାନ -ସମାଧିର ଅଭ୍ୟାସ ଇତ୍ୟାଦି ସାଧକକୁ ପୃଥକ ପୃଥକ ରହି କରିବାର ଆବଶ୍ୟକତା ଅଛି
                        ଯେଉଁଠି ସାମୂହିକ କଲ୍ୟାଣର ଭାବନା ଥାଏ, ଏକ ଅନ୍ୟର ଜୀବନକୁ ସଂବାଦୀ କରି ଗଢିବାର ଇଛା ଥାଏ ଏବଂ ପରସ୍ପରରେ ସହାନୁଭୂତିର ଅପେକ୍ଷା ଥାଏ ସେଠି ସମ୍ମିଳିତ ରୂପେ ନିୟମିତ ହିଁ ଉଚ୍ଚସ୍ୱରରେ ଗାୟତ୍ରୀମନ୍ତ୍ର ଜପ କରିବା ଉଚିତ ଯେବେ ପ୍ରତ୍ୟେକ ଗୃହରେ , ପ୍ରତ୍ୟେକ ଆଶ୍ରମରେ ଅବା ମଠ ମନ୍ଦିରରେ ନିୟତ ସମୟରେ ସମସ୍ତେ ମିଳିତ ହୋଇ ତିନି ଚାରି ମାଳା ଜପ କରିବାରେ ଲାଗନ୍ତି ତେବେ ପରସ୍ପରରେ ପ୍ରେମପୂର୍ଣ୍ଣ ସହାନୁଭୂତି ଦିନୁଦିନ ବଢିବାରେ ଲାଗେ, ସମସ୍ତଙ୍କ ଜୀବନ ସଂବାଦୀ ହୁଏ ଓ ନିଜ-ନିଜଭିତରେ ସୁମେଳ ରୁହେ।
                        ବେ  ଭାରତୀୟ ବୈଦିକଧର୍ମ, ସଂସ୍କୃତି ଏବଂ ବିଶ୍ୱର ଇତର ଧର୍ମ ଏବଂ ସଂସ୍କୃତି ବିଷୟରେ ତୁଳନାତ୍ମକ ରୁପେ କିଛି ଆଲୋଚନା କରୁଅଛି ଆପଣ ସମସ୍ତଙ୍କୁ ମୋର ବିନମ୍ର ନିବେଦନ କି ଆପଣମାନେ ଭାରତର ଯେଉଁ ବର୍ତମାନ ଧାର୍ମିକ ସ୍ଥିତି ଅଛି ତାହା ଉପରେ ଧ୍ୟାନ ନଦେଇ କେବଳ ଆମ୍ଭମାନଙ୍କର ଯେଉଁ ଅଲୌକିକ ବେଦ ବିଦ୍ୟା ଅଛି ଏବଂ ଯେଉଁ ବାସ୍ତବିକ ମୂଳ ବୈଦିକ ସଂସ୍କୃତି ଅଛି ତାହା ଦିଗରେ  ଧ୍ୟାନ ଦେଇ ଏହି ତୁଳନାତ୍ମକ ଆଲୋଚନା ଉପରେ ବିଚାର କରନ୍ତୁ ପ୍ରଥମତଃ ଭାରତ ଶବ୍ଦର ଅର୍ଥ ହିଁ ବିଚାର କରାଯାଉ ଭା+ରତ =ଭାରତ ଅର୍ଥାତ ଯେଉଁ ଦେଶର ଭାରେ ରତ ଅର୍ଥାତ ପ୍ରକାଶରେ ଅର୍ଥାତ ବ୍ରହ୍ମବିଦ୍ୟାରେ ରତ ହୋଇଯିବାହିଁ ଜୀବନଧ୍ୟେୟ ତାହା ଭାରତ ଅଟେ ଏହି ଭାରତ ବର୍ଷର ବୈଦିକ ସଂସ୍କୃତି (ରୂପ ଯେଉଁ ଜୀବନସଂସ୍କୃତି)ଅଛି, ତାହା କେବଳ ସର୍ବାତ୍ମଭାବ ବ୍ରହ୍ମଭାବର ବୁନିଆଦି (ସୁଦୃଢ ମୂଳଦୁଆ) ଦ୍ୱାରା ସୁପ୍ରତିଷ୍ଠିତ ।  ଭାରତୀୟ ବେଦରେ ଯେଉଁ ଶବ୍ଦଭଣ୍ଡାର ଅଛି ଯାହାକୁ ଆମେ ଅତ୍ୟନ୍ତ ମାନ୍ୟାର୍ଥର କାରଣରୁ ମନ୍ତ୍ରବୋଲି କହୁଛେ ସେହି ବିଶାଳ ମନ୍ତ୍ରସାମ୍ରାଜ୍ୟର ପୃଥକ ପୃଥକ ଦ୍ରଷ୍ଟା ଆମର ଅନେକ ଋଷିଗଣ ଅଛନ୍ତି ଏବଂ ସେ ସମସ୍ତ ମହାତ୍ମାମାନେ ଆମର ଚୀରସ୍ମରଣୀୟ ଏବଂ ଅଲୌକିକ ରୂପେ ସର୍ବଦା ବିଦ୍ୟମାନ ସେ ସମସ୍ତଙ୍କ ଜୀବନକୁ ସମଗ୍ରରୂପେ ଦର୍ଶନ-ଅନୁଭବ କରିବା ପାରେ ହିଁ ଜୀବନଧର୍ମ-ଜୀବନ ପ୍ରବୃତ୍ତିରେ ରତ ରହୁଥିଲେ ।  ସେ ଯାହା କିଛି ବି ଭାବୁଥିଲେ ଯାହା କିଛି ବି ଚିନ୍ତନ ଅବା କଳ୍ପନା କରୁଥିଲେ ତାହା ସେ ସମଗ୍ର ବିଶ୍ୱ ଅର୍ଥାତ ଚତୁର୍ଦ୍ଦଶ ଭୂବନକୁ ଲକ୍ଷରେ ରଖି କରୁଥିଲେ ଆଜି ବୈଦିକ ଧର୍ମ ସଂସ୍କୃତି ଉପରେ ହଜାର ଦୁଇହଜାର ବର୍ଷର ପ୍ରହାର ଅନନ୍ତର ବି ହିମାଳୟ ଠାରୁ କନ୍ୟାକୁମାରୀ ପର୍ଯ୍ୟନ୍ତ ଯାହା କିଛି ବୈଦିକ ପ୍ରଣାଳୀକାମାନ ରହିଛି ତାହା ହୁଏତ ବିକୃତ ଅତି ବିକୃତ ସ୍ୱରୂପରେ ଥାଇପାରେ ପରନ୍ତୁ ଯେଉଁସବୁ ମନ୍ତ୍ରର ଅବଲମ୍ବନରେ ଏବେବି ବୈଦିକ ପରିପାଟୀ ଚଳି ଆସୁଅଛି ସେ ସମସ୍ତ ମନ୍ତ୍ର ମହତ ଜୀବନର ଦ୍ୟୋତକ ଅଟନ୍ତି ମହାନ ଧର୍ମ ପଥର ସନ୍ତାନ ବ୍ରାହ୍ମଣମାନେ  ବ୍ରାହ୍ମଣତ୍ୱ ଧର୍ମରୁ ବଂଚିତ , ଭଲା ହିଁ ସେ ନିଜ ଜୀବନ-ମହିମା ସହିତ ଅପରିଚିତ ଅଟନ୍ତି ଏବଂ (ନାଟକ ରୁପ) ଯଜ୍ଞୋପବୀତ ସଂସ୍କାର, ଦେବ ପିତୃ ଇତ୍ୟାଦି କର୍ମ ଦେବ ଋଷି ଅତିଥି ପିତୃ(ନୃଯଜ୍ଞ) ଏବଂ ଭୂତ- ଏହି ପଂଚ ମହାଯଜ୍ଞରୂପୀ ମହାନ ପାପନାଶକ କର୍ମମାନ କରନ୍ତି, ଭଲା ହିଁ ସେ ସେହି ବୈଦିକ କର୍ମର ରହସ୍ୟସହିତ ଅପରିଚିତ ହେବା କାରଣରୁ ଯନ୍ତ୍ରବତ ଅଭାନ ଦଶାରେ ସେହିସବୁ କର୍ମମାନଙ୍କୁ  କରୁଥାଇପାରନ୍ତି ତଥାପି ସେ ସେହି ବେଦମନ୍ତ୍ରର ଉଦ୍ ଘୋଷ ସମ ସ୍ୱରରେ ଉଚ୍ଚାରଣ ତ କରିଥାଆନ୍ତି। ସେହି ବେଦ ଧ୍ୱନିରେ ଯେଉଁ ଦିବ୍ୟତା ଅଛି ସେହି ବେଦମନ୍ତ୍ରରେ ଯେଉଁ ଭାବନାତ୍ମକ ବ୍ୟାପକତା ଅଛି ତାହାକୁ କୌଣସି ମଣିଷ ଭଲାହିଁ ସେ ପ୍ରଚଣ୍ଡ ନାସ୍ତିକ ପଛେ ହୋଇଥାଆନ୍ତୁ ନା କାହିଁକି ତାହାକୁ କେବେବି କି କେହି ଅସ୍ୱୀକାର କରି ପାରିବେ କି?
            ବିଶ୍ୱରେ ଆଜି ଏପରି ବହୁତ ଧର୍ମ ଅଛି ଯାହାକି ବିରୋଧି ଧର୍ମର ପ୍ରଭାବ ସହିତ ସଂଘର୍ଷ କରିକରି ନଷ୍ଟ ଭ୍ରଷ୍ଟ ପ୍ରାୟ ହୋଇ କେବଳ ନାମକୁ ମାତ୍ର ଜୀବିତ ; ପରନ୍ତୁ ଆମର ବୈଦିକ ଧର୍ମ ସଂସ୍କୃତି ଅଢେଇହଜାର ବର୍ଷରୁ ବେଦ ବିରୋଧିମାନଙ୍କ ସହିତ ଯୁଝି ବିଭିନ୍ନ ପ୍ରକାର ଉତ୍ଥାନ ପତନକୁ ଦେଖି ସମଗ୍ର ବିଶ୍ୱରେ ଏକ ଧର୍ମ ହୋଇ ଉନ୍ନତ ମସ୍ତକ କରି ଆଜି ବି ଜୀବିତ ଅଛି ଏହା ହେଉଛି ଭାରତୀୟ ଧର୍ମର ବିଶେଷତା ଯେ ପର୍ଯ୍ୟନ୍ତ ଗାୟତ୍ରୀମନ୍ତ୍ର ସଂସ୍କାର ସଂପନ୍ନ ଦ୍ୱୀଜଗଣ ବେଦମନ୍ତ୍ରର ଅନାଦର ନକରିଛନ୍ତି ସେ ପର୍ଯ୍ୟନ୍ତ ସେ ବୈଦିକ ସଂସ୍କୃତିରୁ କେବେବି ବଂଚିତ ରହିବେ ନାହିଁ ହୁଏତ ସେ ପାଶ୍ଚାତ୍ୟ ସଂସ୍କୃତିର ଅନୁକରଣର କାରଣରୁ ଭୋଗବାଦରେ ପଡି ଆଚାର ଭ୍ରଷ୍ଟ ତଥା ବିଚାର ଭ୍ରଷ୍ଟ ହୁଅନ୍ତୁ ପଛେ ପରନ୍ତୁ ସେ କଦାପି ଧର୍ମଭ୍ରଷ୍ଟ ବୋଲାଇବେ ନାହିଁ , କାରଣ ଯେଉଁ ଗାୟତ୍ରୀ ମନ୍ତ୍ର ଅଛି ସେ ମନ୍ତ୍ର ଆମର ଜୀବନ ସର୍ବସ୍ୱ , ଧର୍ମ ସର୍ବସ୍ୱ ଏବଂ ସେ ଆମର ଜୀବନଧର୍ମକୁ ବି ଜୀବିତ ରଖିବ  ସେହି ଗାୟତ୍ରୀ ମନ୍ତ୍ର ଦ୍ୱାରା ଆମେ କଲ୍ୟାଣକାରୀ ମତିର ବୁଦ୍ଧିର ଯାଚନା କରୁ, ଯେକି ଆମକୁ ଆଚାର ବିଚାର ଭ୍ରଷ୍ଟ ହେଲେବି ଜୀବନ ଧର୍ମରୁ ପତିତ ହେବାକୁ ଦେବନି ଆଜି ନାହିଁ ତ କାଲି ନହେଲେ ବର୍ଷବର୍ଷପରେ ଅଥବା ଜନ୍ମ ଜନ୍ମାନ୍ତରରେ କେବେବି ଆମର ପରମ କଲ୍ୟାଣମୟୀ ଗାୟତ୍ରୀମାତା ଅବଶ୍ୟହିଁ ଆମକୁ ପୁନର୍ଜିବୀତ କରିବେ। ଧିୟୋଯୋନଃ ପ୍ରଚୋଦୟାତ୍ର ଫଳ ସ୍ୱରୂପ ଆମକୁ ସର୍ବଶ୍ରେଷ୍ଠ ବୁଦ୍ଧିଦେଇ ସର୍ବୋତ୍ତମ ମାର୍ଗରେ ପ୍ରେରିତ କରାଇ ନିଶ୍ଚେ କେବେ ନା କେବେ ଯେ ଆମକୁ ଅବଶ୍ୟ ସର୍ବାତ୍ମଭାବରେ ବ୍ରହ୍ମାତ୍ମଭାବରେ ସୁପ୍ରତିଷ୍ଠିତ କରାଇବେ ଏଥିରେ କୌଣସି ସନ୍ଦେହ ନାହିଁ
                        ଆମର ଭାରତୀୟ ସଂସ୍କୃତିର ଅନୁରୂପ ଆମସମସ୍ତଙ୍କୁ ଜନ୍ମରୁ ମାତା-ପିତାଙ୍କ ସଂସ୍କାର ନ୍ୟୁନାଧିକ୍ୟ ମାତ୍ରାରେ ପ୍ରାପ୍ତ ହୋଇଅଛି ଜନ୍ମରୁ ସମସ୍ତେ ଶୁଦ୍ର ବୋଲାନ୍ତି କାରଣ ଆମର ଯେଉଁ ସ୍ଥୂଳ ଦେହ ଅଛି ତାହା କେବଳ ବିକୃତ ସୁଖ ଅର୍ଥାତ୍ ମୈଥୁନଜନ୍ୟ ସୁଖର ପରିଣାମ ଅତଃ ସ୍ଥୂଳ ଦେହର ସଂସ୍କାର ନାଶ ହେବାପରେ ସେହି ଶକ୍ତିଶାଳୀ ଗାୟତ୍ରୀ ମନ୍ତ୍ରର ପ୍ରଭାବରୁ ଅନ୍ତର ହୃଦୟରେ ଏକ ଦିବ୍ୟ ଚେତନା ସ୍ୱରୂପ ଚିଦ୍ ବପୁର ନିର୍ମାଣ ହେବାରେ ଲାଗେ ଜନ୍ମନା ଜାୟତେ ଶୁଦ୍ରଃ ସଂସ୍କାରାତ୍ ଦ୍ୱିଜ ଉଚ୍ୟତେଅର୍ଥାତ୍ ଜନ୍ମଜାତ ଶୁଦ୍ରତାଟି  ସଂସ୍କାରସଂପନ୍ନ ହେବାପରେ ଦ୍ୱିଜତ୍ୱକୁ ପ୍ରାପ୍ତକରେ ଦ୍ୱିଜତ୍ୱ ପ୍ରାପ୍ତିହେବାରେ ସେହି ଦିବ୍ୟ ଚେତନାର ଅବତରଣ ହୁଏ ସ୍ଥୂଳ ଦେହାଭିମାନୀ ବ୍ୟକ୍ତି (ବ୍ୟଷ୍ଟି)ରେ ସ୍ୱସୁଖାଭିଳାଷ ହିଁ ପ୍ରଧାନ ରୂପେ ବିଦ୍ୟମାନ ରହିଥାଏ ଏଥିପାଇଁ ସେହି ସଂକୁଚିତ ମାନସକୁ ହିଁ ଶୁଦ୍ରତା କୁହାଯାଇଛି ଯେଉଁ ମାନସୀ ସୃଷ୍ଟି ଅଛି ତାହା ଜୀବନ ଅର୍ଥାତ ଅନ୍ତର (ବିକାଶ) ପାଇଁ ଏକ ଦିବ୍ୟ ପରିପାଟୀ ଗାୟତ୍ରୀମନ୍ତ୍ରରେ ସଂସ୍କାର ଅର୍ଥାତ ବୈଦିକ ସଂସ୍କାର ହେବାପରେ ହିଁ ବାସ୍ତବିକ ଜୀବନ ଗଠନ ଏବଂ ଦିବ୍ୟମାନ ଜୀବନ ପ୍ରୟାସ ର ଆରମ୍ଭ ହୋଇଥାଏ
                        ଯଦି କେହି କୁହେ କି ଅନ୍ୟ କୌଣସି ଧର୍ମର ଆଉ କିଛି ଶକ୍ତି ସଂପନ୍ନ ମନ୍ତ୍ରଦ୍ୱାରା ବି ତ ଅନ୍ତର ଜୀବନ ରୂପୀ ଚିଦ୍ ବପୁ ର ବିକାଶ କରାଯାଇ ପାରେ ତେବେ ତାହାର ଜବାବ ରେ ଏହା କୁହାଯିବ କି ପ୍ରତ୍ୟେକ ମନ୍ତ୍ର ରେ ପୃଥକ ପୃଥକ ସଂସ୍କାର ଏବଂ ଭାବ ସୂକ୍ଷ୍ମରୂପେ ବିଦ୍ୟମାନ ଅତଃ ସମସ୍ତଙ୍କ ଅନ୍ତର ଜୀବନ ନିର୍ମାଣ ପୃଥକ ପୃଥକ ସଂସ୍କାର ଏବଂ ଭାବାନୁରୁପ ହିଁ ହେବ ପରସ୍ପରରେ ଭାବ ଏବଂ ସଂସ୍କାର ବୈଷମ୍ୟ ରହିବ ଅତଃ ସେହି ସମସ୍ତଙ୍କ ଜୀବନ ପରସ୍ପର ସହାନୁଭୂତି ରହିତ ବିସଂବାଦୀ ହେବ ଇତର ଧର୍ମର ଯେଉଁ ଆଦି ପ୍ରବର୍ତକ ଥିଲେ ସେ ମହାନ ଥିଲେ , କଲ୍ୟାଣକାରୀ ଥିଲେ ଏଥିରେ ଆମକୁ ଟିକେ ବି ସନ୍ଦେହ ନାହିଁ। ସେ ବି ଜଗତର ମନୁଷ୍ୟ କୁ ସୁଖୀ କରିବାପାଇଁ ବିବିଧ ପ୍ରକାର କଲ୍ୟାଣର କଳ୍ପନା କରି ଯାଇଛନ୍ତି। ସେମାନେ ବି ଲୋକଙ୍କୁ ଶୁଭକର୍ମରେ ପ୍ରବୃତ କରାଇବାପାଇଁ ଏବଂ ଅଶୁଭ କର୍ମରୁ ନିବୃତ ରଖିବା ପାଇଁ ସ୍ୱର୍ଗ ନରକର କଳ୍ପନା କରିଛନ୍ତି ସେ ବି କାଳାନୁରୂପ ପ୍ରଜାଜୀବନକୁ ଶୃଙ୍ଖଳିତ କରାଇବା ପାଇଁ ବିଭିନ୍ନ ପ୍ରକାରର ସମାଜ ବ୍ୟବସ୍ଥା, ଧର୍ମବ୍ୟବସ୍ଥା ଜୀବନବ୍ୟବସ୍ଥା ରୂପୀ ଧର୍ମଶାସ୍ତ୍ର ଅର୍ଥାତ ଧର୍ମ ସଂବିଧାନ ଅଥବା ଜାତି ସଂବିଧାନର ପୃଥକ-ପୃଥକ ପ୍ରଣୟନ କରଯାଇଛନ୍ତି ପରନ୍ତୁ ଭାରତୀୟ ବୈଦିକ ଧର୍ମସଂବିଧାନରେ ବିଭିନ୍ନ ପ୍ରକାରର ଆଚାର ବିଚାରର କଳ୍ପନା, ଜୀବ ଜଗତର କଳ୍ପନା, ସ୍ୱର୍ଗ ନରକର କଳ୍ପନା ସାଥେ-ସାଥେ ଯେଉଁ ସର୍ବାତ୍ମଭାବ, ବ୍ରହ୍ମାତ୍ମଭାବ, ଅଦ୍ଵୈତଭାବର କଳ୍ପନା ଅଛି ତାହାହିଁ କଳ୍ପନାର ଅନ୍ତିମ ପରକାଷ୍ଠା ଅର୍ଥାତ୍ ସେହି ସର୍ବାତ୍ମଭାବକୁ କେନ୍ଦ୍ର କରିବାପାଇଁ ପ୍ରାଥମିକ ବିଧାନ ସ୍ୱରୂପ ଗାୟତ୍ରୀମନ୍ତ୍ର ରହିଛି ବୈଦିକଧର୍ମରେ ସର୍ବାତ୍ମଭାବରୂପୀ ଯେଉଁ ଏକାତ୍ମଭାବ, ଅଦ୍ୱୈତଭାବ ଅଛି ତାହା ଆଉ କୌଣସି ଧର୍ମରେ ନାହିଁ। ଏହା ଭାରତୀୟ ବୈଦିକଧର୍ମର ନିଜସ୍ୱ ସିଦ୍ଧାନ୍ତ
                        ବୈଦିକ ଧର୍ମ ସିଦ୍ଧାନ୍ତ ବ୍ୟତିରେକେ ଇତର ଧର୍ମ ସିଦ୍ଧାନ୍ତରେ ଏକାତ୍ମଭାବ, ସର୍ବାତ୍ମଭାବ, ଅଦ୍ୱୈତଭାବ ନଥିବାରୁ ଆଉ ଅନ୍ୟ ଯେତେବି ଉନ୍ନତଭାବ ଉଚ୍ଚସିଦ୍ଧାନ୍ତ ସେଥିରେ ସନ୍ନିହିତ ଥାଉପଛେ କିନ୍ତୁ ସେଥିରେ ଯେଉଁ ପୃଥକତାର ଭାବଟି ବିଦ୍ୟମାନ ଅଛି ତାହା ଦ୍ୱୈତଭାବ ହେବା କାରଣରୁ କୌଣସିନା କୌଣସି ପ୍ରକାର ରାଗ-ଦ୍ୱେଷର ଅସ୍ତିତ୍ୱ ରହିଯାଏ ଅନ୍ୟ ଧର୍ମାଲମ୍ବୀ ବଡ-ବଡ ସେବା କରିବେ, ସର୍ବସ୍ୱ ତ୍ୟାଗ କରିଦେବେ ପରନ୍ତୁ ସେବ୍ୟ-ସେବକରେ ଯେଉଁ ଦ୍ୱୈତାତ୍ମକ ପୃଥକ ଭାବ ଅଛି ତାହ ତ ରହିବ ହିଁ ରହିବ ଅତଃ ଯେଉଁ ଅହଂକାରରୂପୀ ପୃଥକତ୍ୱ ଅଛି ସେଥିରେ Superiority Inferiority Complex ଅର୍ଥାତ ଅନ୍ତରତମରେ ଉତ୍ତମତା, ଅଧମତା, ଭାବଜନ୍ୟ ବିକୃତି ରହିବାର ସମ୍ଭାନା ଥାଏ ଭାରତୀୟ ସଂସ୍କୃତି ଏହା କହେକି- ନ ବା ଅରେ ସର୍ବସ୍ୱକାମାୟ ସର୍ବାଣି ପ୍ରିୟାଣି ଭବନ୍ତି, ଆତ୍ମନସ୍ତୁ କର୍ମାୟ ସର୍ବାଣି ପ୍ରିୟାଣି ଭବନ୍ତିଅର୍ଥାତ ଆମେ ଯେଉଁ କିଛି କର୍ମ କରୁଅଛୁ ତାହା ସମସ୍ତଙ୍କ ଭଲପାଇଁ, (ସମସ୍ତଙ୍କ କଲ୍ୟାଣ ପାଇଁ) ହିଁ କରୁଅଛୁ କାରଣ ଆମେ ହିଁ ତ ସର୍ବତ୍ର ବ୍ୟାପକ ରୂପରେ ନିଜେ ବିରାଜମାନ ଅଛୁ। ଭାରତୀୟ ସଂସ୍କୃତି ବାଲ୍ୟକାଳରୁ ଶିକ୍ଷା ଦିଏ ଯେ ଆଚାର୍ଯ୍ୟଦେବୋ ଭବ , ମାତୃଦେବୋ ଭବ, ପିତୃଦେବୋ ଭବ, ଅତିଥିଦେବୋ ଭବ। ଏହି ଦିବ୍ୟ ଉପଦେଶ ହୁଏତ ବିଶ୍ୱର କୌଣସି ଧର୍ମ ଶାସ୍ତ୍ରରେ ଥାଇପାରେ କି ନଥାଇପାରେ ଭାରତୀୟ ବୈଦିକ ସଂସ୍କୃତି ସଂଯୁକ୍ତକୁଟୁମ୍ବ (ବସୁଧୈବ କୁଟୁମ୍ବକମ୍)କୁ ମାନନ୍ତି କାରଣ ଆମେ ସମଗ୍ରର ଉପାସକ ଅଟୁ। ଏଥିପାଇଁ ଆମେ ଜୀବନକୁ ସମଗ୍ରରୂପେ ଉପଭୋଗ କରିବାକୁ ଚାହୁଁଛୁ ଯେଉଁଠି ବିଚ୍ଛିନ୍ନତା , ବିଭିନ୍ନତା, ପୃଥକତା ଅଛି ସେଠି ତୁଚ୍ଛତା, ଅଳ୍ପତା, କ୍ଷୁଦ୍ରତା, ଶୁଦ୍ରତା ସ୍ୱରୂପ ସଂକୁଚିତ ଭାବର ଉପସ୍ଥିତି ଅବଶମ୍ଭାବୀ ଏବଂ ଯେଉଁଠି ସଂକୁଚିତ ଭାବର ମାନସ ଅଛି ସେଠି ହୁଏତ ଜୀବନ କେତେବି ବାହ୍ୟସାଧନ ଦ୍ୱାରା ସୁସଂପନ୍ନ (Decorated life)ହେଉ ପଛେ ତଥାପି ସେ କଳୁଷିତ ହୋଇଯାଏ   
                        ଯେଉଁ ଲୋକ ସମ୍ମିଳିତରୂପେ ସମତ୍ୱଭାବରେ ରୁହନ୍ତି ହୁଏତ ସେମାନେ ନରକତୁଲ୍ୟ ଦୁଃଖ -ଯାତନା ଭୋଗ  କରୁଥାଇପାରନ୍ତି  ହେଲେ ସେହି ସମଭାବ ଯୁକ୍ତ ସଂଯୁକ୍ତ ଦୁଃଖରେ ବି ମାଧୁର୍ଯ୍ୟ ଅଛି ମାତ୍ର ଯେ ଏକତ୍ୱ ରୁପରେ, ବ୍ୟକ୍ତିଗତ ରୂପରେ , ପୃଥକତ୍ୱର ଭାବରେ ସ୍ୱର୍ଗୀୟ ସୁଖ ଭୋଗ କରନ୍ତି, ସେ କେବେ ମାଧୁର୍ଯ୍ୟର କଳ୍ପନା ବି କରିପାରନ୍ତି ନାହିଁ ଆଜି ଆମେ ଭୋଗବାଦରେ ଅନ୍ଧହୋଇ ସେହି ପାଶ୍ଚାତ୍ୟ ସଂସ୍କୃତିର ଅନୁକରଣ କରୁଛେ ଯାହା ଆମକୁ ସାମୂହିକ ଜୀବନ ମାଧୁର୍ଯ୍ୟରୁ ବଂଚିତ କରୁଛି ସେହି ଅନ୍ଧାନୁକରଣ ଆମକୁ ଆମର ମାତା ପିତାଠାରୁ, ଭାଈ ଭଉଣୀ ଠାରୁ , ସ୍ତ୍ରୀ ପୁତ୍ର ଠାରୁ, ପତି ପତ୍ନି ଠାରୁ  ମିତ୍ର ଏବଂ ସମ୍ବନ୍ଧୀମାନଙ୍କ ଠାରୁ ଅଲଗା କରି କେବଳ ନିଜ ସୁଖ-ସ୍ୱାର୍ଥର ବ୍ୟକ୍ତିଗତ ଜୀବନକୁ ଶିଖାଉଛି ଯେଉଁଠି କେବଳ ବ୍ୟକ୍ତିଭାବର ପୋଷଣ କରାଯାଏ, ଏବଂ ବ୍ୟକ୍ତିଗତ ବିକାଶକୁ ହିଁ ମହତ୍ୱ ଦିଆଯାଏ, ସେଠି ବ୍ୟକ୍ତି ଯେତେବି ମହାନ , ସଦାଚାରୀ ତଥା ସଦ୍ ଗୁଣୀ  ହେଉନା କାହିଁକି ତାଙ୍କର ଅବହେଳନା ହେବାର ସମ୍ଭାବନା ରହିଥାଏ ବିକାସ
                         ବିକାଶ ଦୁଇ ପ୍ରକାରର ହୁଏ ସେଥିରୁ ଗୋଟିଏ ବହିର୍ବିକାଶ ଅର୍ଥାତ ଭୌତିକ ବିକାଶ ଏବଂ ଅପରଟି ଅନ୍ତର ବିକାଶ ଅର୍ଥାତ ଜୀବନ ବିକାଶ ଯେଉଁଠି ଅନ୍ତର ବିକାଶ-ଜୀବନ ବିକାଶ ସ୍ୱୀକାର୍ଯ୍ୟ ସେଠି ବହିର୍ବିକାଶକୁ ସ୍ୱୀକାର କରିବାକୁ ପଡିଥାଏ କାରଣ ଜୀବନ ଏକ ସମଗ୍ରବସ୍ତୁ। ଅତଃ ଆଧିଭୌତିକ, ଆଧିଦୈବିକ ଏବଂ ଆଧ୍ୟାତ୍ମିକ-ଏହି ତ୍ରିବିଧର ସମନ୍ୱୟାତ୍ମକ ବିକାଶକୁ ବାସ୍ତବିକ ଜୀବନ ବିକାଶ କୁହାଯାଏ ପରନ୍ତୁ ଯେ କେବଳ ବର୍ହିବିକାଶ ଅର୍ଥାତ ଭୌତିକ ବିକାଶକୁ ମହତ୍ୱ ଦିଅନ୍ତି ସେ ବାସ୍ତବିକ ଜୀବନର ମହତ୍ୱକୁ ନବୁଝି କେବଳ ବୈୟକ୍ତିକ ସୁଖ ସୁଖାଭିଳାଷର କାମନାର ପୂର୍ତ୍ତିପାଇଁ  ବୈୟକ୍ତିକ ବିକାଶରେ ବିମୋହିତ ହୋଇ ଇଚ୍ଛାନୁସାର ପବୃତ୍ତିସବୁ କରିଚାଲନ୍ତି ପରିଣାମ ଏହା ହୁଏ କି ସେ ବାସ୍ତବିକ ଜୀବନ ମାଧୁର୍ଯ୍ୟ ରୂପୀ ଜୀବନ ବିକାଶରୁ ବଂଚିତ ହୋଇ ସୁଖ ଏବଂ ଶାନ୍ତିରୁ ବିମୁଖ ହୋଇ ଏକ କଳୁଷିତ ଜୀବନ ବ୍ୟତିତ କରନ୍ତି ଆଜି ଆମେ ଭାରତବାସୀ ଆମର ବୈଦିକ ସଂସ୍କୃତିକୁ ଭୂଲି ପାଶ୍ଚାତ୍ୟ ବ୍ୟକ୍ତିବିକାଶ ରୂପୀ ସିଦ୍ଧାନ୍ତ ଦ୍ୱାରା ବିମୋହିତ ହୋଇ (ବାଧାଶୂନ୍ୟ ସ୍ୱାଧୀନତା)ସ୍ୱଚ୍ଛନ୍ଦାଚରଣକୁ ଜୀବନର ବିକାଶ ମାନି  ଜୀବନକୁ ଅଧଃ ପତନ ଦିଗରେ ତଡି ନେଉଛେ  
                        ଭାରତକୁ ଯଦି ସେହି ଅଧଃପତନରୁ ବଂଚାଇ ଜୀବନ୍ତ ଏବଂ ପ୍ରାଣବନ୍ତ ରଖିବାକୁ ହେବ ତେବେ ଭାରତୀୟ ବୈଦିକ ସଂସ୍କୃତିର ପୁନରୁଦ୍ଧାର କରିବା ଅନିବାର୍ଯ୍ୟ ସମଗ୍ର ବିଶ୍ୱରେ ଏକମାତ୍ର ଭାରତ ଏଭଳି ଦେଶ ଯାହା ଭୋଗଭୂମି ଏବଂ କର୍ମଭୂମି ଏ ଉଭୟର ଭୂମି ଅନ୍ୟ ଦେଶ କେବଳ  ଭୋଗଭୂମୀ ଅଟନ୍ତି ଅର୍ଥାତ ଭାରତଭୂମିରେ ଜନ୍ମ ନେଇ ଯେକେହି କିଛି ସୁକୃତ ଅଥବା ଦୁଷ୍କୃତ କରନ୍ତି ତାହାର ଫଳସ୍ୱରୂପ ସ୍ୱର୍ଗୀୟ ସୁଖ ଏବଂ ନାରକୀୟ ଦୁଃଖ ଭୋଗିବା ପାଇଁ ପ୍ରାଣୀ ଭିନ୍ନ ଭିନ୍ନ ଦେଶରେ ଜନ୍ମ ଜନ୍ମଗ୍ରହଣ କରିଥାଆନ୍ତି ଇତର ଧର୍ମ ସିଦ୍ଧାନ୍ତରେ କେବଳ ସ୍ୱର୍ଗ-ନରକର ମହତ୍ୱ ଅଛି ଅତଃ ସେଠାର ଲୋକେ ସେହି ଧର୍ମସଂସ୍କାର ଅନୁରୂପ ସ୍ୱର୍ଗୀୟ ସୁଖର ଲକ୍ଷ ରଖି କର୍ମ କରନ୍ତି। ଏବଂ ଏପରି କର୍ମ କେବଳ ଭୋଗ୍ୟଫଳଦାୟୀ ହୋଇଥାଏ କେବେବି ମୁକ୍ତି ଫଳ ପ୍ରଦାୟକ ହୋଇନଥାଏ ଯେଉଁ ଭାରତୀୟ ଯୋଗୀମାନେ ଭାରତରେ ରହି ବିବିଧପ୍ରକାର ସାଧନା କରିଛନ୍ତି ଅବା କରୁଛନ୍ତି  ମାତ୍ର ନିଜର ଅତୃପ୍ତ ଇଚ୍ଛାକାରଣରୁ ଯୋଗଭ୍ରଷ୍ଟ ହୋଇ ଦେହତ୍ୟାଗ କରି ଥାଆନ୍ତି ମୃତ୍ୟୁପରେ ସେମାନେ ସେହି ଇଚ୍ଛାର ପୂର୍ତିପାଇଁ ପାଶ୍ଚାତ୍ୟ ଦେଶରେ ପୁନଃ ଜନ୍ମଗ୍ରହଣ କରିଥାଆନ୍ତି ଏବଂ ପୂର୍ବଜନ୍ମର ସଂସ୍କାର ଅନୁରୂପ ବିଭିନ୍ନ ପ୍ରକାରର ବୈଜ୍ଞାନିକ ଆବିଷ୍କାର ରୂପୀ ବୌଦ୍ଧିକ ପ୍ରବୃତିମାନରେ ଲିପ୍ତ ରୁହନ୍ତି ଆଉ ସେହି ସବୁ ସିଦ୍ଧିର ପ୍ରବୃତିସବୁର ସମାପ୍ତ ହେବାର ସମୟ ଏବେ ଆସିଯାଉଛି ସେମାନେ ଏବେ ଭୌତିକ ସୁଖ ଉପଭୋଗରେ ସନ୍ତୁଷ୍ଟ ହୋଇସାରିଛନ୍ତି ବର୍ହିବିକାଶରୂପ-ବହିର୍ଜୀବନରେ ଅତୃପ୍ତ ହୋଇ ଥକିଯାଇ ପଛକୁ ଫେରିବାକୁ ଚାହିଁଲେଣି, ଅନ୍ତରାତ୍ମାରେ ସୁସ୍ଥିତ ହୋଇ ଶାଶ୍ୱର ଶାନ୍ତି ଚାହିଁଲେଣି ସେହି ଭୌତିକ ମୋହାତ୍ମକ ବାତାବରଣରୁ ଦୂର ରହିବାକୁ ଇଛାକରିଲେଣି ପରନ୍ତୁ ସେମାନଙ୍କୁ ଯଥାର୍ଥ ମାର୍ଗଦର୍ଶନ ମିଳି ପାରୁନାହିଁ ସେମାନଙ୍କର ତାର୍କିକ ବୁଦ୍ଧିପ୍ରଭାକୁ ପରାଭବ କରି ପ୍ରକର୍ଷ ବୁଦ୍ଧି ଦିଗରେ ସଂଚାଳନ କରାଇବା ପାଇଁ ଦେଶ କାଳ ପାତ୍ର ଅଭିଜ୍ଞ ସମର୍ଥ ଗୁରୁ ତାହାଙ୍କୁ ଏଠାରେ ମିଳୁ ନାହାନ୍ତି, ଅତଃ ସେ ଦୁଃଖୀ ହୋଇ ସଂତପ୍ତ ହୋଇ ଭାରତକୁ ଅନେକ ଆଶାନେଇ ଦେଖୁଛନ୍ତି ଯେ ଭାରତୀୟ ବେଦ ବିଜ୍ଞାନ (ବିତ୍ ବେଦଜ୍ଞ , ତ୍ରିକାଳଜ୍ଞ) ସର୍ବଜ୍ଞ ଗୁରୁ ସେହି ଦେଶକୁ କେବେ ଆସିବେ ଏବଂ (ଯୋଗଭ୍ରଷ୍ଟ) ଯୋଗୀଜନମାନଙ୍କୁ ଉଦ୍ଧାର କରିବେ ଏଥିପାଇଁ ଏବେ ଭାରତକୁ ଉଠିବାକୁ ପଡିବ, ଜାଗ୍ରତ ହେବାକୁ ପଡିବ ଏବଂ ଶ୍ରୀ ବିବେକାନନ୍ଦ ଶ୍ରୀରାମତୀର୍ଥ ଶ୍ରୀ ଅରବିନ୍ଦ ଯେପରି ମହାନ ବିଭୂତି ମାନଙ୍କୁ ତିଆର କରି ପୁଣି ସେହି ଦେଶକୁ ପଠାଇବାକୁ ପଡିବ ଏଥିରେ ଭାରତବର୍ଷର ମହାନତା ଜଡିତ, ନାଁ କି ଅନ୍ଧ ପାଲଟିଯାଇ ସେହି ଭୌତିକବାଦୀ ପାଶ୍ଚାତ୍ୟ ସଂସ୍କୃତିର ଅନୁସରଣ କରିବାରେ
                        ହେ ଅନ୍ତରୀକ୍ଷ ବାସୀ ମହାନ କଲ୍ୟାଣକାରୀ ଭାରତୀୟ ସନ୍ତାନଗଣ,  ଆସ ! ଆମର ପରମ କଲ୍ୟାଣମୟୀ ମାତୃସ୍ୱରୂପା ଭଗବତୀ ଶ୍ରୀଶ୍ରୁତି ଯାହାଙ୍କୁ ଆମର ପରାମ୍ବା, ପରାବିଦ୍ୟା, ପରାପ୍ରକୃତି ବି କୁହାଯାଏ ସେହି ଅମୃତସ୍ୱରୂପିଣୀ ମାତାଙ୍କର ଯେ ଅଛନ୍ତି ଅମର ମହାନ ସନ୍ତାନ, ଆପଣମାନେ ସମସ୍ତେ ନିଜର ସେହି ନିତ୍ୟ ସମାଧି ସୁଖରୁ ବ୍ୟୁତ୍ଥିତ ହୋଇ ଜାଗୃତ ହୁଅନ୍ତୁ ସମଗ୍ରବିଶ୍ୱରେ ଅନେକ ସିଦ୍ଧ ଆତ୍ମାମାନେ ନିଜର ଉଚ୍ଚ ଆଦର୍ଶ ପାଇଁ ସଂସାର ବନ୍ଧନରେ ଆବଦ୍ଧ ହୋଇ ପଡିଛନ୍ତି, ସେ ସେହି ବନ୍ଧନରୁ ମୁକୁଳିବାକୁ ବ୍ୟସ୍ତ ହେଲେଣି ଆପଣ ସେହି ସମସ୍ତଙ୍କୁ ସଂସାରବନ୍ଧନରୁ ମୁକ୍ତ କରିଦିଅନ୍ତୁ ଆମେ ଜାଣୁ ଆପଣଙ୍କପରି ମହାନଆତ୍ମା ଉପରେ ଏପରି କିଛି ବି କର୍ମବନ୍ଧନ ନାହିଁ ଯାହାକି ଆପଣ ସମସ୍ତଙ୍କୁ ଏହି ଭୂମଣ୍ଡଳକୁ ଲେଉଟାଇ ଆଣିପାରିବ ପରନ୍ତୁ ଆପଣ ଋଷିଗଣ ନିଜର ଦିବ୍ୟ ଅନୁକଂପାବତ୍ କୌଣସି ସାଧକ ବିଶେଷକୁ ମାଧ୍ୟମକରି ଭୂମଣ୍ଡଳରେ ଅବତରଣ କରିପାରିବେ ଏବଂ ସେହି ଦୁଃଖ ସନ୍ତପ୍ତ ଦୁଃଖାତୁର ସିଦ୍ଧମାନଙ୍କର ତଥା ଭୂମଣ୍ଡଳର ଅନ୍ୟ ଦିବ୍ୟାତ୍ମାମାନଙ୍କର ଉଦ୍ଧାର ଆପଣ ହିଁ କରିପାରିବେ।
                   ଭାରତବାସୀ ବିଶ୍ୱହିତୈଷୀ ସୁଜନ ସଜ୍ଜନଙ୍କୁ ହାତଯୋଡି ବିନମ୍ର ପ୍ରାର୍ଥନା , ଆପଣ ନିଜ ଦେଶ, ସମାଜ ଓ ଜାତି ଏବଂ ବିଶ୍ୱର ହିତ ଚାହୁଁଥିଲେ ଆପଣ ଉପରୋକ୍ତ ମହାନ ବିଭୂତିମାନଙ୍କୁ ଭୂମଣ୍ଡଳରେ  ଉତାରିବାର ପ୍ରୟାସ କରନ୍ତୁ ସେହି ମହାନ ଆତ୍ମାଙ୍କୁ ତଳକୁ ଆଣିବାପାଇଁ ପବିତ୍ର ବାତାବରଣ ସୃଷ୍ଟିକରନ୍ତୁ, ଯାହାର ଏବେ ପରମ ଆବଶ୍ୟକତା ଅଛି ତା ସହିତ ନିଷ୍ଠାବାନ ସାଧକ ମାନଙ୍କର ଆବଶ୍ୟକତା ଅଛି  ଯେ ସେହି ଆତ୍ମା ମାନଙ୍କର ମହାନଶକ୍ତିକୁ ଧାରଣ କରିପାରିବେ, ସହନ କରିପାରିବେ ସେ ପ୍ରକାର ନିଷ୍ଠାବାନ ସାଧକମାନଙ୍କର ଦିବ୍ୟଜୀବନ ଗଠନ ପାଇଁ ଏକମାତ୍ର ଉପାୟ ଏହା କି ଭାରତରେ ସର୍ବତ୍ର ମଠ ଅବା ମନ୍ଦିରରେଆଶ୍ରମରେନାନାଦି କଳା-କୌଶଳର ଶିକ୍ଷାକେନ୍ଦ୍ରରେ, ସ୍କୁଲ-କଲେଜରେ, ସକଳପ୍ରକାର ପାଠଶାଳାରେ ଯେଉଁଠି ଅନୁକୂଳତା ରହିଛି ସେଠି ଅଧିକରୁ ଅଧିକ ସଂଖ୍ୟାରେ ସମ୍ମିଳିତ ହୋଇ ଉଚ୍ଚସ୍ୱରରେ, ସମସ୍ୱରେ. ସଂବାଦୀରୂପରେ ଶ୍ରୀ ଗାୟତ୍ରୀମନ୍ତ୍ରର ଜପ କରନ୍ତୁ ଏହି ଜପଯୋଗରେ ସର୍ବଯୋଗ ଅନ୍ତର୍ଭୁକ୍ତ ହୋଇଯାଏ ଭଗବାନ ବି ଶ୍ରୀମୁଖରେ ଗୀତାରେ କହିଛନ୍ତି କି ସର୍ବଯଜ୍ଞରେ ଶ୍ରେଷ୍ଠଯଜ୍ଞ ଯେଉଁ ଜପ ଯଜ୍ଞ ଅଛି ତାହା ମୁଁ   ଯଜ୍ ଧାତୁର ଅର୍ଥ – “ଦେବପୂଜନ ଦାନ ସଙ୍ଗତି କରଣେଷୁ ଯଜ୍ଦେବପୂଜନ ଆଉ ଦାନର ଅର୍ଥତ ପ୍ରସିଦ୍ଧ ଅଛି ପରନ୍ତୁ ଯେଉଁ ସଂଗତୀକରଣ ଅଛି ତାହା ଏହି ଯଜ୍ ଧାତୁର ବାସ୍ତବିକ ଏବଂ ଶ୍ରେଷ୍ଠ ଅର୍ଥ, ସଂ+ଗତି = ସଙ୍ଗତି ଯେବେ ଆମେ ସମାନ ଧ୍ୟେୟର ଅନୁସରଣ କରି ସମାନ ମାର୍ଗରେ ଗତି(ଗମନ) କରିବା ତେବେ ତାହାକୁ ସଙ୍ଗତିକରଣ କୁହାଯାଏ ମୁଁ ଏହାକୁ Holy combinationଯଥାମତି କୁହେ।
                        ଯେବେ ସମାନ ଧ୍ୟେୟ ପରନ୍ତୁ ମାର୍ଗ ପୃଥକ ତେବେ ସଙ୍ଗତିକରଣ ତାକୁ କୁହାଯିବନି ସେହିପରି ସମାନ ମାର୍ଗ ମାତ୍ର ଧ୍ୟେୟ ପୃଥକ ତେବେ ତାହା ବି ସଙ୍ଗତିକରଣ ନୁହେଁ ଅତଃ ସମାନ ମାର୍ଗ ଏବଂ ସମାନ ଧ୍ୟେୟ ଅନିବାର୍ଯ୍ୟ ତେବେ ହିଁ ସମ୍ୟକ୍ ଗତି ସ୍ୱରୂପ ସଙ୍ଗତିକରଣ ହୋଇପାରିବ ପ୍ରତ୍ୟେକ ମନୁଷ୍ୟର ରୁଚି ବୃତି ପ୍ରକୃତି ଏବଂ ସଂସ୍କାର ଅଲଗା ଅଲଗା ହେବା କାରଣରୁ ସ୍ୱବାବତଃ ନା ତ ଗୋଟିଏ ଧ୍ୟେୟର ଅନୁସରଣ ହୋଇପାରେ ନା ଏକ ହିଁ ମାର୍ଗରେ ଚଳିବା ସମ୍ଭବ ହୋଇପାରେ ସଂସାରର ସମସ୍ତେ କେବେବି ଗୋଟିଏ ମତ ଗୋଟିଏ ପଥର ଅନୁସରଣ କରି ଚଳି ପାରିବେନି ଏଥିପାଇଁ ଯେବେ ଅନେକ ବ୍ୟକ୍ତି ଏକ ମାର୍ଗରେ ଗମନ କରିବାକୁ ଗତିକରିବାକୁ ଚାହାନ୍ତି ତ ତେବେ ସେମାନେ ପ୍ରଥମେ ନିଜ ଇଚ୍ଛା ଓ ପ୍ରକୃତି-ଅଭ୍ୟାସକୁ ଯାହା ସହଜସଂସ୍କାରରୂପେ ତାହାଙ୍କୁ ଜନ୍ମରୁ ଅବା ପରିବେଶରୁ ପ୍ରାପ୍ତ ହୋଇଛି ସେସବୁର ବଳିଦାନ କରିବାକୁ ପଡିବ ପ୍ରକୃତିର ପୃଥକ ପୃଥକ ରୁଚି, ପ୍ରକୃତି, ସଂସ୍କାର ହିଁ ପୃଥକ୍ ଜୀବନ ଅଥବା ବୈୟକ୍ତିକ ଜୀବନ ଯେବେ ଆମେ ସେହି ତିନି(ରୁଚି, ପ୍ରକୃତି,ସଂସ୍କାର)ର ବଳିଦାନ ଦେଇ ସାମୁହିକ ହିତକୁ କେନ୍ଦ୍ର କରି ସାମୁହିକ ଜୀବନକୁ ସ୍ୱୀକାର କରିନେବା ତେବେ ସେହି ବଳିଦାନ ସର୍ବଶ୍ରେଷ୍ଠ ତପ, ଅର୍ଥାତ୍ ଯଥାର୍ଥ ଯଜ୍ଞ ହୋଇଯାଏ ଏପ୍ରକାର ସାମୁହିକ ଜୀବନ ଗଠନ କରିବା ପାଇଁ ଏପରି କିଛି ଜୀବନ ସୂତ୍ର (life slogan) ହେବା ଆବଶ୍ୟକ ଯାହା କି ଆମ ସମସ୍ତଙ୍କୁ ଗ୍ରଥିତ କରିପାରିବ, ଯେପରି ଗୋଟିଏ ସୁତାରେ ନାନାରଙ୍ଗର ପୁଷ୍ପ ଗୁନ୍ଥାଯାଏ ସେହି  ଜୀବନସୂତ୍ର ହେଉଛି – ଗାୟତ୍ରୀମନ୍ତ୍ର ଆମେ ଧିୟୋଯୋ ନଃ ପ୍ରଚୋଦୟାତ୍ଦ୍ୱାରା ବିଭିନ୍ନପ୍ରକାରର ରୁଚି ପ୍ରକୃତି ସଂସ୍କାରର ବଳିଦାନ କରି ଶ୍ରେଷ୍ଠ ମାର୍ଗରେ ଆମର ସୂକ୍ଷ୍ମବୁଦ୍ଧିକୁ ପ୍ରେରଣାଦେଇ ଉନ୍ନତି ଦିଗରେ ବଢିଚାଲିବା ସେହି ମହାନ ସୂତ୍ର  ଧିୟୋଯୋ ନଃ ପ୍ରଚୋଦୟାତ୍ହିଁ ଆମ୍ଭମାନଙ୍କଠାରେ ମୂର୍ତିମନ୍ତ ହୋଇ ଆମର ବୁଦ୍ଧିକୁ ଶ୍ରେଷ୍ଠମାର୍ଗରେ ପ୍ରେରିତ କରାଇଥାଏ
                        ଅମ୍ଭେ ପ୍ରତିଟି ସାଧକ ଏବଂ ସବିଜ୍ଞ ପାଠକଠାରୁ ଏହି ଅପେକ୍ଷା ରଖିବୁ ଯେ ସେ ନିଜର ନିବାସ ସ୍ଥାନରେ ନିତ୍ୟ ନିୟମିତ ରୂପେ ସହକୁଟୁମ୍ବ ଅବା ଉପସ୍ଥିତ ପରିବାରର ସମସ୍ତେ ମିଳିତ ହୋଇ ଉଚ୍ଚ ସ୍ୱରରେ ଅତିକମରେ ଏକ ମାଳା (୧୦୮ ବାର)  ନହେଲେ ଅତିକମରେ ୨୪ଥର ଗାୟତ୍ରୀମନ୍ତ୍ର ପ୍ରତ୍ୟହ ସଂନ୍ଧ୍ୟାରେ ନିୟମିତ ରୂପେ ଉଚ୍ଚାରଣ କରନ୍ତୁ ଯଦ୍ୱାରା ପରିବାର ସଦସ୍ୟମାନେ ସଂବାଦୀ (ଏକରୂପ କଥନକାରୀ ) ଆଦର୍ଶସ୍ଥାନୀୟ ହୋଇଉଠିବେ ଏବଂ ପରିବାରଟି ସୁଖଶାନ୍ତି ସମୃଦ୍ଧି ସମ୍ପନ୍ନ ହେବ ଆରମ୍ଭରେ ମନ୍ତ୍ରର ଯେଉଁ ତିନି ପାଦ ଅଛି ତାହାର ଏକ ଏକ ପାଦକୁ ଏକ-ଏକ ଶ୍ୱାସରେ (ଶ୍ୱାସ ମୁହଁରେ ନନେଇ ନାସିକାରେ ନେବାକୁ ହେବ) ଏପରି ଗାୟନ କରନ୍ତୁ ଯେପରି ଛୋଟ ପିଲାଟିଏ ମଧ୍ୟ ନିର୍ବିଘ୍ନରେ ପାଠକରିପାରେ ।  ପ୍ରାଥମିକ ଅଭ୍ୟାସ କାଳରେ ଭୂର୍,ଭୁବଃ, ସ୍ୱଃ ଏହି ତିନି ବ୍ୟାହୃତିର ବି ଆବଶ୍ୟକତା ନାହିଁ ଯେବେ ଅଭ୍ୟାସ ପରିପକ୍ୱ ହୋଇଯିବ ତେବେ ତିନି ବ୍ୟାହୃତି ଏବଂ ଏକ ଶ୍ୱାସରେ ସପୂର୍ଣ୍ଣ ମନ୍ତ୍ରକୁ  ଉଚ୍ଚାର କରିପାରିବେ ତଥା ଇଛାଥିଲେ ନିଜର ଶକ୍ତି ଏବଂ ସମୟ ଅନୁରୂପ ମାନସିକ ରୂପରେ ଅଧିକ ମାଳା ଜପ ବି କରିପାରନ୍ତି ଘରେ କିମ୍ବା ବାହାରେ କେଉଁଠିବି ଯେବେ ସାମୁହିକ ମନ୍ତ୍ରଜପ କରିବାକୁ ହୁଏ ତେବେ କୌଣସି ଏକ ବ୍ୟକ୍ତିକୁ ଆଗୁଆ(Leader) କରି ତାହାର ଅନୁକରଣ କରି ଜପ କରିବାକୁ ହୁଏ ମନ୍ତ୍ରପାଠ କରାଉଥିବା ଆଗୁଆବ୍ୟକ୍ତି ଜଣକ ପ୍ରତ୍ୟେକ ଅକ୍ଷରକୁ ଶୁଦ୍ଧ ଓ ଅଲଗା ଅଲଗା (ସବିରାମ) ତାଳବଦ୍ଧ ରୂପେ ଭଲଭାବେ ପାଠ କରିପାରୁଥିବେ ପ୍ରଥମତଃ ଲମ୍ବା ଶ୍ୱାସ ନେଇ ଓଁ ତତ୍ ସବିତୁର୍ ବରେଣ୍ୟଂଏହି ପାଦ ପରେ ଶ୍ୱାସର ଆବଶ୍ୟକତା ପଡୁବା ନପଡୁ ତଥାପି ଶରୀରସ୍ଥ ଶ୍ୱାସକୁ ବାହାରକୁ କାଢି  ପୁନଃ ଅଧିକ ଶୁଦ୍ଧ ଶ୍ୱାସ ନେଇ ଭର୍ଗୋଦେବସ୍ୟ ଧୀମହିଏହି ଦ୍ୱିତୀୟ ପାଦ ଉଚ୍ଚାରଣ କରନ୍ତୁ ପୁଣି ପୂର୍ବପରି ଭିତରର ବଳକା ଶ୍ୱାସକୁ ଛାଡି ତୃତୀୟ ବାର ଶ୍ୱାସ ନେଇ ଧିୟୋଯୋନଃ ପ୍ରଚୋଦୟାତ୍ଏହି ଶେଷପାଦର ଉଚ୍ଚାରଣ କରନ୍ତୁ। ଏହିପରି ବାରମ୍ବାର ୧୦୮ର ମନ୍ତ୍ର ଯେପର୍ଯ୍ୟନ୍ତ ସଂପୂର୍ଣ୍ଣ ନହୋଇଛି ସେପର୍ଯ୍ୟନ୍ତ ଲାଗିରୁହନ୍ତୁ ଯେଉଁ ବ୍ୟକ୍ତି ଆଗୁଆ ହୋଇ ସମୁହଙ୍କୁ ସମସ୍ୱର ଏବଂ ସଂବାଦୀସ୍ୱରରେ ମନ୍ତ୍ରୋଚ୍ଚାରଣ କରାନ୍ତି ତାହାଙ୍କ ଉପରେ ବିଶେଷ ଦାୟିତ୍ୱ ଥାଏ ସେ ସମସ୍ତଙ୍କ ଉପରେ ବରାବର ଧ୍ୟାନ - ସମଦୃଷ୍ଟି ରଖିବେ। ଯଦି ସେ ନିଜେହିଁ ଧୂନୀ(ଶବ୍ଦ) ହୋଇଯାଇ ନିଜର ପ୍ରକୃତି ଅନୁସାରେ ମନ୍ତ୍ର ବୋଲିବାରେ ଲାଗିବେ ତେବେ ଅନ୍ୟ ସାଧକମାନେ ତାହାଙ୍କର ଅନୁକରଣ କରିପାରିବେନି ଏବଂ ବାତାବରଣ ବିସଂବାଦୀ ହୋଇଯିବାର ସମ୍ଭାବନା ଥାଏ ଏଥିପାଇଁ ଆଗରେ ଥିବା ବ୍ୟକ୍ତିଙ୍କୁ ସବୁ ସାଧକ ଉପରେ ଧ୍ୟାନ ରଖି ମନ୍ତ୍ରର ଗତି(ଚାଲ୍)ବା ତାଳ ଉପରେ ନିୟନ୍ତ୍ରଣ ରଖିବା ଦରକାର କେବେ ଦ୍ରୁତ ଲୟରେ ତ କେବେ ବିଳମ୍ବିତ ଲୟରେ, କେବେ ଆରୋହ ସ୍ୱରରେ ତ କେବେ ଅବରୋହ ସ୍ୱରରେ ବୋଲିଚାଲନ୍ତୁ ପ୍ରତ୍ୟେକ ସ୍ଥିତିରେ ଶ୍ୱାସର ଗତି ଉପରେ ଧ୍ୟାନ ରଖନ୍ତୁ ଶ୍ୱାସକୁ ତିନି ଖଣ୍ଡରୁ କମ କରନ୍ତୁ ନାହିଁ ଯେବେ ଆପଣ ସମସ୍ତଙ୍କୁ ସଂଚାଳନ କରି ସଂବେଦୀ ସ୍ୱରର ଆଧାରରେ ସମସ୍ତଙ୍କର ପ୍ରାଣ ଏବଂ ମନକୁ ବ୍ୟବସ୍ଥିତ ଏବଂ ଅବିଚଳିତ ରଖିପାରନ୍ତି ତେବେ ସେଠାରେ ଏକ ସୁନ୍ଦର ବାତାବରଣ (ପ୍ରଭାମଣ୍ଡଳ) ତିଆରି ହୋଇଯାଏ ସେହି ବତାବରଣର ସଂସର୍ଗରେ ଯେ ବି କେହି ଆସିବ ଏବଂ କିଛି ସମୟ ମନ୍ତ୍ରକୁ କେବଳ ଶୁଣିବ ତେବେ ସେ ବି ସାଥିରେ ମନ୍ତ୍ର ବୋଲିବାରେ ଲାଗିଯିବ। ଏଥିପାଇଁ ମନ୍ତ୍ର ପାଠ କାଳରେ ସର୍ବଦା ସ୍ପଷ୍ଟ ବର୍ଣ୍ଣୋଚ୍ଚାରଣ ତାଳବଦ୍ଧ ରୂପେ କରିବା ଉଚିତ ଯଦ୍ୱାରା ଶୁଣିବା ସହିତ ହିଁ ଯେକୌଣସି ଭାଷା ଜାଣିଥିବା ସ୍ତ୍ରୀ ପୁରୁଷ ଏବଂ ବାଳକ ବୃଦ୍ଧ ସଭିଙ୍କ ଅନ୍ତର ହୃଦୟରେ ସେହି ମନ୍ତ୍ରର ଗଭୀରଛାପ ପଡେ  ଏବଂ ଇଛା ନଥିଲେବି ସ୍ୱତଃ ହିଁ ମନ୍ତ୍ର ବୋଲିବାର ଅଭ୍ୟାସ ଆସିଯାଏ ଏପରି ନିର୍ମିତ ବାତାବରଣକୁ ଦିବ୍ୟ ବାତାବରଣ କୁହାଯାଏ ଥରେ ଖୁବ ପ୍ରୟାସ କରି ବାତାବରଣ (atmosphere) ତିଆରି କରିବାକୁ ପଡେ ଯେଉଁଠି  ବାତାବରଣ ଦିବ୍ୟ divine atmosphere ହୋଇଯାଏ ସେଠି divine ଅର୍ଥାତ ଡିଭିନ୍=ଦିବ୍ୟ atmosphere ଅର୍ଥାତ୍ ଆତ୍ମସ୍ଫୁରଣ ସ୍ୱଭାବତଃ ହେବାରେ ଲାଗେ ଯେଉଁଠି ଏହିପରି ସାମୁହିକ ଜପ ଉଚ୍ଚ ସ୍ୱରରେ ହେଉଥାଏ ସେଠାରେ ସଂକଳ୍ପାତ୍ମକ ସାମୁହିକ ବିନିଯୋଗ ବି ଏକସଙ୍ଗେ ସମ୍ମିଳିତ ସ୍ୱରରେ ବୋଲିବା ଉଚିତ ଏବଂ ବାରମ୍ବାର ମନ ହିଁ ମନ ଜପ କରିଚାଲିବା ଉଚିତ ଯେବେ ସମ୍ମିଳିତ ସମସ୍ୱରରେ ବୋଲିବା ତେବେ ସେହି କାରଣରୁ ସମସ୍ତଙ୍କର ପ୍ରାଣରେ ସଂବାଦୀତା  ଆସିଯାଏ ଅର୍ଥାତ୍ ଶ୍ୱାସ-ପ୍ରଶ୍ୱାସର ଗତି ଏକ ପ୍ରକାର ଚାଲୁଥିବା ହେତୁ ସେହି ସମସ୍ତ ସାଧକଙ୍କ ବ୍ୟଷ୍ଟି ପ୍ରାଣ ସମଷ୍ଟି ବାୟୁ ମଣ୍ଡଳରୁ ଏକହିଁ ପ୍ରକାରର ଶକ୍ତି(energy)ର ଆହରଣ କରେ ଏଥିପାଇଁ ସେ ସମସ୍ତଙ୍କର ପ୍ରାଣ ସଂବାଦୀ ହୋଇ ଏକ ପ୍ରାଣ ଅନ୍ୟର ବାଧକ ହୁଏନାହିଁ ପରନ୍ତୁ ଯେପର୍ଯ୍ୟନ୍ତ ଆମେ ମନକୁ ଏକ ସୂତ୍ରରେ ଆବଦ୍ଧ ନ କରିଛେ ସେ ପର୍ଯ୍ୟନ୍ତ ପ୍ରତ୍ୟେକ ମନରେ ପୃଥକ-ପୃଥକ ସଂକଳ୍ପ ବିକଳ୍ପ ହେବା କାରଣରୁ ଏକର ପ୍ରାଣ ଅନ୍ୟ ପ୍ରତି ବାଧକ ହେବାର ସମ୍ଭାବନା ଥାଏ ଏଥିପାଇଁ ଯେତେ ସମୟ ପର୍ଯ୍ୟନ୍ତ ସମସ୍ୱରରେ ସାମୂହିକ ଜପ ଚାଲିବ ସେତିକି ସମୟ ପର୍ଯ୍ୟନ୍ତ ସେହି ସଂକଳ୍ପାତ୍ମକ ବିନିଯୋଗ(ଜପ ଉଦ୍ଦେଶ୍ୟ)ର ବାରଂବାର ସ୍ମରଣ ଚିନ୍ତନ କରନ୍ତୁ ଇଂରାଜୀରେଏକ କଥନୀ ଅଛି- A man without a purpose is like a ship without compass. ଯେଉଁ ମନୁଷ୍ୟର ଜୀବନ ଲକ୍ଷହୀନ ତାହାର ଦଶା ସେପରି ହୋଇଥାଏ ଯେପରି ଅସୀମ ସମୁଦ୍ରରେ ଦିଶାସୂଚକ ଯନ୍ତ୍ର ଅର୍ଥାତ କମ୍ପାସ ନଥିବା ଜାହାଜ ଯେପରି ବିଭ୍ରାନ୍ତ ହୋଇ ଦିଶା-ବିଦିଶାରେ ଭ୍ରମିତ ହୁଏ ବିନା ଦିଶାସୂଚକ(ଅଗୁରା, କୌଣସି ଜୀବନ ଆଦର୍ଶ ନଥିବା,ମନଚଲା)ର ଲକ୍ଷହୀନ ଜୀବନତରୀଟି ଭବସାଗରରେ ଥଳକୂଳ ପାଏନି, ତାପାଇଁ ସର୍ବତ୍ର ଅନ୍ଧକାର , ବିଫଳତା ଓ ଦୁଃଖ ଶେଷରେ ହ-ହୁତାଶରେ ଜୀବନ ଶେଷ ହୋଇଯାଏ  ତେଣୁ ପ୍ରତ୍ୟେକ ବ୍ୟକ୍ତି, ଦେଶ ସମାଜ ଅଥବା ଜାତିର କେହି ମୁଖ୍ୟ ଧ୍ୟେୟ (ଈଷ୍ଟ/ଆଦର୍ଶ) ହେବା ଦରକାରକି ଯେଉଁ ଧ୍ୟେୟର ଅନୁସରଣ କରି ବୈୟକ୍ତିକ ଜୀବନ ଏବଂ ସାମୂହିକ ଜୀବନକୁ ବ୍ୟବସ୍ଥିତ କରାଯାଇପାରିବ ଜୀବନରେ ସମସ୍ତ ମନୁଷ୍ୟର ଗୌଣ ଧ୍ୟେୟ ତ ଅଲଗା ଅଲଗା ରହିବ ପରନ୍ତୁ କୌଣସି ଏକ ମୁଖ୍ୟ ଧ୍ୟେୟ ବି ରହିବା ଦରକାର ଯାହା କି ଆମର ଗୌଣ ଜୀବନ ବ୍ୟବହାରରେ ବି ଉପଯୋଗୀ ହେଉଥିବ ତଥା ଦେଶ, ଜାତି ସମାଜ ଅଥବା ବିଶ୍ୱ ପାଇଁ ବାଧକ ହେଉନଥିବ
                        ଯାହା ଇଚ୍ଛାର ବିଷୟ ଅଛି ତାହାକୁ ଈଷ୍ଟକୁହାଯାଏ ଯାହାଙ୍କର ଜୀବନରେ କୌଣସି ଈଷ୍ଟ ନାହାନ୍ତି ତେବେ ତାଙ୍କ ପାଖରେ ଯେତେ ବିଦ୍ୟା, ବୁଦ୍ଧି ଧନ ସଂପତି ଥାଉନା କାହିଁକି ଅନ୍ତତଃ ତାଙ୍କର ଅନିଷ୍ଟ ହେବାର ସମ୍ଭାବନା ଅଧିକ ଥାଏ ଅତଃ ଯାହା ଆମ ଜୀବନର ମୁଖ୍ୟଧ୍ୟେୟ, ଯାହା ଆମର ସର୍ବଶ୍ରେଷ୍ଠ ଇଚ୍ଛା ସେ ହିଁ ଆମର ଦେବ ଅଟନ୍ତି ଈଶ୍ୱର ଅଟନ୍ତି ଆଉ ପରମାତ୍ମା ବି ଅଟନ୍ତି ଇଛାମତେ ତାଙ୍କୁ ଯାହାବି କୁହନ୍ତୁ ସେ ସେହିହିଁ ଅଟନ୍ତି ଆମର ଚତୁର୍ଦ୍ଦିଗରେ ଯେଉଁ ଅସୀମ ଜଗତ ଅଛି, ଅସୀମ ଆକାଶ ଅଛି- ସେଥିରେ ସବୁ ପ୍ରକାର ଶକ୍ତି ପ୍ରଚୁର ପରିମାଣରେ ଭରି ରହିଛି ଆମେ ଯେବେ ଦିବାରାତ୍ରୀ ଏହି ସଂକଳ୍ପ କରି ଚାଲିବା ଯେ ଆମ ହାତରେ ଏତେ ଶକ୍ତି ଆସୁ କି ଗୋଟେ ମୁଥରେ ବଡ ପଥରଖଣ୍ଡ ବି  ଚୁନା ହୋଇଯାଉ ତେବେ ଏପରି ଏଜ ସମୟ ଆସିବ ଆମର ସେହି ସଂକଳ୍ପ ଶକ୍ତିର ପରିଣାମ ସ୍ୱରୂପ ଆମଠାରେ (ହାତରେ) ଏତେ ପ୍ରାଣଶକ୍ତି କେନ୍ଦ୍ରିତ ହୋଇଯିବକି ଆମେ ପଥରକୁ ମୁଥକରେ ଭାଙ୍ଗିବାରେ ସଫଳ ହୋଇ ପାରିବା ସେହିପରି ଯେବେ ଆମେ ଆମ ଶରୀରରେ ବାଣୀ ମନ ବୁଦ୍ଧି, ଅହଂକାର ଇତ୍ୟାଦିରେ ସ୍ଥୂଳ ସୂକ୍ଷ୍ମ କିଛିବି ଅଙ୍ଗ ପ୍ରତ୍ୟଙ୍ଗରେ ଇଚ୍ଛାଶକ୍ତିକୁ କେନ୍ଦ୍ରିତ କରିବା ତେବେ ବାରମ୍ବାର ସଂକଳ୍ପବେଗ ବା ଇଚ୍ଛାଶାକ୍ତିର ଅନୁରୂପ ଆମର ସେହି ଅଙ୍ଗପ୍ରତ୍ୟଙ୍ଗ ଶକ୍ତିଶାଳୀ ହୋଇଉଠିବଯେପରି ଆକାଶରେ ବିଚ୍ଛିନ୍ନ ବିକ୍ଷିପ୍ତ ବାଦଲ ଥାଏ କିନ୍ତୁ ଯେପର୍ଯ୍ୟନ୍ତ ଘନୀଭୂତ ହୋଇନଯାଏ ସେ ପର୍ଯ୍ୟନ୍ତ ସେ ବର୍ଷାରେ ପରିଣତ ହୋଇ ତଳକୁ ଆଉ ଖସିପାରେ ନାହିଁ ଏବଂ ସେମିତି ସେ ବାଦଲଟି ଉପରେ ହିଁ  ଉପରେ ବିଚ୍ଛିନ୍ନ ରୂପରେ ଅସ୍ତବ୍ୟସ୍ତ ହୋଇଯାଏ ସେପରି ଆମର ବୈୟକ୍ତିକ ଜୀବନଧ୍ୟେୟ ଅଥବା ଦେଶ-ସମାଜର ସାମୁହିକଧ୍ୟେୟକୁ ଯେପର୍ଯ୍ୟନ୍ତ ବୈୟକ୍ତିକ ବା ସାମୁହିକରୂପେ ବାରମ୍ବାର ଆବର୍ତନ ଏବଂ ଚିନ୍ତନ ଦ୍ୱାରା ପର୍ଯ୍ୟାପ୍ତ ମାତ୍ରା ରେ ଘନୀଭୂତ ନ କରି ନେବା ସେ ପର୍ଯ୍ୟନ୍ତ ସେହି ଇଚ୍ଛାରୂପ ଧ୍ୟେୟର ସିଦ୍ଧି ବା ସଫଳତା ହୋଇ ପାରେନାହିଁ ଏଥିପାଇଁ ପ୍ରତ୍ୟେକ ମଣିଷକୁ ବ୍ୟକ୍ତିଗତ ଅଥବା ସାମୁହିକ ରୂପେ ଦେଶ ଜାତି ସମାଜର କୌଣସି ନା କୌଣସି ଇଚ୍ଛାକୁ ଈଷ୍ଟ କରି ତାର ସଫଳତା ପାଇଁ ବାୟୁମଣ୍ଡଳରୁ ଶକ୍ତି ଆହରଣ କରି ତାହାକୁ କେନ୍ଦ୍ରିତ କରିବା ପାଇଁ ବ୍ୟକ୍ତିଗତ ଅଥବା ସାମୁହିକ ପ୍ରୟାସ ଜାରି ରଖିବା ଉଚିତ ଅନେକ ସାଧକ ଶ୍ରଦ୍ଧାବଶରୁ ଏପରି ମାନି ନିଅନ୍ତିକି ଆମର ଉପାସନାର ଫଳସ୍ୱରୂପ କୌଣସି ଦେବାଦେବି ବିଶେଷ ଅଥବା ଈଶ୍ୱର ଆମ ଉପରେ କୃପା କରି ଆମର ଇଚ୍ଛାପୂର୍ତି କଲେ କିନ୍ତୁ ବାସ୍ତବିକତା ଏହା କି ଆମର ମନ ହିଁ ଭାବନା ଅନୁରୂପ ତତ୍ ତତ୍ ଶକ୍ତିକୁ ଧାରଣ କରି ତତ୍ ତତ୍ ସ୍ୱରୂପରେ ପରିଣତ ହୋଇ ଆମ ଇଚ୍ଛାର ପୂର୍ତି କରିଥାଏ ଆମର ମନ ଏତେ ବଡ ମହାନ ଜାଦୁଗର କି ସେ ଅଭ୍ୟାସ ଦ୍ୱାରା ଜଡ ଚେତନର କିଛିବି ସ୍ୱରୂପକୁ ଇଛାମତେ ଧାରଣ କରିପାରେ ଏଥିପାଇଁ କୁହାଯାଇଛି କି – “ଯାଦୃଶୀ ଭାବନା ଯସ୍ୟ ସିଦ୍ଧିର୍ଭବତି ତାଦୃଶୀ
                        ଏହା ନିର୍ବିବାଦକି ଆମେ ଯେଉଁପ୍ରକାର ଜୀବନ ଗଠନ କରିବାକୁ ଚାହୁଁଛେ ସେହି ଅନୁରୂପ ପୁରୁଷାର୍ଥ ରୂପୀ ବଳର ଆବଶ୍ୟକତା ଅଛି ବିହିତ ପୁରୁଷାର୍ଥ କରିବା ବିନା କେବଳ ମନମାନି ରୀତିରେ ଅନିୟମିତ ଅଥବା ଅବ୍ୟବସ୍ଥିତ ରୂପେ ପ୍ରାର୍ଥନା କଲେ ଫଳପ୍ରାପ୍ତି ହୋଇନଥାଏ ଯଦି ଦୀର୍ଘକାଳ ପର୍ଯ୍ୟନ୍ତ ଧୈର୍ଯ୍ୟର ସହିତ ବିଧାନମାଫିକ ନିୟମିତ ଏବଂ ଅଟଳ ଶ୍ରଦ୍ଧାରେ ପ୍ରାର୍ଥନା କରିବା ତେବେ ନିଶ୍ଚୟ ସଫଳ ହେବା ମନୁଷ୍ୟର ଶକ୍ତିଶାଳୀ  ମନପାଇଁ ଜଗତରେ କୌଣସି କାର୍ଯ୍ୟ କେବେ ଅସମ୍ଭବ ନୁହେଁ। 
                        ପୂର୍ବେ କୁହାଗଲା କି ପ୍ରତ୍ୟେକ ବୈଦିକ ମନ୍ତ୍ରର ଋଷି , ଦେବ ଏବଂ ଚ୍ଛନ୍ଦ ପୃଥକ ପୃଥକ ଅତଃ କୌଣସିବି ଈଷ୍ଟମନ୍ତ୍ର ଜପ କରିବା ପୂର୍ବରୁ ସେହି ମନ୍ତ୍ରର ଋଷି, ଦେବ, ଚ୍ଛନ୍ଦ ସ୍ମରଣ କରିବା ନିତ୍ୟାନ୍ତ ଆବଶ୍ୟକ ଏବଂ ପରେ ସଂକଳ୍ପାତ୍ମକ ବିନିଯୋଗର ଚିନ୍ତନ, ଆବର୍ତନ କରି କରନ୍ୟାସ ଏବଂ ଅଙ୍ଗନ୍ୟାସ ବି କରିବା ଦରକାର ଯେ ଋଷି ସେ ଜ୍ଞାନଶକ୍ତି ଅଟନ୍ତି ତାଙ୍କର ସ୍ମରଣ ବାରବାର କରିବାରେ ଆକାଶସ୍ଥିତ ସମଷ୍ଟି ଜ୍ଞାନଶକ୍ତିରୁ ସେହି ଶକ୍ତି ଆକର୍ଷିତ ହୋଇ ଆମର ମସ୍ତିଷ୍କରେ ସଂଗୃହିତ ହୋଇଯାଏ ମନ୍ତ୍ରର ଯେଉଁ ଅଧିଷ୍ଠାତୃ ଦେବ ଅଛନ୍ତି ସେ ଇଚ୍ଛା ଶକ୍ତିର ପ୍ରତୀକ, ଦ୍ୟୋତକ ଅଟନ୍ତି ସେହି ଦେବତାଙ୍କର ବାରବାର ଆବର୍ତନ ପୂର୍ବକ ସ୍ମରଣ କରିବାରେ ବାୟୁମଣ୍ଡଳରୁ ଇଚ୍ଛାଶକ୍ତି ଆକର୍ଷିତ ହୋଇ ଆମର ହୃଦୟରେ କେନ୍ଦ୍ରିତ ହୁଏ ଏବଂ ମନକୁ  ବଳବାନ କରେ। ପୁଣି ସେହି ବଳବାନ ମନ ଇଛାନୁରୂପ ସଫଳତା ପ୍ରାପ୍ତି କରାଇଥାଏ ମନ୍ତ୍ରର ଯେଉଁ ଚ୍ଛନ୍ଦ ଅଛି ତାହା ପ୍ରାଣର ଦ୍ୟୋତକ ଅଟେ ବୈଜ୍ଞାନିକ ରୀତିରେ ବର୍ଣ୍ଣ, ସ୍ୱର, ତାଳ, ଲୟ, ମାତ୍ରା, ବଳମ୍ ଦ୍ରୁତ,ମଧ୍ୟମ, ବିଳମ୍ବିତ ସବିରାମ ଚ୍ଛନ୍ଦଜ୍ଞାନ ସମ୍ବନ୍ଧରେ ଭଲଭାବେ ଜ୍ଞାତ ହୋଇ ମନ୍ତ୍ରର ଜପକରିବାରେ ପ୍ରାଣର ଗତି ବ୍ୟବସ୍ଥିତ ହୋଇଥାଏ ଶରିରସ୍ଥ ନାଡୀଜାଲର ଶୁଦ୍ଧି ହୁଏ ପ୍ରାଣ ବଳବାନ ହୋଇଥାଏ ପ୍ରଚୁର ମାତ୍ରାରେ ଜପକରିବାରେ ନାଡୀ ମାନଙ୍କରେ ପ୍ରାଣଶକ୍ତିର ଆନ୍ଦୋଳନାତ୍ମକ ପ୍ରତିକ୍ରିୟା ହେବାରେ ଲାଗେ ଅତଃ ଫଳସ୍ୱରୂପ ସମଗ୍ର ଶରୀରରେ ଶୁଦ୍ଧ ତେଜତତ୍ୱ ଯାହା (ଉର୍ଜ୍ଜା)ଗରମରୂପେ ବିଦ୍ୟମାନ ସେ ସମଗ୍ର କୋଷରେ ସଂଚାରିତ ହୋଇ ଶରୀରରେ ଥିବା ବାତ ପିତ କଫାଦି ଦୋଷର ଶୋଧନ କରି ଶରୀରକୁ ନିରୋଗ କରେ ଶରୀରମାଦ୍ୟଂ ଖଳୁଧର୍ମ ସାଧନମ୍ଯେ ପର୍ଯ୍ୟନ୍ତ ଶରୀର ରୋଗ ରହିତ ନହୁଏ ସେ ପର୍ଯ୍ୟନ୍ତ କୌଣସି ବି ସାଧନା ଅସମ୍ଭବ ଧର୍ମ ସାଧନାପାଇଁ ଶରୀର ଏକ ମାଧ୍ୟମ ତେଣୁ ତାକୁ ନିରୋଗ ରଖିବା ନିହାତି ଆବଶ୍ୟକ ଖାଅ, ପିଅ ମସ୍ତରୁହ ଶରୀର ହେଉଛି ଦେବ ମନ୍ଦିର ତାକୁ ସୁସ୍ଥ ସୁନ୍ଦର ସତେଜ ରଖି ଦେବୋପଯୋଗୀ କରିପାରିଲେ ଦେବତ୍ୱ ଜାଗ୍ରତ ହୁଏ ଯେଉଁ ସାଧକ ପ୍ରାଣ ଶୁଦ୍ଧି ଏବଂ ଦେହ ଶୁଦ୍ଧି ନକରି ମାନସିକ ଜପ ପ୍ରାରମ୍ଭ କରିଦିଅନ୍ତି ସେମାନେ ପ୍ରାୟଃ ଆଗକୁ ଯାଇ ରୋଗଗ୍ରସ୍ଥ ହୋଇପଡନ୍ତି ଏବଂ ବିକଳରେ ବୈଦ୍ୟ ଡାକ୍ତରଙ୍କର ଶରଣାଗତିକୁ ସ୍ୱୀକାର କରିବାକୁ ବାଧ୍ୟ ହୁଅନ୍ତି ହେଲେ ସେହି ଡାକ୍ତର ସାଧକର ରୋଗର ଉଚିତ ନିଦାନ କରିପାରନ୍ତିନି ବରଂ ଫଳସ୍ୱରୂପ ରୋଗକୁ ବଢାଇ ଦିଅନ୍ତି କାରଣ ଭୂଲ ନିଦାନ ଏବଂ ଭୂଲ ଔଷଧର ପ୍ରୟୋଗ ହୋଇଥାଏ ଯେବେ ସାଧକ ପ୍ରଚୁର ସଂଖ୍ୟାରେ ମାନସିକ ଜପ କରିବାରେ ଲାଗନ୍ତି ତେବେ ସେହି ମନ୍ତ୍ରର ସୂକ୍ଷ୍ମ ଆନ୍ଦୋଳନାତ୍ମକ ପ୍ରତିକ୍ରିୟାର କାରଣରୁ ନାଡୀଜାଲସ୍ଥିତ ବାତ ପିତ କଫ ଆଦି ଦୋଷ ଅଲଗା ହୋଇ ହୃଦୟାଦି ଯେକୌଣସି ସ୍ଥାନରେ ଏକତ୍ରିତ ହୋଇଯାଏ ପରନ୍ତୁ ସେହି ମାନସିକ ଜପରେ ପର୍ଯ୍ୟାପ୍ତ ବେଗ ନଥିବା କାରଣରୁ ଶରୀରସ୍ଥ ଦୋଷ ନାଡୀରୁ ଅଲଗା ହୋଇ ବାହାରକୁ ବାହାରି ପାରେ ନାହିଁ ଅତଃ ସେହି ଦୋଷ ଶରୀର କୌଣସି ଏକ ସ୍ଥାନରେ ଜମା ହୋଇ ରୋଗ ରୁପରେ ପରିବର୍ତିତ ହୋଇ ସାଧକକୁ ରୋଗୀ/ଦୁଃଖୀ କରାଇଥାଏ ଯେଉଁ ସାଧକ ପ୍ରତିଦିନ ଆରମ୍ଭରୁ ହିଁ ଚ୍ଛନ୍ଦର ବିହିତ ପଦ୍ଧତି ଅନୁରୂପ ଉଚ୍ଚସ୍ୱରରେ ଜପ କରନ୍ତି ତାହାର ଆନ୍ଦୋଳନ ପ୍ରତିଆନ୍ଦୋଳନରେ ବିଦ୍ୟମାନ ପର୍ଯ୍ୟାପ୍ତ ସୂକ୍ଷ୍ମ ଉର୍ଜ୍ଜା ଶରୀରସ୍ଥ ବାତ ପିତ କଫ ଆଦି ଦୋଷକୁ ନାଡୀଜାଲରୁ ପୃଥକ କରି ଝାଳ, ମଳମୂତ୍ର ଦ୍ୱାରା ଏବଂ ମୁଖ ଦ୍ୱାରା କଫପିତର ବାନ୍ତି ରୂପେ ସମସ୍ତ ଦୋଷକୁ ଧୀରେ ଧୀରେ ଶରୀରରୁ ବାହାର କରିଦିଏ ପରିଣାମତଃ ଶରୀର ସବୁଦିନ ପାଇଁ ନିରୋଗୀ ହୋଇଯାଏ ଏହା ଆମର ସ୍ୱତଃ ଅନୁଭବ ଏବଂ ଯେଉଁ ସାଧକ ଆରମ୍ଭରୁହିଁ ଉଚ୍ଚସ୍ୱରରେ ଜପ କରୁଛନ୍ତି ତାହାଙ୍କ ଭିତରେ ଯାହାକିଛି ଛୋଟମୋଟ ଶାରୀରିକ ଅଭିଯୋଗ ଅଥବା ରୋଗ ଥିଲା ସେସବୁ ନାଶ ଯାଇଛି ଏବଂ ଏହାବ୍ୟତୀତ ସେମାନେ ସର୍ବଥା ରୋଗରହିତ ହୋଇ ସାଧନାମାର୍ଗରେ ଅଗ୍ରସର ହେଉଅଛନ୍ତି କେବଳ ଚ୍ଛନ୍ଦ ବିଜ୍ଞାନର ଉଚିତ ପ୍ରୟୋଗରୁ ପ୍ରାଣଶୁଦ୍ଧି ସହଜ ହୋଇଯାଏ ମାନସିକ ଜପରେ କେବଳ ଅନ୍ତଃକରଣର ଶୁଦ୍ଧି ହେବ ଏବଂ ଇଚ୍ଛା ଶକ୍ତି(will power)ରେ ବି ବୃଦ୍ଧି ହେବ ମାତ୍ର ପ୍ରାଣଶୁଦ୍ଧି ନହେବା କାରଣରୁ କ୍ରିୟାଶକ୍ତି ନିର୍ବଳ ରହିଯାଏ
                        ଉପରୋକ୍ତ ବିବରଣରେ ମନ୍ତ୍ରର ଋଷି, ଦେବ ଏବଂ ଚ୍ଛନ୍ଦର ଉପଯୋଗିତା ବିଷୟରେ କିଛି ଜଣାଇ ଏବେ କରନ୍ୟାସ-ଅଙ୍ଗନ୍ୟାସର ଉପଯୋଗିତା ଓ ଆବଶ୍ୟକତା ସମ୍ବନ୍ଧରେ କିଛି ଲେଖୁଅଛି ଅଧିକତର ଜପ କରୁଥିବା ସାଧକମାନେ ମନ୍ତ୍ରର ଋଷି, ଦେବ, ଚ୍ଛନ୍ଦ, ସଂକଳ୍ପାତ୍ମକ ବିନିଯୋଗ ଏବଂ କରନ୍ୟାସ, ଅଙ୍ଗନ୍ୟାସର ଔପଚାରିକ ବିଧି ଯାହାର ଉପଯୋଗ ଏବଂ ପ୍ରୟୋଗ ମନ୍ତ୍ରଯୋଗ ସାଧନାରେ ଅନିବାର୍ଯ୍ୟ ରୂପେ କରାଯାଏ ସେଥିସହିତ ପରିଚିତ ନହୋଇ ଅଥବା ତାହାର ବିଜ୍ଞାନ ନଜାଣି ଈଷ୍ଟମନ୍ତ୍ରକୁ ଦିନ ରାତି ଜପିବାରେ ଲାଗିପଡନ୍ତି ଅତଃ ତାହାର ପ୍ରତିକ୍ରିୟାତ୍ମକ ପରିଣାମ ଦୁଃଖରୂପ ହେବାକାରଣରୁ କିଛିକାଳ ପରେ ସେ ମନ୍ତ୍ର ଜପ ଛାଡିଦିଅନ୍ତି ଏଥିରେ ଦୋଷ ମନ୍ତ୍ରର ନାହିଁ କିନ୍ତୁ ତାହା ସାଧକର ନିଜ ଦୋଷ ବିଘ୍ନ, ବିକ୍ଷେପ ଏବଂ ଆବରଣଭଙ୍ଗର କ୍ରିୟା ସହିତ ଅନଭିଜ୍ଞ ସାଧକ ଅତୋଭ୍ରଷ୍ଟ ତତୋଭ୍ରଷ୍ଟ ବି ହୋଇଯାଆନ୍ତି ଏବଂ ପରିଶ୍ରମ କରି ମଧ୍ୟ ସଫଳତା ପ୍ରାପ୍ତ କରିପାରନ୍ତି ନାହିଁ । 
                        କରନ୍ୟାସ ଅଙ୍ଗନ୍ୟାସରେ ଅଙ୍ଗୁଷ୍ଠାଭ୍ୟାଂ ନମଃ, ତର୍ଜନୀଭ୍ୟାଂ ନମଃ ଇତ୍ୟାଦି କ୍ରମରେ ଦୁଇହାତର ଅଙ୍ଗୁଳିମାନଙ୍କରେ ଏବଂ ହୃଦୟାଦି କ୍ରମରେ ଦକ୍ଷିଣ କରାଙ୍ଗୁଳିର ସଂଚାଳନରେ ହୃଦୟ, ଶିର, ଶିଖା, କବଚ(ବାହୁ) ତଥା ନେତ୍ର ଆଦି ସ୍ଥାନ ମାନଙ୍କରେ ସମ୍ବନ୍ଧିତ ମନ୍ତ୍ରୋଚାର ସହିତ ସ୍ପର୍ଶ କରିବାକୁ ପଡିଥାଏ ଏ ପ୍ରକାର କରିବାର କାରଣ ଏହାକି ଯେବେ ସାଧକ ପ୍ରଚୁର ସଂଖ୍ୟାରେ ମନ୍ତ୍ର ଜପ କରିବାରେ ଲାଗିପଡନ୍ତି ତେବେ ଜପମନ୍ତ୍ରଟି ଚୈତନ୍ୟ ଶକ୍ତି ସଂପନ୍ନ ହୋଇ ଉପର ମସ୍ତକ ଆଡକୁ ଗତି କରିବାରେ ଲାଗେ ଅତଃ ଯେଉଁ ସାଧକ ପ୍ରାଣବାୟୁର ନ୍ୟାସାଦି ପ୍ରୟୋଗ ଦ୍ୱାରା ସମଗ୍ର ଶରୀରରେ ଅର୍ଥାତ୍ ହସ୍ତ, ପାଦାଦି ଅଙ୍ଗ ପ୍ରତ୍ୟଂଗରେ ବିଭାଜିତ(Distribute) କରିବାର କଳା ନଜାଣନ୍ତି ସାଧାରଣତଃ ସେହି ସାଧକ(ଧୂମିଳ ବୁଦ୍ଧି-ବିଚାର ହେତୁରୁ) ବିଭ୍ରାନ୍ତ ହୋଇପଡନ୍ତି ଏବଂ ପୁଣି ପାଗଳ ପରି ଯହିଁତହିଁ ଖାଲି ଭୁଆଁ ବୁଲନ୍ତି ସେ ନା ତ ବ୍ୟବସ୍ଥିତ ରୂପେ କୌଣସି କିଛି କାମ କରିପାରନ୍ତି ନା କିଛି ଚିନ୍ତା-ବିଚାର କରିପାରନ୍ତି ଏପରି ବହୁତ  ସାଧକଙ୍କ ସହିତ ମୁଁ ପରିଚିତ ଯେ ପ୍ରଚୁର ମାତ୍ରାରେ ସାଧନ କରୁଥିଲେ ବି ଯାହାଙ୍କ ଜୀବନର ଆଚରଣ ଅଥବା ଜୀବନ ବ୍ୟବସ୍ଥିତ ହୁହେଁ ବାର ବାର ନ୍ୟାସକରିବାରେ ଯେଉଁ ଔପଚାରିକ କ୍ରିୟା କରିବାକୁ ପଡେ ସେଥିରେ ମନର ବି ସହଯୋଗ ହୁଏ ମନ ସହିତ ସୂକ୍ଷ୍ମରୂପେ ପ୍ରାଣର ଗତି ଚଳିଥାଏ ଏବଂ ବାରମ୍ବାର ଏହି ପରି ଶରୀରର ଅଧଃ ଉର୍ଦ୍ଧ ମନ ସଂଚାଳନର ସହିତ ପ୍ରାଣ ବି ସଂଚାଳିତ ହେଉଥାଇ ସମଗ୍ର ଶରୀରର ପ୍ରତ୍ୟେକ ଅଙ୍ଗ ପ୍ରତ୍ୟଙ୍ଗରେ ବିଭାଜିତ ହୋଇ ପ୍ରସାରିତ ହୋଇଯାଏ ଫଳସ୍ୱରୂପ କୌଣସଟି ବି ଅଙ୍ଗ ବିଶେଷରେ ପ୍ରାଣର ଚାପ(Pressure) ଅତ୍ୟଧିକ ମାତ୍ରାରେ ନବଢିବା କାରଣରୁ ସାଧକ ନିଜର ସମସ୍ତ କାର୍ଯ୍ୟ କରିପାରେ କାରଣ ସେହି କାର୍ଯ୍ୟରେ କୌଣସି ବିଘ୍ନ/ବ୍ୟବଧାନ ପହୁଁଚେ ନାହିଁ ଏବଂ ସେ ନିଜର ସମସ୍ତ କାର୍ଯ୍ୟକୁ ବ୍ୟବସ୍ଥିତ ରୂପେ ନିୟମିତ କରିପାରେ
                        ଏବେ ଦୃଷ୍ଟାନ୍ତ ରୂପେ ଦୁଇଟି ସଂକଳ୍ପାତ୍ମକ ବିନିଯୋଗ ଲେଖୁଅଛି ଯାହାର କି ସାମୂହିକ ରୂପେ ଅଥବା ବ୍ୟୟକ୍ତିକ ରୂପେ ପ୍ରୟୋଗ କରାଯାଇପାରେ ତାହାର ପରିଣାମ ଯେକାହାରି ପାଇଁ ଲାଭପ୍ରଦ, ସୁଖପ୍ରଦ ଏବଂ କଲ୍ୟାଣପ୍ରଦ ହେବ
ପ୍ରଥମ ସଂକଳ୍ପାତ୍ମକ ବିନିଯୋଗଃ
                        ଅସ୍ୟ ଶ୍ରୀ ଗାୟତ୍ରୀ ମହାମନ୍ତ୍ରସ୍ୟ, ମହାପରାକ୍ରମୀ ଶ୍ରୀ ବିଶ୍ୱାମିତ୍ର ଋଷିଃ, କଲ୍ୟାଣମୟୀ ଶ୍ରୀ ସାବିତ୍ରୀ ଦେବତା, ଗାୟତ୍ରୀ ଚ୍ଛନ୍ଦଃ, ସ୍ୱପର କଲ୍ୟାଣୋପଯୋଗୀ ବଳଂ, ବୀର୍ଯ୍ୟଂ, ବିଦ୍ୟା, ବୁଦ୍ଧିଃ ଶକ୍ତିଃ ପ୍ରାପ୍ତିଅର୍ଥେ ଜପେ ବିନିଯୋଗଃ
                        ଏହି ଗାୟତ୍ରୀ ମହାମନ୍ତ୍ରର ଆଦି ଦ୍ରଷ୍ଟା ଋଷି ମହା ପରାକ୍ରମୀ ଶ୍ରୀ ବଶ୍ୱାମିତ୍ର ଏହାର ଦେବତା କଲ୍ୟାଣମୟୀ ଶ୍ରୀ ସାବିତ୍ରୀଦେବି ଏହାର ଚ୍ଛନ୍ଦ ଗାୟତ୍ରୀଛନ୍ଦ ମୁଁ (ଅଥବା ଆମେ ସବୁ) ସ୍ୱକଲ୍ୟାଣ ଏବଂ ପରକଲ୍ୟାଣ ପାଇଁ ଉପଯୋଗୀ ବଳ (ମନୋବଳ), ବୀର୍ଯ୍ୟ(ପ୍ରାଣବଳ), ବିଦ୍ୟା(ବକ୍ ବଳ ), ବୁଦ୍ଧି(ବିଚାରବଳ) ଏବଂ ଶକ୍ତି(ଆତ୍ମବଳ) ଏହି ପାଂଚ ପ୍ରକାରର ବଳ ପ୍ରାପ୍ତି ପାଇଁ ଜପ କରୁଛି (ଅଥବା ଜପ କରୁଅଛୁ)।
                        ଏହି ବିନିଯୋଗ ବୈୟକ୍ତିକ ଅଥବା ସାମୂହିକ ମନ୍ତ୍ରଜପ ସମୟରେ କରାଯାଇପାରେ ଏହି ସଂକଳ୍ପ ନିର୍ଦ୍ଦୋଷ ଏହି ବିନିଯୋଗରେ ସଂକଳ୍ପରୁପ ସମସ୍ତ ପର୍ଯ୍ୟାପ୍ତ ହେତୁ(Purpose)ଅଥବା ଇଚ୍ଛାମାନ ଆସିଯାଆନ୍ତି ଆଉ ଏହି ଇଚ୍ଛା କଲ୍ୟାଣକାରୀ ହୋଇଥିବା କାରଣରୁ ବିନିଯୋଗଟି ଦୋଷ ରହିତ, ବନ୍ଧନ ରହିତ ଏବଂ ବିଶ୍ୱକଲ୍ୟାଣର ଭାବନା ବି ପ୍ରତ୍ୟେକ ବ୍ୟକ୍ତି ପାଇଁ ଉପଯୋଗୀ ସିଦ୍ଧ କେବଳ ଯେଉଁ ବୈୟକ୍ତିକ ସୁଖାଭିଳାଷୀ ଅଛନ୍ତି ଯେଉଁମାନେ ତୁଚ୍ଛ ସ୍ୱାର୍ଥ ପରାୟଣ ଅଛନ୍ତି ତାହାଙ୍କପାଇଁ ଏହି ବିନିଯୋଗ ଉପଯୋଗୀ ନୁହେଁ। କାରଣ ସ୍ୱାର୍ଥପରାୟଣ ବ୍ୟକ୍ତି ଏହି କଲ୍ୟାଣକାରୀ ଶକ୍ତିକୁ ଧାରଣ କରିପାରିବେ ନାହିଁ ପୁଣି ବି ଯଦି ଏପରି କେହି ବ୍ୟକ୍ତି ଏହି ବିନିଯୋଗ ଦ୍ୱାରା ନିର୍ଦ୍ଦିଷ୍ଟ ମନ୍ତ୍ରଜପ କରିବ ତ ତାହାଙ୍କର ବୁଦ୍ଧି ନିଶ୍ଚିତ ସୁଧୁରିଯିବ ନଚେତ ପୋଷଣ ଅଭାବରୁ ସେ ସେହି ମନ୍ତ୍ରଜପ କରିବା ଛାଡିଦେବ ଯେ ଏହି ବିନିଯୋଗର ଆଧାର ଉପରେ ମନ୍ତ୍ର ଜପ କରିବାକୁ ଚାହାନ୍ତି ସେ ମନ୍ତ୍ରଜପ ପୂର୍ବରୁ ଉପରୋକ୍ତ ବିନିଯୋଗର ଅର୍ଥ ସହିତ ପାଠକରନ୍ତୁ ଏବଂ ମଝିରେ ମନହିଁ ମନ ବିଚାର ସହିତ ତାହାର ଅର୍ଥ ଚିନ୍ତନ କରନ୍ତୁ ଅର୍ଥାତ ସଭାନ ଦଶାରେ ମନ୍ତ୍ରଜପ କରନ୍ତୁ ଯନ୍ତ୍ରଭଳି ଅଭାନ ଦଶାରେ ନୁହେଁ, ଯହିଁରେ ଧ୍ୟାନ ରୁହେ କି ସେ କେଉଁଥିପାଇଁ ଏହି ମନ୍ତ୍ରଜପ ରୂପୀ ପ୍ରବୃତି କରୁଛନ୍ତି ମନ୍ତ୍ରଜପ ଅଥବା ସାଧନା କରୁଥିବା ବ୍ୟକ୍ତି ମନ୍ତ୍ରସାଧକ ବୋଲାନ୍ତି ମନ୍ତ୍ର ତାହାଙ୍କର ସାଧନ। ଏବଂ ଯେଉଁ ଇଚ୍ଛାକୁ କେନ୍ଦ୍ରକରି ମନ୍ତ୍ରଜପ କରାଯାଏ ସେହି ଇଚ୍ଛା ହିଁ ସାଧ୍ୟ ଅର୍ଥାତ୍ ଈଷ୍ଟ ଅତଃ ଯାହା ଈଷ୍ଟ ତାହା ସମ୍ଭନ୍ଧରେ ବାର ବାର ଚିନ୍ତନ-ମନନ କରିବାରେ ସମଷ୍ଟି ଜଗତରୁ ବଳ ବୀର୍ଯ୍ୟାଦି ଯେଉଁସବୁ ଶକ୍ତି ଅଛି ତାହା ଆକର୍ଷିତ ହୋଇ ଆମର ଅନ୍ତର ହୃଦୟରେ କେନ୍ଦ୍ରିତ ହୁଏ ଏବଂ ଆମର ମନ ପ୍ରାଣକୁ ବଳବାନ କରାଏ ପ୍ରଥମତଃ ଇଚ୍ଛା ଅର୍ଥାତ୍ ଈଷ୍ଟର ନିଶ୍ଚୟ କରିବା ଆଗରୁ ବିଚାର କରନ୍ତୁ କି ଯେଉଁ ଆମର ଇଚ୍ଛା ବା ଅଭିଳାଷ ଅଛି ସେହିଇଛା କୌଣସିପ୍ରକାରବି  ବା କେବେବି ନିଜପାଇଁ ଅବା ଅନ୍ୟପାଇଁ ଦୁଃଖର କାରଣ ରୂପ ନୁହେଁ ତ ? ଯେଉଁ ଇଚ୍ଛା ଦୁଃଖ ରୂପ ତାହାକୁ ତ୍ୟାଗ କର କୌଣସି ଅବସ୍ଥାରେ ବି ଦୁଃଖର କାରଣ ରୂପ ଇଛାର ପୋଷଣ ନକରନ୍ତୁ କାରଣ ଯେବେ ସହଜ ଭାବରୁ ମନରେ କୌଣସି ଇଛାର ସ୍ଫୁରଣ ହେଲେ ସେହି ବସ୍ତୁ ବା ସାଧନକୁ ଉପଭୋଗ କରିବାଯୋଗ୍ୟ ବିଚାର କରି ଆସକ୍ତିପୂର୍ଣ୍ଣ ବାରବାର ସ୍ମରଣ କରିବାରେ ସେହି ଇଛାଶକ୍ତିକୁ ପୋଷଣ ମିଳେ ଏବଂ ତାହା ସହଜରେ ବଳବାନ ହୋଇଯାଏ ପୁଣି ସେହି ଇଛାକୁ ନିଜଠାରୁ ଦୂରେଇ ଦେବା ଆଉ ସହଜ ହୋଇନଥାଏ ଅତଃ କୌଣସି ବି ଇଛା ସମ୍ବନ୍ଧରେ ବିଚାର କରି ତାହାକୁ ସ୍ମରଣ କରନ୍ତୁ, ତାହାର ଆଦର ଏବଂ ସନ୍ମାନ କରନ୍ତୁ ଇଛାର ଯେଉଁ ପରିପକ୍ୱ ଅବସ୍ଥା ଅଛି ତାହାହିଁ  ମୂର୍ତସ୍ୱରୂପ ବା ଈଷ୍ଟ ଆମର ଇଛା ଯଦି ଅକଲ୍ୟାଣକାରୀ ହୁଏ ତେବେ ସେହି ଇଛା କାଳାନ୍ତରରେ ମୂର୍ତସ୍ୱରୂପ ଧାରଣ କରି ଶତ୍ରୁ ହୋଇ, ଅଇରି-ବଇରି ସାଜି ଆମକୁ ପୀଡିତ କରିବ ଏବଂ ଅପରକୁ ବି ପୀଡା ଦେବ ଏବଂ ଯଦି ଆମର ଇଛା କଲ୍ୟାଣକାରୀ ହେବ ତେବେ ସେ ସର୍ବଦା ଅଭିବୃଦ୍ଧିର ସହିତ ସଂପୂର୍ଣ୍ଣ ଜଗତ ପାଇଁ ସୁଖପ୍ରଦ ଏବଂ କଲ୍ୟାଣକାରୀ ସିଦ୍ଧ ହେବ ଏହାହିଁ ଈଷ୍ଟଙ୍କର ସାଧନା ଅଥବା ଆରାଧନା ଏବଂ ଏହାହିଁ ଆରାଧନା ର ରହସ୍ୟ। ଆସମନ୍ତାତ ରାଧୟତି ଇତି ଆରାଧନା।ବୃତିର ଯେଉଁ ଅସ୍ଖଳିତ ଧାରା ଅଛି ତାହାକୁ ହିଁ ରାଧା (ଧାରା କୁ ଓଲଟାଇଲେ ରାଧା) କୁହାଯାଏ କୌଣସି ବି ନାମ ବା ରୂପର ଅବିଚ୍ଛିନ୍ନ ଧାରାପ୍ରବାହରେ ଚିନ୍ତନ କରିବାକୁ ହିଁ ବାସ୍ତବିକ ଆରଧାନା କୁହାଯାଏ ଏବଂ ଯାହା ବାସ୍ତବିକ ଆରାଧନା ତାହା ସିଦ୍ଧି ଅର୍ଥାତ ଈଷ୍ଟ ପ୍ରାପ୍ତିର ସର୍ବଶ୍ରେଷ୍ଠ ସାଧନା
-କରନ୍ୟାସ ବିଧି-
                        “ଓଁ ଭୁର୍ ର୍ଭୁବଃ ସ୍ୱଃ” – ଏହି ତିନି ବ୍ୟାହୃତି ମନ୍ତ୍ରର ଉଚ୍ଚାରଣ କରି ଅଙ୍ଗୁଷ୍ଠାଭ୍ୟାଂ ନମଃକହି ଦୁଇ ହାତର ତର୍ଜନୀ ଅଙ୍ଗୁଳିଦ୍ୱାରା ହାତ ବୁଢାଙ୍ଗୁଷ୍ଠିର ମୂଳ ଅଗ୍ରକୁ ସ୍ପର୍ଶ କରିବେ, ପୁନଃ ଓଁ ଭୁର୍ ର୍ଭୁବଃ ସ୍ୱଃ”  – ଏହି ତିନି ବ୍ୟାହୃତି ମନ୍ତ୍ର ଉଚ୍ଚାରଣ କରି ତର୍ଜନୀଭ୍ୟାଂ ନମଃକହି ଦୁଇ ହାତର ବୁଢାଙ୍ଗୁଷ୍ଠି ଦ୍ୱାରା ତର୍ଜନୀ ଅଙ୍ଗୁଳିର ମୂଳ ଅଗ୍ରକୁ ସ୍ପର୍ଶ କରିବେ, ପୁନଃ ଓଁ ଭୁର୍ ର୍ଭୁବଃ ସ୍ୱଃ” – ଏହି ତିନି ବ୍ୟାହୃତି ମନ୍ତ୍ର ଉଚ୍ଚାରଣ କରି ମଧ୍ୟମାଭ୍ୟାଂ ନମଃକହି ଦୁଇ ହାତର ବୁଢାଙ୍ଗୁଷ୍ଠି ଦ୍ୱାରା ମଧ୍ୟମା ଅଙ୍ଗୁଳିର ମୂଳ ଅଗ୍ରକୁ ସ୍ପର୍ଶ କରିବେ, ପୁନଃ ଓଁ ଭୁର୍ ର୍ଭୁବଃ ସ୍ୱଃ” – ଏହି ତିନି ବ୍ୟାହୃତି ମନ୍ତ୍ର ଉଚ୍ଚାରଣ କରି ଅନାମିକାଭ୍ୟାଂ ନମଃକହି ଦୁଇ ହାତର ବୁଢାଙ୍ଗୁଷ୍ଠି ଦ୍ୱାରା ଅନାମିକା ଅଙ୍ଗୁଳିର ମୂଳ ଅଗ୍ରକୁ ସ୍ପର୍ଶ କରିବେ, ପୁନଃ ଓଁ ଭୁର୍ ର୍ଭୁବଃ ସ୍ୱଃ” – ଏହି ତିନି ବ୍ୟାହୃତି ମନ୍ତ୍ର ଉଚ୍ଚାରଣ କରି କନିଷ୍ଠାଭ୍ୟାଂ ନମଃକହି ଦୁଇ ହାତର ବୁଢାଙ୍ଗୁଷ୍ଠି ଦ୍ୱାରା କନିଷ୍ଠ ଅଙ୍ଗୁଳି ର ମୂଳ ଅଗ୍ରକୁ ସ୍ପର୍ଶ କରିବେ। ପୁନଃ ଓଁ ଭୁର୍ ର୍ଭୁବଃ ସ୍ୱଃ” – ଏହି ତିନି ବ୍ୟାହୃତି ମନ୍ତ୍ର ଉଚ୍ଚାରଣ କରି କରତଳକରପୃଷ୍ଠାଭ୍ୟାଂ ନମଃ କହି ଦୁଇ ହାତର ପାପୁଲିକୁ ଏକ ଏକକୁ ଉପର ତଳ କରି ମିଳାଇବେ।
-ଅଙ୍ଗନ୍ୟାସ ବିଧି-
                        ‘ଓଁ ଭୁର୍ ର୍ଭୁବଃ ସ୍ୱଃ ହୃଦୟାୟ ନମଃକହି ଦକ୍ଷିଣ ପାଂଚଆଙ୍ଗୁଳିରେ ହୃଦୟକୁ ସ୍ପର୍ଶ କରନ୍ତୁ , ‘ଓଁ ଭୁର୍ ର୍ଭୁବଃ ସ୍ୱଃ ଶିରସେ ସ୍ୱାହାକହି ଦକ୍ଷିଣ ପାଂଚଆଙ୍ଗୁଳିରେ ମସ୍ତିଷ୍କର ମଧ୍ୟଭାଗକୁ ସ୍ପର୍ଶ କରନ୍ତୁ, ‘ଓଁ ଭୁର୍ ର୍ଭୁବଃ ସ୍ୱଃ ଶିଖାୟୈ ବଷଟ୍କହି ଦକ୍ଷିଣ ପାଂଚଆଙ୍ଗୁଳିରେ ଶିଖାସ୍ଥାନକୁ ସ୍ପର୍ଶ କରନ୍ତୁ, ‘ଓଁ ଭୁର୍ ର୍ଭୁବଃ ସ୍ୱଃ କବଚାୟ ହୁମ୍ କହି ଦୁଇ ହାତର ପାଂଚଆଙ୍ଗୁଳିରେ ଦୁଇ ବାହୁମୂଳକୁ ସ୍ପର୍ଶ କରନ୍ତୁ , ‘ଓଁ ଭୁର୍ ର୍ଭୁବଃ ସ୍ୱଃ ନେତ୍ରତ୍ରୟାୟ ବୌଷଟ୍ଡାହାଣ ହାତର ଅଙ୍ଗୁଷ୍ଠ ଏବଂ କନିଷ୍ଠା ଦ୍ୱାରା ଦୁଇଆଖିକୁ ଏବଂ ତର୍ଜନୀ ଅଙ୍ଗୁଳି ଦ୍ୱାରା ଭ୍ରୁମଧ୍ୟ ଯାହାକୁ ତୃତୀୟ ନେତ୍ର କୁହାଯାଏ ତାକୁ ସ୍ପର୍ଶ କରନ୍ତୁ ଓଁ ଭୁର୍ ର୍ଭୁବଃ ସ୍ୱଃ ଅସ୍ତ୍ରାୟ ଫଟ୍କହି ଦକ୍ଷିଣହାତ ଦ୍ୱାରା ନିଜର ମସ୍ତକକୁ ପରିକ୍ରମା କରାଇ  ଦୁଇହାତରେ ଚୁଟୁକି ବଜାଇବେ ନମଃ, ସ୍ୱାହା, ବଷଟ୍, ହୁମ୍, ଏବଂ ବୌଷଟ୍ ଏହି ଛଅ ଶବ୍ଦ ବୈଦିକ ପାରିଭାଷିକ ଶବ୍ଦ ଏହା ରହସ୍ୟାତ୍ମକ ଅର୍ଥର ସୂଚକ ଅର୍ଥ ନଜାଣି ମଧ୍ୟ ଏହାର ଯାହା ପ୍ରକ୍ରିୟାମାନ ଅଛି ତାହା କରିବାରେ ସେହି ସେହି ସ୍ଥାନରେ ଯେଉଁସବୁ ପ୍ରତିକ୍ରିୟା ହୁଏ କାଳାନ୍ତରେ ତାହାର ରହସ୍ୟ ବି ଆପଣାଛାଏଁ ପ୍ରକଟିତ ହୋଇଯାଏ।ଅସ୍ତୁ।
-ଧ୍ୟାନ ମନ୍ତ୍ର-
                        ଓଁ ନମୋଽସ୍ତ୍ୱନନ୍ତାୟ ସହସ୍ର ମୂର୍ତ୍ତୟେ , ସହସ୍ରଂ ପାଦାକ୍ଷିଶିରୋରୁ ବାହବେ 
                           ସହସ୍ର ନାମ୍ନେ ପୁରୁଷାୟ ଶାଶ୍ୱତେ, ସହସ୍ର କେଟୀ ଯୁଗ ଧାରିଣେ ନମଃ ଓଁ
            ଏହା ଏକ ପ୍ରସିଦ୍ଧ ମନ୍ତ୍ର ଏବଂ ଶ୍ରୀ ବିଷ୍ଣୁସହସ୍ରନାମର ଅନ୍ତର୍ଗତ ବି ଯେଉଁମାନେ ସହସ୍ରନାମର ପାଠ କରିନପାରନ୍ତି ସେ କେବଳ ଥରେମାତ୍ର ଏହି ମନ୍ତ୍ର ପାଠ କରିବାରେ ହିଁ ସହସ୍ରନାମ ପାଠର ଫଳ ପାଇଥାଆନ୍ତି, କାରଣ ଏହି ମନ୍ତ୍ର ବ୍ୟାପକ ପରମାତ୍ମାଙ୍କର ସ୍ୱରୂପ ଯେଉଁ ଭଗବାନ ବିଷ୍ଣୁ ଅନ୍ତି ତାହାଙ୍କର ଦ୍ୟୋତକ । ଏହି ମନ୍ତ୍ରର ଅର୍ଥ - ଆମେ ସେହି ବ୍ୟାପକସ୍ୱରୂପ ପରମାତ୍ମାଙ୍କୁ ନମନ କରୁଅଛୁ ଯେ ସହସ୍ର ଅବା ଅସଂଖ୍ୟ ମୂର୍ତ୍ତିର ସ୍ୱରୂପ ଧାରଣ କରିଛନ୍ତି ଯାହାଙ୍କର ହଜାରେ ଅବା ଅସଂଖ୍ୟ ପାଦ, ଶିର, ଉରୁ, ଭୁଜମାନ ରହିଅଛି ଯେ ଅସଂଖ୍ୟ ନାମଦ୍ୱାରା ଅଭିହିତ, ଶାଶ୍ୱତ, ଅବିନାଶୀ ପୁରୁଷ ଅଟନ୍ତି ସେହି ସହସ୍ର କୋଟୀ ଯୁଗର ଧାରଣକାରୀଙ୍କୁ ପ୍ରଣାମ
                        ମୁଁ ଗାୟତ୍ରୀ ମନ୍ତ୍ରର ଧ୍ୟାନ ଏହି ମନ୍ତ୍ର ଦ୍ୱାରା କରେ କାରଣ ଗାୟତ୍ରୀ ମନ୍ତ୍ର ବ୍ୟାପକ ଶକ୍ତିର ଦ୍ୟୋତକ ଅଟନ୍ତି ଛାନ୍ଦୋଗ୍ୟ ଶ୍ରୁତି ବି କୁହେ କି ଗାୟତ୍ରୀ ବା ଇଦଂ ସର୍ବଂ ଭୂତଂ ଯଦିଦଂ କିଂଚ”- ନାମ ରୂପାତ୍ମକ ଯାହାକିଛି ବି ପଦ-ପଦାର୍ଥ ଏ ବ୍ରହ୍ମାଣ୍ଡରେ ଅଛି ସେ ସବୁ ଗାୟତ୍ରୀ ସ୍ୱରୂପ ଅଟନ୍ତି ଯେ ସଗୁଣ ମୂର୍ତ୍ତି ରୁପେ ଗାୟତ୍ରୀଙ୍କର ଧ୍ୟାନ କରନ୍ତି ସେମାନଙ୍କ ପାଇଁ ପ୍ରାତଃ, ମଧ୍ୟାହ୍ନ ଏବଇ ସାୟଂ ତ୍ରିକାଳସଂଧ୍ୟାର ତ୍ରିବିଧ ମୂର୍ତ୍ତିର କଳ୍ପନା କରାଯାଇଛି ଏବଂ ତଦନୁରୂପ ପୃଥକ ପୃଥକ ଧ୍ୟାନମନ୍ତ୍ର ବି ରହିଛି ବାସ୍ତବିକରୂପେ ଦେଖାଯାଏ ତ ଯେଉଁ ବୈଦିକ ଉପାସନା ଅଛି ତାହା ମୁଖ୍ୟତଃ ଶବ୍ଦ ବ୍ରହ୍ମର ହିଁ ଉପାସନା ମୂର୍ତି ଏବଂ ଜ୍ୟୋତିଃ ର ଯେଉଁ କଳ୍ପନା କରାଯାଇଅଛି ତାହା ପ୍ରତୀକରୂପ ଓ ଅବଲମ୍ବନରୂପ ଯେଉଁ ବେଦ ଅଛି ତାହା ଶବ୍ଦବ୍ରହ୍ମସ୍ୱରୂପ ମନ୍ତ୍ରସମୁଚ୍ଚୟର ଭଣ୍ଡାର ଅଟନ୍ତି ; ସେହିଁ ଦେବ ଅଟନ୍ତି ବେଦକୁ ବିଲୋମ କରିବାରେ ଦେବ ହୋଇଥାଏ ଯଥା- ବ+ଏ+ଦ=ବେଦ ଦ+ଏ+ବ=ଦେବ ଅତଃ ଏହି ଯେଉଁ ମନ୍ତ୍ର ସମୁଚ୍ଚୟାତ୍ମକ ବେଦ ଅଛି ତାହା ଦେବତାଙ୍କ ନଗର, ସେହି ବେଦ ମଂନ୍ଦିର ରୁପୀ ଦେବନଗରରେ ପ୍ରବେଶ କରିବା ପାଇଁ ଏବଂ ସେହି ଦେବ ନଗରର ରହସ୍ୟ ସହିତ ପରିଚିତ ହେବା ପାଇଁ ଯେଉଁ ଭାଷା ଅର୍ଥାତ୍ ଦ୍ୟୋତକ ଅଛି ତାହା ଦେବନାଗରୀ ଭାଷା ଅର୍ଥାତ୍ ସଂସ୍କୃତ ଭାଷା (ଭାଷୟତି ପ୍ରକାଶୟତି ଦ୍ୟୋତୟତି ଇତି ଭାଷା) ଏହି ପରି ବେଦମନ୍ଦିରରେ, ଦେବନଗରରେ ପ୍ରବେଶ କରିବାର ଯୋଗ୍ୟତା ପ୍ରାପ୍ତିପାଇଁ ଏହି ଗାୟତ୍ରୀ ମନ୍ତ୍ରର ସାଧନା ଅର୍ଥାତ ଆରାଧନା ଅନିବାର୍ଯ୍ୟ କୌଣସିବି ଭାରତବାସୀ, କୌଣସିବି ବିଶ୍ୱବାସୀ କୌଣସିବି ଧର୍ମ ସପ୍ରଦାୟର ବ୍ୟକ୍ତି ହୁଅନ୍ତୁନା କାହିଁକି ସ୍ତ୍ରୀ ହୁଅନ୍ତୁ ଅବା ପୁରୁଷ ଯେକେହି ପରଂବ୍ରହ୍ମ ପରମାତ୍ମାଙ୍କ ସାକ୍ଷାତକାର କରିବାକୁ ଚାହାନ୍ତି, ଯେ ସ୍ୱ ଏବଂ ପରକଲ୍ୟାଣର ସାଧନାର ଦିବ୍ୟାଭିଳାଷ ରଖନ୍ତି ଯେ ବଳଂ (ମନୋବଳ), ବୀର୍ଯ୍ୟମ୍(ପ୍ରାଣବଳ), ବିଦ୍ୟା (ବକ୍ ବଳ), ବୁଦ୍ଧି(ବିଚାରବଳ)ଏବଂ ଶକ୍ତି(ଆତ୍ମବଳ) ଏହି ଉତ୍ତମ ଶକ୍ତିଦ୍ୱାରା ବିଭୂଷିତ ହେବାକୁ ଚାହାନ୍ତି, ଯେ ବେଦ ମନ୍ଦିରରେ ପ୍ରବେଶ କରି ଚତୁର୍ଦ୍ଦଶଭୁବନବିଜ୍ଞାନ ସହ ପରିଚିତ ହେବାକୁ ଚାହାନ୍ତି ଏବଂ ଯେ ଶବ୍ଦ ବ୍ରହ୍ମାଣି ନିଷ୍ଣାତେ ପରବ୍ରହ୍ମାଧିଗଚ୍ଛତିଏହି ଶ୍ରୁତି ବାକ୍ୟାନୁରୂପ ଶବ୍ଦବ୍ରହ୍ମଜ୍ଞାନରେ ନିଷ୍ଣାତ ହୋଇ ପରବ୍ରହ୍ମ ପଦପାଇଁ ଅଧିକାରୀ ହେବାକୁ ଛାହାଁନ୍ତି ତେବେ ତାଙ୍କପାଇଁ ଏହି ଗାୟତ୍ରୀ ମନ୍ତ୍ରର ବିଜ୍ଞାନ ସମ୍ମତ ବିଧି ବିଧାନର ସହିତ ଅରାଧନା ସଂଗୋପାଙ୍ଗ ସାଧନା ଅନିବାର୍ଯ୍ୟ
                        ଯେ କେହି ତୁଚ୍ଛ ଭାବନା ଅର୍ଥାତ୍ ବୈୟକ୍ତିକ (ସକାମ) ସ୍ୱାର୍ଥଭାନାକୁ କେନ୍ଦ୍ର କରି ମଳିନ ଭାବନା ଏବଂ ମଳିନ ବିଚାର ପୋଷଣ କରି ଦୁରାଚାରରେ ରତ ଅର୍ଥାତ ଅନ୍ୟକୁ ଦୁଃଖୀ କରି ଅନ୍ୟକୁ ପୀଡାଦେଇ କେବଳ ବ୍ୟକ୍ତିଗତ ସ୍ୱାର୍ଥ ସାଧିବାର ଅନ୍ଧବତ୍ ପ୍ରୟାସ କରୁଛନ୍ତି, ସେ ହୁଏତ ଭାରତବାସୀ ହୁଅନ୍ତୁ ଅବା ବୈଦିକ ସନାତନ ଧର୍ମାବଲମ୍ବୀ ହୁଅନ୍ତୁ, କୁଳବାନ ହୁଅନ୍ତୁ ବା ବ୍ରାହ୍ମଣ, ବେଦପାଠୀ ହୁଅନ୍ତୁ କିମ୍ବା ଶାସ୍ତ୍ରଜ୍ଞ ହୁଅନ୍ତୁ  ପଛେ ତଥାପି ବି ତାହାଙ୍କୁ ଏହି ଗାୟତ୍ରୀ ମନ୍ତ୍ର ଜପର ଅଧିକାର ନାହିଁ କାରଣ, ‘ଯାଦୃଶୀ ଭାବନା ଯସ୍ୟ ସିଦ୍ଧି ର୍ଭବତି ତାଦୃଶୀ’ – ଏହି ଆପ୍ତ ବଚନାନୁରୂପ ମଳିନ ଭାବନାଯୁକ୍ତ ବ୍ୟକ୍ତି ମାନେ ଯେବେ ଗାୟତ୍ରୀ ମନ୍ତ୍ରଜପ କରିବେ ତେବେ ଜପର ପରିଣାମ ସ୍ୱରୂପ ସେ ଯେଉଁ ସିଦ୍ଧି ପାଇବେ ତାହାବି ଭାବନାନୁରୂପ ମଳିନ ହିଁ ହେବ ଏବଂ ସେହି ମଳିନ ଭାବନାନୁରୂପ ମଳିନ ଶକ୍ତି ଅଥବା ସିଦ୍ଧିର ଅନୁରୂପ ମଳିନ ଆଚରଣ ହିଁ ସେ ଯେ ନଶ୍ଚେ କରିବେ ଏହା ସ୍ୱଭାବିକ ଯେଉଁଠି ବୁଦ୍ଧିବାନ, ବିଦ୍ୱାନ, କୁଳବାନ  ସାଧକବ୍ୟକ୍ତିର ଭାବନା ମଳିନ ଥିବ କିନ୍ତୁ ତାଙ୍କ ପାଖରେ କିଛି ଦୈବପ୍ରଦତ୍ତ ବିଶେଷ ଶକ୍ତି ଯେବେ ଥାଏ ତେବେ ତାହା ଭୟଙ୍କର ହୋଇଉଠେ , ଦୁର୍ଦ୍ଦର୍ଷ ପାଲଟିଯାଏ ଅର୍ଥାତ ତାହାର ପରାଭବ କରିବା ବଡ କଷ୍ଟସାଧ୍ୟ ହଇ ପଡେ ଅତଃ ଏପରି ନୀଚ(ଅଧମ) ପ୍ରକୃତିର ମନୁଷ୍ୟ ଗାୟତ୍ରୀ ଜପ କରି ଶକ୍ତିଶାଳୀ ହୋଇ ଇହକାଳ ପରକାଳକୁ ନଷ୍ଟ ନ କରନ୍ତୁ, ଏହା ଆମର ପ୍ରାର୍ଥନା ଓ ଚେତାବନୀ ବି ସେ ଚାହାନ୍ତିତ ଭୌତିକ ରୀତି ଦ୍ୱାରା ପୁରୁଷାର୍ଥ କରି ଭୌତିକ ସିଦ୍ଧିର ପ୍ରାପ୍ତ କରି ଇଛାମତେ ଯେପରି ବି ସେସବୁର ଉପଭୋଗ କରନ୍ତୁ ପଛେ କିନ୍ତୁ ସେ ଅଧିଦୈବିକ ଅବା ଅଧ୍ୟାତ୍ମିକ ଶକ୍ତିସବୁ ପ୍ରାପ୍ତ କରିବାର ବୃଥା ପ୍ରୟାସ ନ କରନ୍ତୁ ତୁଚ୍ଛ ଇଚ୍ଛା ତୃପ୍ତି ପାଇଁ ପବିତ୍ର ଏବଂ ମହାନ କଲ୍ୟାଣକାରୀ ବିଦ୍ୟାକୁ କଳଙ୍କିତ ନ କରନ୍ତୁ ହଁ ତାହାଙ୍କଠାରେ ଯେବେ କିଂଚିତ ମାତ୍ର ବି କଲ୍ୟାଣକାରୀ ଭାବନା ଥାଏ ଆତ୍ମକଲ୍ୟାଣର ଇଛାଥାଏ କିଂଚିତ ମାତ୍ର ଶ୍ରଦ୍ଧା ବିଶ୍ୱାସ ଥାଏ ତେବେ ସେ ଅବଶ୍ୟ ଯଥାଶକ୍ତି ଏହି ଗାୟତ୍ରୀ ମନ୍ତ୍ରର ଉପରୋକ୍ତ ବିଧି ଅନୁସାରେ ଜପ କରନ୍ତି ତ ଦୃଢ ନିଶ୍ଚୟର ସହିତ କହିପାରେ କି କାଳାନ୍ତର ତାହାଙ୍କ ମତିଗତି ରେ ଅବଶ୍ୟହିଁ ପରିବର୍ତନ ଆସିଯିବ।
                        ଆମର ଭାରତୀୟ ବେଦ ବିଧାନରେ ସନାତନ ଧର୍ମ ସଂବିଧାନରେ ଧର୍ମ, ଅର୍ଥ, କାମ, ମୋକ୍ଷ- ଏହି ଚତୁର୍ବିଧ ପରୁଷାର୍ଥର ମୁଖ୍ୟ ସ୍ଥାନ ଅଛି କେବଳ ଅର୍ଥ ଏବଂ କେବଳ କାମ ଏହା ପାଶବିକ ଧର୍ମ ହୋଇଥିବାରୁ ବର୍ଜନୀୟ, ତ୍ୟାଜ୍ୟ ଆତ୍ମଜ୍ଞାନର ଫଳସ୍ୱରୂପ ଯେଉଁ ମୋକ୍ଷର ଆକାଂକ୍ଷା ଅଛି ତାହାକୁ ଛାଡି କେବଳ ସ୍ୱର୍ଗାଦି କାଳ୍ପନିକ ସୁଖାଭିଳାଷାକୁ କେନ୍ଦ୍ର କରି ଯେଉଁ ଶାସ୍ତ୍ରବିହିତ ଧର୍ମାଚରଣମାନ ଅଛି ତାହା ବି ସର୍ବଥା ଆଦରଣୀୟ ନୁହେଁ କାରଣ ପ୍ରାୟଃ ଏପରି ସ୍ୱର୍ଗାଦି ସୁଖାଭିଳାଷୀ ମାନେ ବର୍ତମାନ ଜୀବନର ଅନାଦର ଅବହେଳନା କରି ସେପରି ସବୁ ପ୍ରୟାସ କରିବାରେ ବ୍ୟାପୃତ ରୁହନ୍ତି ଯଦ୍ୱାରା ସେ ନିଜେ ଦୁଃଖୀ ଅଶାନ୍ତ ହୋଇପଡନ୍ତି ଓ ଅନ୍ୟକୁ ବି ଦୁଃଖୀ କରାନ୍ତି ସେହି ଅଧିଦୈବିକ ବାଦି ମାନଙ୍କରେ ସାରାସାର ବିଚାର ଶକ୍ତିର କମତି ଥାଏ ସେ ହୁଏତ ଶ୍ରଦ୍ଧାବାନ ଆଉ ଶାସ୍ତ୍ରାଜ୍ଞାର ପାଳନକାରୀ ସତ ପରନ୍ତୁ ଦେଶକାଳପାତ୍ରାନୁସାରେ ଯେଉଁ ଧର୍ମ ନିର୍ଣ୍ଣୟର ଭେଦ ଅଛି ତାହା ସେ ଜାଣି ନଥାନ୍ତି ପ୍ରାୟଃ ଏପରି ଅନ୍ଧ-ଶ୍ରଦ୍ଧାବାନ ଧାର୍ମିକ ମନୁଷ୍ୟ ଅଧିକ ହଠାଗ୍ରହୀ ହୋଇଥାଆନ୍ତି ପ୍ରାୟଃ ବିଶ୍ୱର ସମସ୍ତ ଧର୍ମରେ ଏପରି ଔପଚାରିକ ବହିରଂଗ ଧର୍ମକୁ ବିଶେଷ ରୂପେ ମହତ୍ୱ ଦେଉଥିବା ଏବଂ ପାଳନ କରି-କରାଇବାରେ ହଠାଗ୍ରହ ରଖୁଥିବା ବ୍ୟକ୍ତିଙ୍କ ସଂଖ୍ୟା ଅଧିକ କୌଣସି ମହାପୁରୁଷ କହିଅଛନ୍ତି-
                                               କେବଳଂ ଶାସ୍ତ୍ରମାଶ୍ରିତ୍ୟ ନ କର୍ତ୍ତବ୍ୟୋ ବିନିର୍ଣ୍ଣୟଃ।
                                     ଯୁକ୍ତିହିନେ ବିଚାରେ ତୁ ଧର୍ମହାନି ପ୍ରଜାୟତେ।

                        କେବଳ ଶାସ୍ତ୍ର ଆଜ୍ଞାର ଆଶ୍ରୟ ମାନି କର୍ମ ନିର୍ଣ୍ଣୟ ଅର୍ଥାତ୍ ଧର୍ମ ନିର୍ଣ୍ଣୟ କରିବା ଯଥୋଚିତ ନୁହେଁ। ଯେଉଁଠି ଯୁକ୍ତିହୀନ ବିଚାର ଅଥବା ଆଚାର ଅଛି, ଯେଉଁ ବିଚାରକୁ ଯେଉଁ ଧର୍ମନିର୍ଣ୍ଣୟକୁ ଆମର ସାମାନ୍ୟ ବିବେକ ବୁଦ୍ଧି (conscience) ସ୍ୱୀକାର କରିବାରେ ଅମଙ୍ଗ ହେଉଛି ପଛଘୁଂଚା ଦେଉଛି, ତେବେ ସେହି ନିର୍ଣ୍ଣୟକୁ ସ୍ୱୀକାର କରିବାରେ ଧର୍ମର ହାନି ହୁଏ ଅର୍ଥାତ ସେପରି ଧର୍ମାଚରଣ, ଧର୍ମପାଳନରୁ ଯଥୋଚିତ ପରିଣାମ ମିଳେନାହିଁ  ଏବଂ ଏହି କାରଣରୁ ସାଧକ ଜୀବନ କଲ୍ୟାଣକାରୀ ହୋଇପାରି ନଥାଏ
                        ଯେ କେହି ସାଧକ ଧର୍ମ, ଅର୍ଥ, କାମ ଏହି ତ୍ରିବିଧ ପୁରୁଷାର୍ଥର ଅନାଦର କରି ଅର୍ଥାତ୍ ଅନ୍ତରିକ ବାସନାର ଶବ୍ଦ ସ୍ପର୍ଶ ଆଦି ଭୋଗେଚ୍ଛାରୁ ବିରତ ନହୋଇ , ବାସନା ରହିତ ହେବା ବିହିତ ସାଧନା ବା ଉପାୟ ନକରି କେବଳ ବେଦାନ୍ତ ଶାସ୍ତ୍ରର ଅଧ୍ୟୟନ କରିଦେଇ ସେଥିରୁ ଗୁଡାଏ ମନେରଖି ନିଜକୁ ଜ୍ଞାନୀ ବା ମୁକ୍ତ ମାନି ନିଅନ୍ତି ଅବା ଯେ ମୁକ୍ତି ପାଇଁ ମନଇଛା ପ୍ରୟାସ କରନ୍ତି ସେ ବି ବାସ୍ତବିକ ଜୀବନର ମଧୁର ଆସ୍ୱାଦନରୁ ବଂଚିତ ରୁହନ୍ତି ସମଗ୍ର ଜୀବନର ପୂର୍ଣ୍ଣତଃ ଉପଭୋଗ କରିବାପାଇଁ ଅର୍ଥାତ୍ ଜୀବନକୁ ସତ୍ୟଂ ଶିବଂ ସୁନ୍ଦରମ୍ରେ ପରିଣତ କରାଇବା ପାଇଁ ଧର୍ମ, ଅର୍ଥ, କାମ, ମୋକ୍ଷ ରୂପୀ ଯେଉଁ ଚାରି ପୁରୁଷାର୍ଥ ଅଛି ତାହାହିଁ ସର୍ବଶ୍ରେଷ୍ଠ ସାଧନ ଏବଂ ସର୍ବଶ୍ରେଷ୍ଠ ଜୀବନ ଏହାହିଁ ଆମର ବୈଦିକ ପରିପାଟୀ ଏହି ଚତୁର୍ବିଧ ପୁରୁଷାର୍ଥମୟ ଜୀବନ ଗଠନ ପାଇଁ ଯେଉଁ ବଳ ବୀର୍ଯ୍ୟାଦି ଶକ୍ତିର ଅନିବାର୍ଯ୍ୟ ଆବଶ୍ୟକତା ଥାଏ ତାହାର ପୂର୍ତ୍ତି ପାଇଁ ପ୍ରାରମ୍ଭରୁ ଗାୟତ୍ରୀ ମନ୍ତ୍ର ଜପର ବିଧାନ ଅଛି ଶକ୍ତି ଦୁଇ ପ୍ରକାରର ହୋଇଥାଏ, ସେଥିରୁ ଗୋଟିଏ ରଚନାତ୍ମକ ଶକ୍ତି(constructive power) ଏବଂ ଅପରଟି ବିଧ୍ୱଂସାତ୍ମକ ବା ସଂହାରାତ୍ମକ ଶକ୍ତି (destructive power) ବାସ୍ତବିକରେ ଦେଖା ଯାଏ, ତେବେ ଯେଉଁ ଶକ୍ତି  (power)ଅଛି ତାହା ଏକ ବା କେବଳ ପରନ୍ତୁ ତାହା ନିର୍ଭର କରେ ସାଧକ ବା ପ୍ରୟୋଗ କର୍ତ୍ତା ଉପରେ ଆଉ ସେହି ଶକ୍ତିର ପ୍ରୟୋଗ ଭାବନା ଅନୁରୂପ ପୃଥକ ପୃଥକ ଦୃଷ୍ଟିରେ ହୋଇଥାଏ ଏଥିପାଇଁ ଗାୟତ୍ରୀ ମନ୍ତ୍ରରେ କଲ୍ୟାଣକାରୀ ଶକ୍ତିର ସହିତ ପ୍ରକର୍ଷ ବୁଦ୍ଧିର ବି ଯାଚନା କରାଯାଇଅଛି
 ଓଁ ତତ୍ ସବିତୁର୍ବରେଣ୍ୟଂ ଭର୍ଗୋ ଦେବସ୍ୟ ଧୀମହି ଧିୟୋ ଯୋ ନଃ ପ୍ରଚୋଦୟାତ୍।
                        ଯେଉଁ ସର୍ବଶ୍ରେଷ୍ଠ ସର୍ଜନାତ୍ମକ କଲ୍ୟାଣକାରୀ ଶକ୍ତି ରହିଛି ଯାହାଙ୍କୁକି ବରଣ କରିବା ଯୋଗ୍ୟ, ଯେ ଭର୍ଗ ସ୍ୱରୁପ, ବର୍ଚ୍ଚସ୍ୱ ସ୍ୱରୂପ, ତେଜଃ ପୁଞ୍ଜ ସ୍ୱରୂପସବିତା ନାରାୟଣ ଅନ୍ତି-ସାବିତ୍ରୀ ଦେବି ଅଛନ୍ତି ତାହାଙ୍କୁ ଆମେ ସମସ୍ତେ ଧ୍ୟାନ କରୁଅଛୁ ଆମ ସମସ୍ତଙ୍କର ବୁଦ୍ଧିକୁ ସେହି କଲ୍ୟାଣକାରୀ ମହାଶକ୍ତି ଶ୍ରେଷ୍ଠମାର୍ଗରେ ପ୍ରେରିତ କରାନ୍ତୁ ଏବଂ ସଂଚାଳିତ କରାନ୍ତୁ
                        ଏହି ପ୍ରାକୃତିକ ନିୟମ ଅଛି କି କୌଣସି ବି ରୂପାତ୍ମକ ପଦ ପଦାର୍ଥର ଧ୍ୟାନ ଯଦି କୌଣସି ଭାବନା ଅବା ସାଧନାଦ୍ୱାରା କରାଯାଏ ତେବେ କାଳାନ୍ତରରେ ଯେବେ ଧ୍ୟାନ ତଦାକାର ରୂପରେ ପରିଣତ ହୋଇଯାଏ ସେତେବେଳେ ସେହି ସାଧକରେ ଶକ୍ତିର ସଂଚାର ହେବାରେ ଲାଗେ ଯଦି ସେହି ସାଧକର ବିବେକ ବୁଦ୍ଧିର ସ୍ଫୁରଣା ଶୁଦ୍ଧ ନହୁଏ ତେବେ ସେହି ମନ୍ଦଗତି ବା ଅଳ୍ପମତି ସାଧକ ସେହି ଶକ୍ତିର ଦୁରୁପଯୋଗ ହିଁ କରିବେ ଯେପରି ଏକ ଅପରିପକ୍ୱ ବାଳକ ଧନ ଅବା ହତିଆର(ବନ୍ଧୁକ-ଛୁରୀ)ଆଦିକୁ ଯେବେ ଖେଳର ଖେଳନା ରୂପେ ଉପଯୋଗ କରେ ତେବେ ସେ ନିଜକୁ ଏବଂ ଅନ୍ୟକୁ କ୍ଷତି ହିଁ ପହୁଁଚାଇ ଥାଏ ଏଥିପାଇଁ ଆମେ ଏହି ଗାୟତ୍ରୀ ମନ୍ତ୍ର ଦ୍ୱାରା ସର୍ଜନାତ୍ମକ ଶକ୍ତିର ସହିତ କଲ୍ୟାଣକାରୀ ବୁଦ୍ଧିର ବି ଯାଚନା କରୁଅଛୁ ମନ୍ତ୍ରର ବାସ୍ତବିକ ସ୍ୱରୂପ ଶୁଭସଂକଳ୍ପାତ୍ମକ ଅଟେ ସେଥିପାଇଁ ପ୍ରତିଟି ମନ୍ତ୍ରରେ ଦେବତ୍ୱ ରହିଛି ମନ୍ତ୍ର ଓ ଦେବତା ଅଭିନ୍ନ ଏବଂ କୁହାଯାଏ ମନ୍ତ୍ରାଧିନ ଦେବତା ଅତଃ ପ୍ରତ୍ୟେକ ସାଧକଙ୍କର ଉଚିତ କି ସାଧନ-ମନ୍ତ୍ରଟିର ପ୍ରକୃତ ଅର୍ଥ ଯାହା ଓ ତାହାର ଯେଉଁ ବାସ୍ତବିକ ସ୍ୱରୂପ ରହିଛି ତାହାକୁ ଭଲଭାବେ ଜାଣି ତାହାର ସ୍ମରଣ ଏବଂ ଚିନ୍ତନ କରି ଜପ କରନ୍ତୁ ଜପ କରିବା ସମୟରେ ସାଧକକୁ ମନ ଏବଂ ବୁଦ୍ଧିର କିପରି କଣ ସ୍ଥିତି ଅଛି, ମନରେ କେଉଁସବୁ ସଂକଳ୍ପ ବିକଳ୍ପ ଚାଲୁଛି, ଏହି ସବୁ ଦିଗରେ ଧ୍ୟାନ ଦେବା ମଧ୍ୟ ଅନିବାର୍ଯ୍ୟ । ମନନାତ୍ ତ୍ରାୟତେ ଇତି ମନ୍ତ୍ରଅର୍ଥାତ ମନକୁ ଯେ ତ୍ରାଣ, ନିୟନ୍ତ୍ରଣ କରେ ତାହାହିଁ ମନ୍ତ୍ର ଅଭାନ ଦଶାରେ ମନ୍ତ୍ର-ଜପ ଯନ୍ତ୍ରବତ୍ (mechanically) ଚାଲୁଥିବ, ମାଳା ଘୁରୁଥିବ କିନ୍ତୁ ମନ ଏଣେତେଣେ ଦଉଡା ଦଉଡି କରୁଥିବ ମନ ଈଷ୍ଟକୈନ୍ଦ୍ରିକ ହେଉନଥିବ ତେବେ ସେପରି ଜପ କରିବାର ଶ୍ରମ ନିଷ୍ଫଳ ହେବ ସାଧାରଣତଃ ଏହି ଦଶାର ଦୋଷ ଅନେକ ଜପ-ସାଧନତତ୍ପରଙ୍କ ଠାରେ ବିଦ୍ୟମାନ ଥାଏ ଜପି ଜପି ହାଲିଆ କିନ୍ତୁ ଫଳଘର ଶୂନ୍ ଶେଷରେ ଭାଗ୍ୟକୁ ନିନ୍ଦି ଜପ ଛାଡିଦେବାଟା ସାର ହୁଏ ।  ତେଣୁ ମନକୁ ସର୍ବଦା ମନ୍ତ୍ରରେ ଲଗାଇ ଈଷ୍ଟକୈନ୍ଦ୍ରିକ ହୋଇ ଜପକରିବାକୁ ପଡେ ଅନ୍ୟଥା ଖାଲି ମନ୍ତ୍ରର ଜପ ସଂଖ୍ୟା(quantity)ର କିଛିବି ମହତ୍ୱ ନାହିଁ କିନ୍ତୁ ପ୍ରକାର (quality)ର ମହତ୍ୱ ଅଛି। ଅଭାନଦଶାରେ କେବଳ ସଂଖ୍ୟାବୃଦ୍ଧିର ଦୃଷ୍ଟିରୁ ପ୍ରଚୁର ମାତ୍ରାରେ ଦିବାରାତ୍ରୀ ଜପକରିବାରେ ଯଥୋଚିତ ପରିଣାମ ମିଳି ନଥାଏ  ପରନ୍ତୁ ବିପରୀତ ପରିଣାମ ଆସିବାର ସମ୍ଭାବନା ଅଧିକ ଥାଏ ମନ୍ତ୍ର ଜପ ସମୟରେ ମନ୍ତ୍ରର ଋଷି, ଦେବତା ଏବଂ ଚ୍ଛନ୍ଦ ଉପରେ ଧ୍ୟାନ ରଖିବା ଏବଂ ବିଶେଷରୂପେ ଯେଉଁ ସଂକଳ୍ପାତ୍ମକ ବିନିଯୋଗଅଛି ତାହାର ଚିନ୍ତନରେ ମନକୁ ଆବଦ୍ଧ କରିବାର ଆବଶ୍ୟକତା ଅଛି ଯଦ୍ୱାରା ଯେଉଁ ଶକ୍ତି  (energy) ମନ ଏବଂ ପ୍ରାଣରେ ବିକଶିତ ହେଉଥାଏ ତାହା ହେତୁଲକ୍ଷୀ ହୋଇ ଧ୍ୟେୟ ପ୍ରାପ୍ତିର ସଫଳତା ଦେବାରେ ଲାଗେ ମନ୍ତ୍ରର ବର୍ଣ୍ଣାକ୍ଷର ଉପରେ ତ୍ରାଟକ, ଧ୍ୟାନ, ଏବଂ ମନ୍ତ୍ରାର୍ଥର ଚିନ୍ତନ ବି ସାଥେ ସାଥେ ସଂପାଦିତ ହେଉ ଏବଂ କେବେ ଦ୍ରୁତ କେବେ ବିଳମ୍ବିତ ସ୍ୱରରେ ପୁଣି କେବେ ଉଦାତ୍ତ ଅନୁଦାତ୍ତ (Rhythm) ରେ ମନ୍ତ୍ରଜପ କରିବାରେ ମନ ଏବଂ ପ୍ରାଣର ସ୍ଥିତି ଦୃଢ ଏବଂ ସ୍ଥିରତା ପ୍ରାପ୍ତ ହୋଇ ତାହାର ସଂଶୁଦ୍ଧିକରଣ, ବିକନ ଏବଂ ଉଧ୍ୱୀର୍କରଣ କରିଥାଏ
                        ଏବେ ସେହି ଧର୍ମଭୀରୁ ଶ୍ରଦ୍ଧାବାନ(ରୂଢିବାଦୀ) ଭାଇ ଭଉଣୀକୁ ପ୍ରାର୍ଥନା ରୁପେ କିଛି ନିବେଦନ କରି ଏବେ ଦ୍ୱିତୀୟ ମହତ୍ୱପୂର୍ଣ୍ଣ ସଂକଳ୍ପାତ୍ମକ ବିନିଯୋଗର ବିଷୟରେ କିଛି ଜଣାଇ ଏହି ନିବନ୍ଧକୁ ସମାପ୍ତ କରିବା
                        ପ୍ରାୟଃ ଲୋକମାନଙ୍କ ମଧ୍ୟରେ ଏପରି ଭ୍ରାନ୍ତିମୟ ଧାରଣା ଅଛି କି ଗାୟତ୍ରୀ ମନ୍ତ୍ରର ଜପାଧିକାର ସମସ୍ତଙ୍କର ନାହିଁ ଅମୁକର ଜପିବା ଉଚିତ ସମୁକର ଜପିବା ଅନୁଚିତ ଦିନରେ ଜପିବା ଉଚିତ ରାତ୍ରୀରେ ଜପିବା ଅନୁଚିତ ପୁଣି କେବଳ ପୁରୁଷର ଜପାଧିକାର ଅଛି , ସ୍ତ୍ରୀ ମାନଙ୍କର ନାହିଁ ଇତ୍ୟାଦି ପ୍ରକାରର ଦୂରଦର୍ଶିତାପୂର୍ଣ୍ଣ ବିଚାର ରହିତ ଏବଂ ଦେଶ କାଳ ପାତ୍ର ବିଜ୍ଞାନ ସହ ଅପରିଚିତ, କୁଣ୍ଠିତ ଏବଂ ସଂକୁଚିତ ଯେଉଁ ସବୁ ବିଧି-ବିଧାନ କୁହା ଅଛି ତାହା ଭୂଲ ଧାରଣା। ଏହି ନିୟମ କେବଳ ସେହି ଅପରିପକ୍ୱ ବାଳବତ୍ ସାଧାରଣ ଜନମାନଙ୍କ ପାଇଁ ଯେ କି ତୁଚ୍ଛସ୍ୱାର୍ଥ ପରାୟଣ ହୋଇ ବୈୟକ୍ତିକ(ବ୍ୟକ୍ତିଗତସ୍ଥର)ଯାଏଁ ସୁଖାଭିଳାଷକୁ କେନ୍ଦ୍ର କରି ଏହି ମହାଶକ୍ତିଶାଳୀ ମନ୍ତ୍ରର ବିନା ବିଚାରରେ ହିଁ ଜପ ପ୍ରୟୋଗ କରିବାରେ ଲାଗିଯାନ୍ତି ସେମାନଙ୍କ ପାଇଁ ଏହି ମନ୍ତ୍ର ନିଷିଦ୍ଧ ସେ ହୁଏତ ବ୍ରାହ୍ମଣ ହୁଅନ୍ତୁ ଅବା ଇତର ହୁଅନ୍ତୁ ସ୍ତ୍ରୀ ଅବା ପୁରୁଷ ହୁଅନ୍ତୁ ପରନ୍ତୁ ଯେ ଏହି ମନ୍ତ୍ରର ମୁଖ୍ୟଧ୍ୟେୟ- “ଧିୟୋ ଯୋନଃ ପ୍ରଚୋଦୟାତ୍” କୁ ଆଗରେ ରଖି ଏ ପ୍ରକାର ପ୍ରକର୍ଷ ବୁଦ୍ଧିର ଇଚ୍ଛାରେ ଜପ କରିବାରେ ଲାଗନ୍ତି ତାହାଙ୍କ ପାଇଁ କୌଣସି ବି ଦୋଷ ନାହିଁ ଆଉ ପ୍ରକର୍ଷ ବୁଦ୍ଧିର ସେପରି ସାଧକ ହିଁ ମନ୍ତ୍ର ଜପର ସର୍ବଥା ଅଧିକାରୀ ଅଟନ୍ତି ପୁଣି ବି ଯଦି କୌଣସି ଶ୍ରଦ୍ଧାବାନ ଭାଇ ଭଉଣୀଙ୍କୁ ପାପର ଆଶଂକା ଥାଏ ତେବେ ସେମାନଙ୍କୁ ମୋର ସବିଶେଷ ନିବେଦନ କି ଆପଣମାନେ କେବଳ ଶ୍ରେଷ୍ଠ ବୁଦ୍ଧିର କାମନା ଯାଚନା କରି ଯଥାଶକ୍ତି ଏହି ଗାୟତ୍ରୀ ମନ୍ତ୍ରର ଜପ କରିବାରେ ଲାଗିପଡନ୍ତୁ ଯଦି ଆପଣଙ୍କୁ ପାପ ଲାଗେ ତେବେ ସେହି ପାପପାଇଁ ଆମ୍ଭେ ଦାୟୀ ଆମ୍ଭେ ସେହି ମହା ପରାକ୍ରମୀ ଋଷି ଶ୍ରୀ ବିଶ୍ୱାମିତ୍ରଙ୍କୁ, ସେହି ପରମକଲ୍ୟାଣ ମୟୀ ଶ୍ରୀ ସାବିତ୍ରୀଦେବିଙ୍କୁ ଏବଂ ଅନ୍ତରୀକ୍ଷ ମଣ୍ଡଳର ସମସ୍ତ ଦେବଦେବୀ ମାନଙ୍କୁ ଋଷି ମୁନିମାନଙ୍କୁ ସୂର୍ଯ୍ୟ ଗ୍ରହ ନକ୍ଷତ୍ରାଦିର ବିଶିଷ୍ଟ ଆତ୍ମା ମାନଙ୍କୁ ସାକ୍ଷୀରଖି ବୁଝି ବିଚାରି ସଭାନ ଦଶାରେ ପ୍ରତିଜ୍ଞା କରୁଅଛୁ କି ଯଦି କୌଣସି ବି ଭାଇ ବା ଭଉଣୀ ଯେ କୌଣସି ଦେଶ ଜାତି ଧର୍ମ ସଂପ୍ରଦାୟର ମନୁଷ୍ୟ ଯେବେ ଶ୍ରେଷ୍ଠ ବୁଦ୍ଧିର ଯାଚନା କରି ଏହି ଗାୟତ୍ରୀ ମନ୍ତ୍ରର ଜପ କରନ୍ତି ଆଉ ତାହାଙ୍କୁ ଯେବେ କେଉଁ ପାପ ଲାଗେ ସେହି ପାପପାଇଁ ଆମ୍ଭେ ଦାୟୀ ଏବଂ ତହାର ଫଳସ୍ୱରୂପ ଯଦି ଅନନ୍ତ କର୍ମର ଯାତନା ଭୋଗିବାକୁ ପଡେ ତେବେ ସେଥିାପଇଁ ଆମ୍ଭେ ପ୍ରସ୍ତୁତ ଅଛୁ ଅତଃ ଆପଣମାନେ ନିଃଶଙ୍କ ହୋଇ ନିର୍ଭୟ ହୋଇ ଏହି ପରମ ଜ୍ୟୋତିଃ ପରମ ଶକ୍ତି ସ୍ୱରୂପିଣୀ-ଗାୟତ୍ରୀ ମନ୍ତ୍ରର ଜପ - ଆରାଧନା କରନ୍ତୁ
                        ଆଜି ବିଶ୍ୱରେ ସବୁକିଛି ଭୋଗ୍ୟ ସାମଗ୍ରୀ ଭରିରହିଛି କୌଣସି ବସ୍ତୁର ଅଭାବ ନାହିଁ, ତେବେ ଯେଉଁ ଅଭାବ ଅନୁଭୂତ ହେଉଛି  ତାହା ତ କେବଳ ପ୍ରକର୍ଷ ବୁଦ୍ଧିର, ଅଭାବ ଅଛି କଲ୍ୟାଣକାରୀ ବିଶୁଦ୍ଧ ଭାବନାର ଏବଂ ଶୁଭ ଆଚରଣର ଆବାଳ ବୃଦ୍ଧବନିତା ସମଗ୍ର ବିଶ୍ୱର କେହି ବି ବ୍ୟକ୍ତି ଉପରୋକ୍ତ ଶ୍ରେଷ୍ଠ ବୁଦ୍ଧି ପାଇଁ ଏହି ଗାୟତ୍ରୀ ମନ୍ତ୍ରର ଜପ କରି ପାରିବେ ଯଦି କେହି ଅଜ୍ଞାନୀ ରୂଢିବାଦୀ ବିନା ଭାବିଚିନ୍ତି ମୂର୍ଖତାବଶତଃ ଗାୟତ୍ରୀମନ୍ତ୍ରକୁ ଜପ କରୁଥିବା ଅର୍ଥାତ ଶ୍ରେଷ୍ଠମତିର ଯାଚନା କରୁଥିବା ବ୍ୟକ୍ତିଙ୍କୁ ଯେବେ ସେ ସତ୍କର୍ମରୁ ରୋକିବେ ଅଥବା ବୁଦ୍ଧିହୀନ-ଶ୍ରଦ୍ଧାବାନ ମାନଙ୍କରେ ଶଂକା ଏବଂ ଅଶ୍ରଦ୍ଧା ଉତ୍ପନ୍ନ କରିବେ ସେ ନିଶଂକ ହିଁ ପାପର ଭାଗୀଦାର ହେବେ, ଦୁଃଖୀ ହେବେ, ଅତିଦୁଃଖୀ ହେବେ କାରଣ ଯେପରି କୌଣସି ବ୍ୟକ୍ତିକୁ ଅସତ୍ୟ ମାର୍ଗରୁ ହଟାଇ ସତ୍ୟ ମାର୍ଗରେ ଚଳାଇବା ମହାନ ପୁଣ୍ୟ କାର୍ଯ୍ୟ ସେପରି  ଯେବେ କୌଣସି ସଦାଚାରୀ ସଦ୍ମାର୍ଗଗାମୀକୁ ସଦ୍ମାର୍ଗରୁ ହଟାଇ ଦିଆଯାଏ, ଶଂକା କୁଶଂକାର ଭାବ ଉତ୍ପନ୍ନ କରି , ଭୟ ବତାଇ ଅବରୋଧ କରାଯାଏ ତେବେ ତାହାବି ମହାନ ପାପ କର୍ମ, ଅଧମ କର୍ମ ବୋଲି ମାନିନିଆଯାଏ । ଶୁଭକର୍ମ ଆମେ ନିଜେ ସ୍ୱୟଂ କରି ପାରୁନାହୁଁ , ଯଦି ସେହି ଶୁଭକର୍ମକୁ କେହି ଭାଗ୍ୟଶାଳୀ ବ୍ୟକ୍ତି କରୁଥାଆନ୍ତି ତ ଆମେ ପ୍ରସନ୍ନ ହେବା ଆବଶ୍ୟକ , ତାଙ୍କୁ ଆଦର କରିବା ଦରକାର ଏବଂ ତାଙ୍କୁ ପ୍ରୋତ୍ସାହନ ଦେବା ଉଚିତ ଗୀତାରେ ଭଗବାନ କୁହନ୍ତି-
                                                ଅପିଚେତ୍ ସୁଦୁରାଚାରୀ ଭଜତେ ମାମ୍ ଅନନ୍ୟଭାକ୍।
                                    ସାଧୁରେବ ସ ମନ୍ତବ୍ୟଃ ସମ୍ୟକ୍ ବ୍ୟବସିତୋ ହି ସଃ ।।  
                        ଏବେ ଯେଉଁ ଭାରତବାସୀ ଦେଶାଭିମାନୀ ଅଛନ୍ତି ଭାରତଜୁ ଗୌରବାନ୍ୱିତ କରି ସମଗ୍ର ବିଶ୍ୱର କଲ୍ୟାଣ କରିବାର ଇଛା ରଖନ୍ତି ସେହି ଭାରତବାସୀ ଭାଇ-ଭଉଣୀ ମାନଙ୍କ ପାଇଁ ଅତି ଉପଯୋଗୀ ଅଧିକ କଲ୍ୟାଣକାରୀ ଅଧିକ ସୁକୃତଫଳଦାୟୀ ବିନିଯୋଗ ଲେଖୁ ଅଛି। ଏହି ବିନିଯୋଗର ଅର୍ଥ ବିଚାର କରି ବାରମ୍ବାର ତାହାର ସ୍ମରଣ ଚିନ୍ତନ କରି ସାମୂହିକ ରୂପରେ ସମସ୍ୱରରେ ଉଚ୍ଚସ୍ୱରରେ ନିୟମିତ, ଘରେ, ବାହାରେ, ମଠମନ୍ଦିରରେ , ପାଠଶାଳାମାନଙ୍କରେ, ଆଶ୍ରମ ଇତ୍ୟାଦି ସାର୍ବଜନିକ ସ୍ଥାନସବୁରେ ଜପ କରାଯାଉ ; ତଦ୍ୱାରା ଏପରି ଜପର ପବିତ୍ର ବାତବରଣ ସୃଷ୍ଟି ହେବ ଯାହା ପ୍ରତ୍ୟେକର ଭାବନରେ ଶୁଦ୍ଧତା ଜାତ କରିବ ପବିତ୍ରତାର ଭାବ ଉତ୍ପନ୍ନ କରାଇବ ଏବଂ ମନ-ଚେତନାରେ ଥିବା ସଂକୁଚିତ ଭାବ ଏବଂ ବିଚାରର ବିନାଶ କରିବ, ଯଦ୍ୱାରା ଏକ ଅନ୍ୟରେ ପରସ୍ପର ପ୍ରେମ ଏବଂ ସହାନୁଭୂତି ସୃଷ୍ଟି ହେବ। ଏହା ଏକ ଅନୁଭବଗମ୍ୟ ପ୍ରତ୍ୟକ୍ଷ ଫଳପ୍ରଦ ସଂକଳ୍ପାତ୍ମକ ବିନିଯୋଗ ଏବଂ ଏକ  ସର୍ବୋପଯୋଗୀ ଉଚ୍ଚାଙ୍ଗର ସାଧନ
(୨) ସାମୂହିକ ବିନିଯୋଗ :-
                        ଅସ୍ୟ ଶ୍ରୀ କଲ୍ୟାଣକାରୀ ଗାୟତ୍ରୀ ମହାମନ୍ତ୍ରସ୍ୟ, ମହାପରାକ୍ରମୀ ଶ୍ରୀବିଶ୍ୱାମିତ୍ର ଋଷିଃ, କଲ୍ୟାଣମୟୀ ଶ୍ରୀ ସାବିତ୍ରୀ ଦେବତା, ଗାୟତ୍ରୀ ଚ୍ଛନ୍ଦଃ, ସ୍ୱପର କଲ୍ୟାଣୋପଯୋଗୀ ବଳଂ, ବୀର୍ଯ୍ୟଂ, ବିଦ୍ୟା, ବୁଦ୍ଧିଃ ଶକ୍ତିଃ ପ୍ରାପ୍ତ୍ୟର୍ଥେ ଏବଂ ଅସ୍ମାକଂ ଭାରତବର୍ଷଂ ସର୍ବଥା ଶକ୍ତି ସଂପନ୍ନୋ ଭୂତ୍ୱା ସମସ୍ତଂ ବିଶ୍ୱଂ କଲ୍ୟାଣମାର୍ଗେଣ ସଂଚାଳୟେତ ଇତି ମାହାଭିଳାଷା ପୂର୍ତୟେ ବୟଂ ସର୍ବେ ସାମୂହିକ ରୂପେଣ ଶ୍ରୀ ଗାୟତ୍ରୀ ମହାମନ୍ତ୍ରସ୍ୟ ଚତୁର୍ବିଂଶତି ଲକ୍ଷ ଅଥବା ଚତୁର୍ବିଂଶତି କୋଟି ଅଥବା ଯଥାଶକ୍ତି ଜପାନୁଷ୍ଠାନଂ କରିଷ୍ୟାମଃ
                        ଅର୍ଥ- ଏହି କଲ୍ୟାଣକାରୀ ଗାୟତ୍ରୀ ମହାମନ୍ତ୍ରର (ଆଦିଦ୍ରଷ୍ଟା)ଋଷି ମହାପରାକ୍ରମୀ ଶ୍ରୀ ବଶ୍ୱାମିତ୍ର ଋଷି ,କଲ୍ୟାଣମୟୀ ଶ୍ରୀ ସାବିତ୍ରୀ ଦେବତା, ଗାୟତ୍ରୀ ଚ୍ଛନ୍ଦ ଅଟନ୍ତି ସ୍ୱପର କଲ୍ୟାଣଉପଯୋଗୀ ବଳମ୍(ମନୋବଳ) , ବୀର୍ଯ୍ୟମ୍(ପ୍ରାଣବଳ), ବିଦ୍ୟା(ବାକ୍ ବଳ), ବୁଦ୍ଧିଃ(ବିଚାରବଳ), ଶକ୍ତିଃ(ଆତ୍ମବଳ)ଏହି ପାଂଚ ପ୍ରକାରର ବଳପାଇଁ ଆମେ ଯାଚନା କରୁଛୁ(ତସ୍ମାତ୍ ବଳଂ ଉପାସ୍ୟ ଇତିଶ୍ରୁତିଃ) ଏବଂ ଆମର ଯେଉଁ  ଭାରତବର୍ଷ ଅଛି ତାହା ସର୍ବଥା ଶକ୍ତି ସଂପନ୍ନ ହୋଇ ଅର୍ଥାତ ଆଧିଭୌତିକ, ଅଧୈଦୈବିକ, ଆଧ୍ୟାତ୍ମିକ ଏହି ତ୍ରିବିଧପ୍ରକାରରେ ଶକ୍ତିସଂପନ୍ନ ହୋଇ ସମସ୍ତ ବିଶ୍ୱକୁ କଲ୍ୟାଣମାର୍ଗରେ ସଂଚାଳନକରୁ ଏପରି ଏକ ମାହାଭିଳାଷର ପୂର୍ତି ପାଇଁ ଆମେ ସମସ୍ତେ ସାମୂହିକ ରୂପେ ଶ୍ରୀ ଗାୟତ୍ରୀମହାମନ୍ତ୍ରର ଚତୁର୍ବିଂଶତି ଲକ୍ଷ(ଅବା କୋଟି ଅବା ଯଥାଶକ୍ତି) ଜପାନୁଷ୍ଠାନ କରିବୁ
                        କରନ୍ୟାସ, ଅଙ୍ଗନ୍ୟାସ, ଏବଂ ଧ୍ୟାନ ବିଧି ପୂର୍ବୋକ୍ତବତ୍ ହିଁ କରାଯିବ
                        ଏବେ ଯାହାକିଛି କହିବାର ଥିଲା ଯାହା କିଛି ନିବେଦନ ବା ପ୍ରାର୍ଥନା କରିବାର ଥିଲା ତାହା ଆପଣଙ୍କ ଆଗରେ ଉପସ୍ଥାପନ କରା ସରିଛି। ଏବେ ଆପଣ ସମସ୍ତଙ୍କୁ ଯାହା ଯୋଗ୍ୟ ମନେହୁଏ ତାହା କରନ୍ତୁ ମାତ୍ର କେହିବି ବ୍ୟକ୍ତି ଅଥବା ସାମୂହ କୌଣସିବି ପ୍ରାନ୍ତରେ ଯଦି ବିଶ୍ୱହିତ ପାଇଁ ବିଶେଷତଃ ଭାରତର ହିତ ପାଇଁ ଏହିପରି ପ୍ରୟାସ କରନ୍ତି ତ ତଦ୍ୱାରା ସନ୍ତୋଷ ମିଳିବ।
                        ଭାରତୀୟ ସଂସ୍କୃତିର ପ୍ରାଣସମାନ ଏହି ଶ୍ରୀ ଗାୟତ୍ରୀ ମହାମନ୍ତ୍ରର ଦିବ୍ୟ ପରିଣାମ ସହ ସମସ୍ତ ସାଧକ/ସାଧିକା ପରିଚିତ ହୁଅନ୍ତୁ ଏବଂ ଯେଉଁ ବ୍ୟକ୍ତି ଧନମଦ, ବିଦ୍ୟାମଦ, ବୁଦ୍ଧିମଦ ଅବା ସତ୍ତାମଦରୁ ମଦାନ୍ୱିତ ବା ମୋହାନ୍ଧ ହୋଇ ଏହି କଲ୍ୟାଣକାରୀ ଗାୟତ୍ରୀ ମନ୍ତ୍ରର ଅବଜ୍ଞା ଅନାଦର ଅଥବା ମୂର୍ଖତାପୂର୍ଣ୍ଣ ନିନ୍ଦା ଅବା ଚର୍ଚ୍ଚା (ସମାଲୋଚନା) କରିବାରେ ଲାଗିବେ ସେ ବିପରୀତ ପରିଣାମ ପାଇଁ ବି ଦାୟୀ ରହିବେ ଏହାହିଁ ଅଲୌକିକ ପ୍ରଜ୍ଞାମଣ୍ଡଳ (ଅନ୍ତରୀକ୍ଷ ସ୍ଥିତ ଗୁରୁମଣ୍ଡଳ ର ସତ୍ତାଧୀଶମାନଙ୍କ) ଆଜ୍ଞା
                    ଯେବେ ସ୍ୱ-ପର କଲ୍ୟାଣ ସାଧନା ଚାହୁଁଛନ୍ତି, ଯେ ସୁଖ ଶାନ୍ତିରେ ଜୀଇବା ଚାହୁଁଛନ୍ତି , ଯଦି ଆତ୍ମା ଉପରେ, ଜୀବନ ଉପରେ ଭାରତୀୟ ସଂସ୍କୃତି ଉପରେ ପୂର୍ଣ୍ଣତଃ ଶ୍ରଦ୍ଧା ଥାଏ ତେବେ ସେ ଶ୍ରୀ ଗାୟତ୍ରୀମନ୍ତ୍ରର ସାମୂହିକ ଜପାନୁଷ୍ଠାନରେ ସମ୍ମିଳିତ ହୋଇଯାଆନ୍ତୁ ଏବଂ ପବିତ୍ର ହୃଦୟରେ ଯଥାଶକ୍ତି ଗାୟତ୍ରୀ ମନ୍ତ୍ରର ଜପ କରିବାରେ ଲାଗି ପଡନ୍ତୁ    
                                                         ଶିବମସ୍ତୁ ସଦା ସର୍ବେଷାଂ ସର୍ବତ୍ର ଚ ।।
                                                                                                -ଶ୍ରୀ ସଦାଶିବ-
ବ୍ୟାବହୃତ କେତେକ ଶବ୍ଦ ଓ ତାହାର ଅର୍ଥ -
ବୈମନସ୍ୟର – ଅରୁଚି, ଘୃଣା, ଦ୍ୱେଷ, ଅପ୍ରେମ, ନାପସନ୍ଦ କରିବା, ଖରାପ ଲାଗିବା   
ସମ୍ବାଦୀ- ଏକରୂପ ସମ୍ଭାଷଣକାରୀ, ତୁଲ୍ୟ ଏକରୂପ
ଅଥକ୍-ଅତିଗଭୀର
ପରିପାଟୀ(ଟି)- ସୁଶ୍ରୁଙ୍ଖଳା, ଅନୁକ୍ରମ , ପର୍ଯ୍ୟାୟ , ଅନୁପୂର୍ବିକ ଧାରା , ସୁବ୍ୟବସ୍ଥା, କୌଶଳ
ରୂଢ- ସାଧାରଣତଃ ଜ୍ଞାତ
________________________________________________________________________________ 
                                          Chitta Ranjan Nanda, Mob-9437468132
                                         ଗୁରୁପୁର୍ଣିମା-୨୦୧୬(ଜଟଣୀ/ଖୋର୍ଦ୍ଧା/ଓଡିଶା-୭୫୨୦୫୦)
~~~~~~~~~~~~~~~~~~~~~~~~~~~~~~~~~~~~~~~~~~~~~~~~~~~~~~~~~~~~~~~~~~~~~~~~~~

No comments:

Post a Comment